ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ନଟରାଜ କୁମାରୋତ୍ସବ ଉଦ୍‌ଘାଟିତ , ୨- ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍‌ଘାଟିତ , ୩- କମ୍ପୁଲେଇ ଗଜଲଷ୍ମୀ ପୂଜା  , ୪-ମିଶ୍ରିଲାଲ କମ୍ପାନୀରେ ଶ୍ରମିକ ଶୋଷଣ ଅଭିଯୋଗ , ୫- ଦୁର୍ନୀତି ନିବାରଣ ସଚ଼େତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ  ,୬-  ସ୍ୱାମୀ ର ଆକ୍ରମଣ ରେ ପତ୍ନୀର ମୃତ୍ୟୁ               

ନଟରାଜ କୁମାରୋତ୍ସବ ଉଦ୍‌ଘାଟିତ 

ଢେଙ୍କାନାଳ- ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ୪୧ତମ ନଟରାଜ କୁମାରୋତ୍ସବ ସହରସ୍ଥିତ ଆର୍ଟ ଆଣ୍ଡ୍ କ୍ରାଫ୍ଟ ସେଣ୍ଟର ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଯାଇଛି। ୩ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବକୁ ମୁଖ୍ୟ ଅତିଥ୍‌ ଭାବେ ପୂର୍ବତନ ସାଂସଦ ମହେଶ ସାହୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ କହିଥିଲେ, ଢେଙ୍କାନାଳର କଳା, ସଂସ୍କୃତି ଓ ପରମ୍ପରା ଅନନ୍ୟ। ଏଠାରେ ପ୍ରତିଭାବାନ କଳାକାର ଅଭାବ ନାହାନ୍ତି । ଢେଙ୍କାନାଳର କଳାକାର ଦେଶବିଦେଶରେ ଗୌରବ ଆଣିପାରିଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଅର୍ଜନା ପୁହାଣ, ଯୁବରାଜ ଅମରଜ୍ୟୋତି ସିଂହଦେଓ, ପୌର ଉପାଧ୍ଯକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ଯୋଗଦେଇଥିଲେ । ଓଡ଼ିଆ କଳା, ସଂସ୍କୃତିକୁ ଆଗକୁ ନେବା ପାଇଁ ନଟରାଜ ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିଛି। କଳା, ସଂସ୍କୃତି ଓ ପରମ୍ପରାକୁ ଦୀର୍ଘଦିନ ଧରି ବଞ୍ଚାଇ ରଖୁଥୁବା ନଟରାଜ ସଙ୍ଗୀତ ମହାବିଦ୍ୟାଳୟକୁ ଅତିଥିଭାବେ ଭୂୟଷୀ ପ୍ରଶଂସା କରିଥିଲେ। ଅନୁଷ୍ଠାନ ସମ୍ପାଦକ ମଧୁ ସୁଦନ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ‌। ଅନୁଷ୍ଠାନର ସଭାପତି କୃଷ୍ଣ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ ସଭାପତିତ୍ୱ କରିଥିଲେ।

ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁଶ୍ରୀ ଡ. କେଶବ ଚନ୍ଦ୍ର ରାଉତଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଭରତମୁନୀ ନୃତ୍ୟ ସମ୍ମାନରେ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି, ନଟରାଜ ସଙ୍ଗୀତ ସମ୍ମାନରେ ଧର୍ମାନନ୍ଦ ରାଉତ, ଦେବର୍ଷୀ ନାରଦ ସମ୍ମାନରେ ସାମ୍ବାଦିକ ବାଇଧର ନାଏକ ଓ ଜିତେନ୍ଦ୍ର ପଟ୍ଟନାୟକ, ସଞ୍ଜୟ ସମ୍ମାନରେ ସାମ୍ବାଦିକ ବିକାଶ କୁମାର ପଣ୍ଡାଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ସୁଶାନ୍ତ କୁମାର ପାଣି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଚନ୍ଦନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍‌ଘାଟିତ 

ଢେଙ୍କାନାଳ- ଢେଙ୍କାନାଳର ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡ଼ିଆଠାରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅଭିଭାଷଣରେ ସେ ‘ଭୋକାଲ୍ ଫର୍ ଲୋକାଲ୍’ ମନ୍ତ୍ରକୁ ଆପଣାଇବା ସହ ସ୍ଥାନୀୟ ଉତ୍ପାଦ, ହସ୍ତଶିଳ୍ପ ଓ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କ ଉତ୍ପାଦ କିଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଉଦ୍‌ଘାଟନୀ ସମାରୋହରେ ହିନ୍ଦୋଳ ବିଧାୟିକା ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷା ସୀମାରାଣୀ ନାୟକ, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଅଜିଙ୍କ୍ୟ ବାବୁରାଓ ମାନେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ ଏବଂ ଢେଙ୍କାନାଳ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ବହୁ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ।ଏହି ମେଳା ସାତ ଦିନ ଧରି ଅନୁଷ୍ଠିତ ହେବ। ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସମିତି (ଓର୍‌ମାସ୍), ଭୁବନେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଏହି ମେଳା ଆୟୋଜିତ ହେଉଛି। ଏଥିରେ ପଞ୍ଚାୟତିରାଜ ବିଭାଗ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ବିଭାଗ, ମିଶନ ଶକ୍ତି ଏବଂ ବୟନ ଶିଳ୍ପ ବିଭାଗ ସହଯୋଗୀ ଭାବେ ସାମିଲ ହୋଇଛନ୍ତି।ଚଳିତବର୍ଷ ମେଳାରେ ୧୫ଟି ରାଜ୍ୟ, ଓଡ଼ିଶାର ୩୦ଟି ଜିଲ୍ଲା, ୩୫୨ଟି ଗୋଷ୍ଠୀ ଓ ଅନୁଷ୍ଠାନରୁ ମୋଟ ୬୫୮ ଜଣ ଅଂଶଗ୍ରହଣ କରୁଛନ୍ତି। ମେଳାରେ ୨୭୫ଟି ବିକ୍ରୟ ଓ ପ୍ରଦର୍ଶନୀ ଷ୍ଟଲ୍, ୨୮ଟି ଖାଦ୍ୟ ଷ୍ଟଲ୍ ଏବଂ ୫ଟି ସୁଭଦ୍ରା ଶକ୍ତି ଫୁଡ୍ ଷ୍ଟଲ୍ ସ୍ଥାନ ପାଇଛି। ଏହି ଷ୍ଟଲ୍‌ଗୁଡ଼ିକରେ ବିଭିନ୍ନ ରାଜ୍ୟର ପାରମ୍ପରିକ ହସ୍ତତନ୍ତ, ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ସାମଗ୍ରୀ ଓ ଗ୍ରାମୀଣ ଉଦ୍ୟୋଗର ଉତ୍ପାଦ ପ୍ରଦର୍ଶନ ସହ ବିକ୍ରୟ କରାଯାଉଛି। ମେଳାର ଅନ୍ୟତମ ଆକର୍ଷଣ ଭାବେ ତେଲେଙ୍ଗାନାର ପଂଚମପାଲି ହସ୍ତତନ୍ତ, ପଶ୍ଚିମବଙ୍ଗର ବାଉଁଶ ତନ୍ତୁରେ ପ୍ରସ୍ତୁତ ହସ୍ତତନ୍ତ ଓ ଶୁଖିଲା ଫୁଲ, ତାମିଲନାଡୁର ଶାଢ଼ି ଓ ହସ୍ତତନ୍ତ, ମଣିପୁରର ଉଲ୍‌ନ୍ ଉତ୍ପାଦ, ଆସାମର ବାଉଁଶ ହସ୍ତଶିଳ୍ପ, କର୍ଣ୍ଣାଟକର ମହୀଶୂର ଚନ୍ଦନ ଧୂପ ଏବଂ ଜମ୍ମୁ-କାଶ୍ମୀରର ହସ୍ତତନ୍ତ ସାମଗ୍ରୀ ରହିଛି। ଏହାଦ୍ୱାରା ଗ୍ରାମୀଣ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷୁଦ୍ର ଉଦ୍ୟୋଗୀମାନେ ସେମାନଙ୍କ ଉତ୍ପାଦର ବଜାର ସୁଯୋଗ ପାଇପାରିବେ। ଏହି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ପାଳନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ ଅକ୍ଟୋବର ୨୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବ ଅବସରରେ ଆୟୋଜିତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଜିଲ୍ଲାର ସାଂସ୍କୃତିକ ଓ ବାଣିଜ୍ୟିକ ପରିବେଶକୁ ଅଧିକ ସମୃଦ୍ଧ କରିବା ସହ ଗ୍ରାମୀଣ ଉତ୍ପାଦକୁ ବ୍ୟାପକ ବଜାର ସହ ଯୋଡ଼ିବାରେ ସହାୟକ ହେବ।

କମ୍ପୁଲେଇ ଗଜଲଷ୍ମୀ ପୂଜା 

କାମାକ୍ଷାନଗର – କଙ୍କଡାହାଡ଼ ବ୍ଲକ କମ୍ପୁଲେଇ ଗ୍ରାମ ଠାରେ ଗଜଲଷ୍ମୀ ପୂଜା ଧୁମଧାମରେ ପାଳନ ହେଉଅଛି ,ଗ୍ରାମର ଦୁଇଟି ପୂଜା ମଣ୍ଡପରେ ମା ଗଜଲଷ୍ମୀ ପୂଜା ପାଉଛନ୍ତି ,ସତସଙ୍ଗ ମନୋରଞ୍ଜନ କ୍ଲବ ଆନୁକୂଲ୍ୟରେ 32 ତମ ପୂଜା ଅନୁଷ୍ଠିତ ହେଉଛି ,କ୍ଲବର ସମସ୍ତ ସଦସ୍ୟ କଳସ ଯାତ୍ରା,ଆବାହନ ଆଦି ପୂଜା କରାଯାଇ ଚକ୍ଷୁଦାନ କରାଯାଇ ବିଧିବଦ୍ଧ ଭାବେ ପୂଜା ଚାଲୁ କରିଛନ୍ତି ,6 ଦିନ ଧରି ମା ପୂଜା ମଣ୍ଡପରେ ପୂଜା ପାଇବେ , ପୂଜାର୍ଚ୍ଚନା କରୁଥିବା ବେଳେ ଶ୍ରୀମନ୍ତ ଚିନ୍ତାମଣି ସାହୁ କର୍ତା ଦାଇତ୍ୱ ତୁଲାଇ ଥିଲେ।କ୍ଲବ ପକ୍ଷରୁ କ୍ରୀତନ ନାମ ପରିବେଷଣ, କାର୍ଯ୍ୟକ୍ରମ ମା ଲଷ୍ମୀ ପୂଜା ର ସଭାପତି ମାନଗୋବିନ୍ଦ ସାହୁ , ସମ୍ପାଦକ ରାକେଶ ସାହୁ, ,କମିଟିର ସଦସ୍ୟ ଆମ୍ବୁଜ ସାହୁ,ରବିନାରାୟଣ ସାହୁ, ଗଗନ ସାହୁ, ଅଜୟ ଦେହୁରୀ, ବୃନ୍ଦାବନ ସେଠି, ଅଶୋକ ପରିଡା, କେଶନ ସାହୁ, ଧର୍ମାନନ୍ଦ ସେଠି, ସୁଧାକର ସାହୁ, ଅନିଲ ସାହୁ, ସର୍ବେଶ୍ୱର ସାହୁ, ବଳରାମ ସାହୁ ସମେତ ଅନ୍ୟ ସଦସ୍ୟ ସହଯୋଗ ସେହିପରି କମ୍ପୁଲେଇ ଗ୍ରାମ ର ଲକ୍ଷ୍ମଣ ପୁର ଅନ୍ୟ ଏକ ପୂଜା କମିଟି ପକ୍ଷରୁ ମାଙ୍କ ରୀତିନୀତି ଅନୁସାରେ ଅନେକ ବର୍ଷ ହେଲାଣି ପୂଜା ମଣ୍ଡପରେ ମା ପୂଜା ପାଉଛନ୍ତି ।ପଣ୍ଡିତ ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ହିମାଶୁ ସାହୁ, ଅଜୟ ପରିଡା, କୁଲଦୀପ ସାହୁ, ଲିପୁ ସାହୁ, ଜୟରାମ ବାରିକ, ଅନ୍ୟ ସଦସ୍ୟ ଙ୍କ ସାହାଯ୍ୟ ରେ ଧୁମଧାମ ରେ ପାଳନ କରାଯାଇଅଛି l

ମିଶ୍ରିଲାଲ କମ୍ପାନୀରେ ଶ୍ରମିକ ଶୋଷଣ ଅଭିଯୋଗ 

କାମାକ୍ଷାନଗର-କାମାକ୍ଷାନଗର ସହର ସନନିକଟ କାନପୁର ସ୍ଥିତ ମିଶ୍ରିଲାଲ କମ୍ପାନୀରେ ଶ୍ରମିକ ଶୋଷଣ ହେଉଥିବାର ଅଭିଯୋଗ ହେଉଛି l ମିଶ୍ରିଲାଲ କମ୍ପାନୀରେ ଶ୍ରମିକ ଦଲାଲ ମାଧ୍ୟମରେ ନିୟୋଜିତ ହୋଇଛନ୍ତି l କମ୍ପାନୀ ପକ୍ଷରୁ ଧାର୍ଯ୍ୟ ଅର୍ଥକୁ ଶ୍ରମିକମାନଙ୍କୁ ସଠିକ ଭାବେ ଦିଆଯାଉ ନଥିବା ବେଳେ ବୟସଧିକ ଶ୍ରମିକ ମାନଙ୍କୁ ନିୟୋଜିତ କରୁଥିବାର ଅଭିଯୋଗ ହେଉଛି l ଏ ସଂକ୍ରାନ୍ତରେ ଜାଣି ନଥିବା କହି ଏଡାଇ ଦେଇଛନ୍ତି କମ୍ପାନୀର ସାଧାରଣ ପରିଚାଳକ ଜ୍ଞାନେନ୍ଦ୍ର ସାମନ୍ତରାୟ l ବ୍ଲକ ଶ୍ରମ ଅଧିକାରିଣୀ ନିବେଦିତାଙ୍କ ନଜରକୁ ଅଣାଯାଇଥିବା ବେଳେ ଦୀର୍ଘ ଦିନ ବିତିଯାଇଥିବା ବେଳେ ଏଥିପ୍ରତି ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଦୁର୍ନୀତି ନିବାରଣ ସଚ଼େତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ                                                          
     ଢ଼େଙ୍କାନାଳ-  ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଦୁର୍ନୀତି ନିବାରଣ ସଂପର୍କୀତ ଏକ ଶପଥ ପାଠ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚ଼ନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀନିବାସ ରାଉତ ଏହି ଶପଥ ପାଠ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଦୁର୍ନୀତି ନିବାରଣ ବିଭାଗ, ଢ଼େଙ୍କାନାଳ ଶାଖାର ଡ଼ି.ଏସ୍. ପି. ଶ୍ରୀମତୀ ଅନସୂୟା ସେନାପତି, ଇନସପେକ୍ଟର  ମୁକେଶ କୁମାର ବେହେରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି ଶପଥ ପାଠ କରିଥିଲେ । ସୂଚ଼ନା ଯୋଗ୍ୟ ଯେ, ବ୍ଲକ୍, ସବ୍-ଡ଼ିଭିଜନ ଓ ଜିଲ୍ଲା ସ୍ତରୀୟ ସମସ୍ତ  କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଏହି ଶପଥ ପାଠ କରିଛନ୍ତି ।
ସ୍ୱାମୀ ର ଆକ୍ରମଣ ରେ ପତ୍ନୀର ମୃତ୍ୟୁ 

କାମାକ୍ଷାନଗର- କାମାକ୍ଷାନଗର ଥାନା ଅନ୍ତର୍ଗତ ମାଲପୁରା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀର ଆକ୍ରମଣରେ ପତ୍ନୀର ମୃତ୍ୟୁ ହୋଇଛି l ମୃତକ ହେଲେ ସସ୍ମିତା ଦେହୁରୀ l ସସ୍ମିତା ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟରତ ଥିଲେ l ସ୍ୱାମୀ ଲଳିତ ସୋମବାର ଅପରାହ୍ନରେ ଘରକୁ ଫେରିଥିବା ବେଳେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଲଳିତ ଏକ ଛୁରୀରେ ସସ୍ମିତାଙ୍କୁ ଆକ୍ରମଣ କରିଥିଲା l ଏଥିରେ ସସ୍ମିତା ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ପୋଲିସ ମୃତଦେହ ଜବତ ପରେ ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଥିବାର ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

 

Related posts

ଚେନ୍ନାଇ ସୃଜନୀ ପରିବାର ପକ୍ଷରୁ “ସମ୍ବାଦ ସାହିତ୍ୟ ଘର ” ସାରସ୍ୱତ ମହୋତ୍ସଵ

କାଳ ବୈଶାଖୀ ତାଣ୍ଡବ,ବଜ୍ରପାତରେ ଜଳିଗଲା ଚାରି ବଖରା ଘର  

masiha

ଉଦଘାଟିତ ହେଲା କଳାକାର ଗୃହ

masiha

Leave a Comment

error: Content is protected !!