ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ;୯୬ ଟି ମାମଲାରୁ ୫୪ ଟି ଫଇସଲା;୪,୪୮,୦୦୦ ଟଙ୍କା ଆଦାୟ

ରାଇରଙ୍ଗପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ;୯୬ ଟି ମାମଲାରୁ ୫୪ ଟି ଫଇସଲା;୪,୪୮,୦୦୦ ଟଙ୍କା ଆଦାୟ

ରାଇରଙ୍ଗପୁର- ୧୨/୦୯ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ସିଭିଲ କୋର୍ଟର ଏଡିଜେ ଡଃ ଭି ସୁଜାତା,ସଵଜଜ୍ ଆଲୋକ ପଣ୍ଡା,ଏସଡିଜିଏମ୍ ମନିନ୍ଦ୍ର ଭୂଷଣ ସାହୁ ଏବଂ ଜେଏମଏଫସି ଚେତନା ପଟନାୟକ ଶୁଣାଣି କରିଥିଲେ ।ଏଡିଜେ କୋର୍ଟରେ ୮ ଟି ଦୁର୍ଘଟଣା ଜନିତ ମାମଲା ଏବଂ କ୍ରିମିନାଲ କେଶ୨ ଟିରୁ କେବଳ ୨ ଟିର ସମାଧାନ ହୋଇଥିଲା ।ସେହିଭଳି ସଵ ଜଜ୍ କୋର୍ଟରେ ବ୍ୟାଙ୍କ ଡକାୟତି ୭ ଟିରୁ ଶୂନ ସମାଧାନ ,ବୈବାହିକ ମାମଲା ୧୧ ଟିରୁ ୧ ସମାଧାନ,ସିଭିଲ କେଶ ୧୮ ଟିରୁ ୭ ଟି ସମାଧାନ,ଇଣ୍ଟରିମ୍ କେଶ ୧ ଟି ରୁ ୧ ଟି ସମାଧାନ, ସେହିଭଳି ଏସଡିଜିଏମ୍ କୋର୍ଟରେ ନାର୍କୋଟିକ ଆକ୍ଟର ୧୬ ଟି ମାମଲାରୁ ୪ ଟି ସମାଧାନ ସହ ୪,୪୮,୦୦୦ ଟଙ୍କା ଜୋରିମାନା ଆଦାୟ,ବୈବାହିକ ମାମଲା ୧୦ ଟିରୁ ୧୦ ଟି ସମାଧାନ,କ୍ରିମିନାଲ କେଶ ୨୫ ଟିରୁ ୨୫ ଟି ସମାଧାନ ଏବଂ ସେହିଭଳି ଜେଏମଏଫସି  କୋର୍ଟରେ ନାର୍କୋଟିକ ଆକ୍ଟ ୩ ଟିରୁ ସମାଧାନ ଶୂନ, ବୈବାହିକ ମାମଲା ୫ ଟିରୁ ୪ ଟି ସମାଧାନ ହୋଇଛି ।ସମୁଦାୟ ୯୬ ଟି ମାମଲାରୁ ୫୪ ଟି ସମାଧାନ ସହ ୪,୪୮,୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି । ଏସବିଆଇ,ବ୍ୟାଙ୍କ ଅଫ ଇଣ୍ଡିଆ,ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ କର୍ମଚାରୀ ପ୍ରମୁଖ ପଞ୍ଜିକୃତ ଗ୍ରାହକ ମାନଙ୍କ ଅଭିଯୋଗଶୁଣାଣିରେ ସହାୟତା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମଣ ମାର୍ଣ୍ଡୀ, ସନ୍ତୋଷ ମହାନ୍ତ, ବଟକୃଷ୍ଣ ମହାନ୍ତି , ଅମରେଶ ବଳ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

ଦକ୍ଷିଣ ପୂର୍ବ ରେଳବାଇ ଜିଏମ୍ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

Sunil Chandra Nayak

ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ଆଲୋଚନାଚକ୍ର

Leave a Comment

error: Content is protected !!