ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈଶାଖୀ ତାଣ୍ଡବ,ବଜ୍ରପାତରେ ଜଳିଗଲା ଚାରି ବଖରା ଘର  

କାଳ ବୈଶାଖୀ ତାଣ୍ଡବ,ବଜ୍ରପାତରେ ଜଳିଗଲା ଚାରି ବଖରା ଘର  

କାମାକ୍ଷାନଗର (ମନିସ )16/06/24 ପରଜଙ୍ଗ ଥାନା ବସୋଈ ଗ୍ରାମର ବାଲିସାହି ହରିଜନ ସାହିରେ ଗତ 13 ତାରିଖ ଗୁରୁବାର ସନ୍ଧ୍ୟାରେ ବଜ୍ରଘାତରେ ଚାରି ବଖରା, ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା l ସୂଚନା ମୁତାବକ ବସୋଈ ଗ୍ରାମର ଟିକାୟତ ନାଏକ ତାଙ୍କ ପୁଅ ଅରୁଣ ନାଏକ ଓ ମୁନା ନାଏକ ଙ୍କ ଘରେ ଥିବା ସମୟରେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା l ବଜ୍ରପାତ ର ନିଆଁ ଏତେ ଭୟଙ୍କର ଥିଲା ଜେ ଆଖି ପିଛୁଳାକେ ସମ୍ପୂର୍ଣ୍ଣ ଜଳି ଯାଇଥିଲା ଚାରି ବଖରା ଘର l ଫଳରେ ଘରେ ଯାହା କାଗଜ ପତ୍ର ଓ ଆସବା ପତ୍ର ଥିଲା ଜଳି ପୁଡ଼ି ପାଉଁଶ ହୋଇଯାଇଥିଲା l ତେବେ ନିଜର ଜୀବନ ବଞ୍ଚାଇବା କୁ ଯାଇ ଘରୁ ପରିବାର ଲୋକ ବାହାରକୁ ପଳାଇ ଯାଇଥିଲେ l ଖବର ପାଇ ପରଜଙ୍ଗ ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ କରିଥିଲେ l ଏ ନେଇ ବସୋଈ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଯୋଗଳେଶ୍ୱର ସାହୁ ଅଗ୍ନି ବିପର୍ନ ପରିବାର କୁ କିଛି ରାସନ ସାମଗ୍ରୀ ଏବଂ ବସ୍ତ୍ର ପ୍ରଦାନ କରିଛନ୍ତି l ତେବେ ଏ ଭଳି ମହତ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ଧନ୍ୟବାଦ ଜଣାଇଛନ୍ତି 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବୈଦିକ ବ୍ରାହ୍ମଣ ପରିଷଦର ଦ୍ୱିତୀୟ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

କାଳବୈଶାଖୀ ପ୍ରଭାବରେ ଭାଲୁଵସା ପଞ୍ଚାୟତର ନିୟୂତି ଗ୍ରାମର ୧୧ ଘର ଛପର ଉଠିଲା, ତହସିଲ ପ୍ରଶାସନ ତରଫରୁ ପୋଲିଥିନ ଓ ଶୁଖିଲା ଖାଦ୍ୟ ଵଣ୍ଟନ

masiha

ପାରିବାରିକ ଗଣ୍ଡଗୋଳ କୁ ନେଇ ପଥର ଖମ୍ବ ଦଳିତ ସାହି ବସ୍ତିରେ ଭୟଭୟ ଅଗ୍ନିକାଣ୍ଡ,30ରୁ ଉର୍ଦ୍ଧ୍ବ ଘର ଭସ୍ମୀଭୂତ

Sunil Chandra Nayak

Leave a Comment

error: Content is protected !!