ମଦନପୁର ରାମପୁର ଥାନା ଅଞ୍ଚଳରୁ ଘୁଡଘୁଡି ପଟି ମାଧ୍ୟମରେ ଜୁଆ ଖେଳୁଥିବା ୭ ଜଣ ଗିରଫ ଓ ଦୁଇ ଜଣ ଫେରାର ହେଲେ
କଳାହାଣ୍ଡି ଜିଲ୍ଲା,ମଦନପୁର ରାମପୁର ଥାନା ଅଞ୍ଚଳର ଘୁଡ଼ଘୁଡ଼ିପଟି ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସର ସୂଚନା ଅନୁଯାୟୀ,ଗତ ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଘୁଡ଼ଘୁଡ଼ିପଟି ନିକଟରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ପହଞ୍ଚିଥିଲା । ଏହି ସମୟରେ ଜୁଆ ଖେଳୁଥିବା ବ୍ୟକ୍ତି ବିଶେଷ ପୋଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପଥର ଫିଙ୍ଗିବା,ମାଡ଼ ମାରିବା ଓ ହତ୍ୟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି । ଏପରିକି ମହିଳା ହୋମଗାର୍ଡ ନୀଳିମା ବାଗଙ୍କୁ ବେକରୁ ଧରି ତଳେ ଘୋଷାଡ଼ି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ପୋଲିସ ୧୩ ହଜାର ୨୦୦ ଟଙ୍କା,୬ ଟି ପଶା, ଗୋଟିଏ ମୋଟରସାଇକେଲ,୫ଟି ମୋବାଇଲ ଫୋନ୍ ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘନଶ୍ୟାମ ରଣା,ଦୟାନିଧି ଭୋଇ, ରାଧେଶ୍ୟାମ ରଣା,କାମଦେବ ପୋଢ଼,ବଡ଼ ଡୁଙ୍ଗୁରି ଗୁଡ଼ାର ଶକ୍ତି ପୁଟେଲ ଓ ସୁବ୍ରତ ମିଶ୍ର ମଦନପୁର ଗ୍ରାମର ଦେବରାଜ ଦଣ୍ଡିଆ । ଏହି ଘଟଣାକୁ ନେଇ ମଦନପୁର ରାମପୁର ଥାନାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଏବଂ ଓପିଜି ଆଇନର ଧାରା ୩ ଅନୁଯାୟୀ କେସ ନମ୍ବର ୨୭୧/୨୦୨୬ ରେ ମାମଲା ରୁଜୁ କରାଯାଇଛି । ଅଧିକ ତଦନ୍ତ ଜାରି ରହିଥିବାର ମଦନପୁର ରାମପୁର ଥାନା ଆଇ.ଆଇ.ସି ସଂଯୁକ୍ତା ପ୍ରଧାନ ସୂଚନା ଦେଇଛନ୍ତି I
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

