ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ଠାରେ କୃଷକ ତାଲିମ ଶିବିର

କୋକସରା,୩୧/୦୭ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ କୃଷକଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ଯୋଜନାର ୧୩ ତମ କିସ୍ତି କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁପ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ କୃଷକ ଶିବିର କାର୍ଯ୍ୟକ୍ରମରେ ଏଡିଓ ନାରାୟଣ ଉପାଧ୍ୟାୟ, କ୍ଷେତ୍ର ଅଧିକାରୀ ବଲ୍ଲା ହରୀକୃଷ୍ନା ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷିଙ୍କୁ ପ୍ରତିବର୍ଷ ୩ ଗୋଟି କିସ୍ତିରେ ୬ ହଜାର ଟଙ୍କା ସହାୟତା କେନ୍ଦ୍ରର ମୋଦି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଚାଷି ଦୁର୍ଗା ଅଗ୍ରୱାଲ, ସତ୍ୟ ନାରାୟଣ ଚୌଧୁରୀ, ପ୍ରଫୁଲ୍ଲ ମାଝୀ, ଗୋପାଳ ଅଗ୍ରୱାଲ, ପୂର୍ଣ୍ଣ ଚନ୍ଦ୍ର ସାହୁ, ବ୍ୟୋମକେଶ ସାହୁ, ରାମ ସାହୁ , ହେମନ୍ତ କୁମାର ସାହୁ , ବିଶିକେଶନ ଠାକୁର, କୈଳାଶ ସାହୁ ,ସୁଶୀଲ ପାଢ଼ୀ, ଜିଲ୍ଲା ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ, ମଣ୍ଡଳ ସଭାପତି ବିଜେପି କୋକସରା ଦୁର୍ଗା ପ୍ରଧାନୀ, ସମ୍ପାଦକ ତ୍ରିନାଥ ଶବର, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳିଙ୍ଗ ବ୍ୟୈଶ୍ୟ ସଂଘ ସମାଜ ଗୃହ ପାଇଁ ବିଧାୟକ ଙ୍କ ଦ୍ଵାରା ଭୂମି ପୂଜନ      

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

masiha

ଶିକ୍ଷକ ଗୌରବ ସମ୍ମାନ ‘ରେ ସମ୍ମାନିତ ହେଲେ ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ

Sunil Chandra Nayak

Leave a Comment

error: Content is protected !!