ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଘଟଣା ରେ ନିଲମ୍ବିତ ହେଲେ ସ୍କୁଲ ପ୍ରଧାନ ଶିକ୍ଷକ

ପଦ୍ମପୁର,// ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତର ଖମ୍ବାରିଗୁଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ମାନଙ୍କ ନିମନ୍ତେ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ବିକ୍ରୀ କରିଥିବା ଅଭିଯୋଗ ରେ ପ୍ରଧାନ ଶିକ୍ଷକ କରୁଣାକର ମାଝୀଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ ପିଲାମାନଙ୍କ ସକାଶେ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳର ବଳକା ୧୦ ବସ୍ତା ଚାଉଳ କୁ ବିକ୍ରି କରିଥିବା ସମେତ ସ୍କୁଲ ଉନ୍ନତି କରଣ ସକାଶେ ଆସିଥିବା ଟଙ୍କାକୁ ମଧ୍ୟ ହଡପ କରିଥିବା ନେଇ ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ପ୍ରଧାନ ଶିକ୍ଷକ କରୁଣାକର ମାଝୀ ଓ ସହକାରୀ ଶିକ୍ଷକ ରାଘବ ଶବର ନାମରେ ଗତ ୨୦ ତାରିଖରେ ପଦ୍ମପୁର ଗୋଷ୍ଠି ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦ୍ମପୁର ଗୋଷ୍ଟି ଶିକ୍ଷାଧିକାରୀ ଏକ ଚାରିଜଣିୟା କମିଟି ଗଠନ କରି ତଦନ୍ତ କରିଥିଲେ। ତଦନ୍ତ ଦଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଖମ୍ବାରିଗୁଡାକୁ ଯାଇ ତଦନ୍ତ କରି ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ତଦନ୍ତ ରିପୋଟ ପ୍ରଦାନ କରିବା ପରେ ତଦନ୍ତ ଅନୁଯାଇ ବିଦ୍ୟାଳୟର ପ୍ରଧାନଶିକ୍ଷକ କରୁଣା କର ମାଝୀଙ୍କୁ କାର୍ଯ୍ୟ ରୁ ନିଲମ୍ବନ କରାଯାଇଥିବା ଗୋଷ୍ଟି ଶିକ୍ଷାଧିକାରୀ ସୁବାଷ ସବର ସୂଚନା ଦେଇଥିଲେ। ଏହି ଚାଉଳ ବିକ୍ରି ଘଟଣାରେ ଆଉ କିଛି ସହଯୋଗୀଙ୍କ ହାତ ଥିବର ଅଭିଯୋଗ ଆସୁଛି ଏଣୁ ପୁନର୍ବାର ଏହାର ତଦନ୍ତ କରି ସହଯୋଗୀ ମାନଙ୍କୁ ମଧ୍ୟ ଦଣ୍ଡ ଦେବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅନ୍ଧ ବିଶ୍ବାସର କରୁଣ ପରିଣତି! ବୃଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ 

Sunil Chandra Nayak

ମଦ ଭାଟି ଲୁଟ ଘଟଣା,ଜୟପାଟଣା ପୋଲିସକୁ ସଫଳତା।  ୧୦ ଜଣିଆ ଚୋର ଗ୍ୟାଙ୍ଗ ଗିରଫ….

masiha

ନଦୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ 

Sunil Chandra Nayak

Leave a Comment

error: Content is protected !!