ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ;୯୬ ଟି ମାମଲାରୁ ୫୪ ଟି ଫଇସଲା;୪,୪୮,୦୦୦ ଟଙ୍କା ଆଦାୟ

ରାଇରଙ୍ଗପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ;୯୬ ଟି ମାମଲାରୁ ୫୪ ଟି ଫଇସଲା;୪,୪୮,୦୦୦ ଟଙ୍କା ଆଦାୟ

ରାଇରଙ୍ଗପୁର- ୧୨/୦୯ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ସିଭିଲ କୋର୍ଟର ଏଡିଜେ ଡଃ ଭି ସୁଜାତା,ସଵଜଜ୍ ଆଲୋକ ପଣ୍ଡା,ଏସଡିଜିଏମ୍ ମନିନ୍ଦ୍ର ଭୂଷଣ ସାହୁ ଏବଂ ଜେଏମଏଫସି ଚେତନା ପଟନାୟକ ଶୁଣାଣି କରିଥିଲେ ।ଏଡିଜେ କୋର୍ଟରେ ୮ ଟି ଦୁର୍ଘଟଣା ଜନିତ ମାମଲା ଏବଂ କ୍ରିମିନାଲ କେଶ୨ ଟିରୁ କେବଳ ୨ ଟିର ସମାଧାନ ହୋଇଥିଲା ।ସେହିଭଳି ସଵ ଜଜ୍ କୋର୍ଟରେ ବ୍ୟାଙ୍କ ଡକାୟତି ୭ ଟିରୁ ଶୂନ ସମାଧାନ ,ବୈବାହିକ ମାମଲା ୧୧ ଟିରୁ ୧ ସମାଧାନ,ସିଭିଲ କେଶ ୧୮ ଟିରୁ ୭ ଟି ସମାଧାନ,ଇଣ୍ଟରିମ୍ କେଶ ୧ ଟି ରୁ ୧ ଟି ସମାଧାନ, ସେହିଭଳି ଏସଡିଜିଏମ୍ କୋର୍ଟରେ ନାର୍କୋଟିକ ଆକ୍ଟର ୧୬ ଟି ମାମଲାରୁ ୪ ଟି ସମାଧାନ ସହ ୪,୪୮,୦୦୦ ଟଙ୍କା ଜୋରିମାନା ଆଦାୟ,ବୈବାହିକ ମାମଲା ୧୦ ଟିରୁ ୧୦ ଟି ସମାଧାନ,କ୍ରିମିନାଲ କେଶ ୨୫ ଟିରୁ ୨୫ ଟି ସମାଧାନ ଏବଂ ସେହିଭଳି ଜେଏମଏଫସି  କୋର୍ଟରେ ନାର୍କୋଟିକ ଆକ୍ଟ ୩ ଟିରୁ ସମାଧାନ ଶୂନ, ବୈବାହିକ ମାମଲା ୫ ଟିରୁ ୪ ଟି ସମାଧାନ ହୋଇଛି ।ସମୁଦାୟ ୯୬ ଟି ମାମଲାରୁ ୫୪ ଟି ସମାଧାନ ସହ ୪,୪୮,୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି । ଏସବିଆଇ,ବ୍ୟାଙ୍କ ଅଫ ଇଣ୍ଡିଆ,ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ କର୍ମଚାରୀ ପ୍ରମୁଖ ପଞ୍ଜିକୃତ ଗ୍ରାହକ ମାନଙ୍କ ଅଭିଯୋଗଶୁଣାଣିରେ ସହାୟତା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମଣ ମାର୍ଣ୍ଡୀ, ସନ୍ତୋଷ ମହାନ୍ତ, ବଟକୃଷ୍ଣ ମହାନ୍ତି , ଅମରେଶ ବଳ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

୧- ରଗଡ଼ି ସାହି ନିକଟରେ ବୋମା ପଡ଼ିବା ଘଟଣା ସାହି ମହିଳାଙ୍କ ଟାଉନ ଥାନା ଘେରାଉ,୨- ସାଙ୍କୁଲେଇ ଗ୍ରାମପଞ୍ଚାୟତ ଆସବା ପାଇବାରୁ ବଞ୍ଚିତ ହିତାଧିକାରୀ ସଦର ବ୍ଲକ ଦ୍ବାରସ୍ଥ, ୩- -ବର୍ଷୀୟାନ୍‌ ପାଲା ଗାୟକ,କେନ୍ଦ୍ର ସଂଗୀତ ନାଟକ ଅକାଦେମୀ ପୁରସ୍କାରପ୍ରାପ୍ତ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ବିୟୋଗରେ ଶୋକ ,୪- ପୋଖରୀରେ ବୁଡି ଯୁବକ ମୃତ ,୫- ଘର କାନ୍ଥ ପଡ଼ି ଅଳ୍ପକେ ବର୍ଷିଲେ ପରିବାର

Sunil Chandra Nayak

ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

ତେରେସିଂହା ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ

masiha

Leave a Comment

error: Content is protected !!