ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ରରେ ଏକ ଦିବସୀୟ ବ୍ଳକ ସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଶିବିର 

ମୟୂରଭଞ୍ଜ- ୧/୮ ( ମସିହା)ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ।କୃଷକ ତଥା ଅନ୍ନଦାତା ହିଁ ରାଜ୍ୟର ମେରୁଦଣ୍ଡ । କୃଷକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଚାଷୀ ହସିଲେ ଦେଶ ହସିବ ।ଏହି ପରିପ୍ରେକ୍ଷୀରେ ଅତିଥି ଗଣ ଉପସ୍ଥିତ କୃଷକ ମାନଙ୍କୁ କିଭଳି କମ ଖର୍ଚ୍ଚ,କମ ସମୟ ଏବଂ କମ ଜଳରେ ଅଧିକ ଲାଭକରି ଫସଲ ଉତ୍ପାଦନ କରିବା ସହ ଦୁଇ ପଇସା ଲାଭାନ୍ବିତ ହେବେ ସେଥିପାଇଁ ସରକାର ଚେଷ୍ଟିତ ବୋଲି କହିଥିଲେ । ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ରରେ ଓମ୍ବାଡିସି ଯୋଜନାରେ ସୋମବାର ଦିନ ଚାଷୀମାନଙ୍କ ପାଇଁ ବିଜାତଳା ସହକାରୀ ଉଦ୍ୟାନ କୃଷି ଅଧିକାରୀଣୀ ଇତିଶ୍ରୀ ପ୍ରିୟଦର୍ଶିନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଦକ୍ଷତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ, ପ୍ରଶିକ୍ଷକ ଭାବେ ରାଇରଙ୍ଗପୁର ବନାଞ୍ଚଳର କାର୍ଯ୍ୟରତ ବିଷୟ ଭିତ୍ତିକ ବିଶେଷଜ୍ଞ ଶ୍ରୀ ତ୍ରିଲୋଚନ ରାୟ,ବିଜାତଳା ସହକାରୀ କୃଷି ଅଧିକାରୀ ଅଜୟ ମହାନ୍ତି, ଜିଲ୍ଲା ସଂଯୋଜକ ନିଗମ ଏନଜିଓର ସିମାଞ୍ଚଳ ପ୍ରଧାନ,ବିଶୋଇ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଚନ୍ଦନ ଟୁଡୁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମରେ ୩୦ ଜଣ ଚାଷୀ ଯୋଗ ଦେଇଥିଲେ ।ଚାଷୀମାନଙ୍କୁ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆ ଯାଇଥିଲା । ଅତିଥି ଗଣ କହିଥିଲେ ଛତୁ ଚାଷ ଏକ ଲାଭକାରୀ ଚାଷ । ନିରାମିଷ ଲୋକଙ୍କର ସବୁଠାରୁ ଆଦରର ଖାଦ୍ୟ ଛତୁ ।ଏହାର ଆଦର ଗାଁ ଠାରୁ ସହର ।ଛତୁ ଚାଷର ବଜାର ଦର ସବୁବେଳେ ଉଚା ।ଚାଷୀ ମାନଙ୍କୁ ଛତୁ ଚାଷ କିଭଳି କରାଯିବ,ଆବଶ୍ୟକୀୟ ଜ୍ଞାନ,ଛତୁ ମଞ୍ଜି,ସାର ପ୍ରୋତ୍ସାହନ ରାଶି ଉପରେ ସବିଶେଷ ତଥ୍ୟ ଦିଆ ଯାଇଥିଲା । ଚାଷୀମାନଙ୍କୁ ଦାମୁଡିଗୋଡାର ଅଗ୍ରଣୀ ଚାଷୀ ମନୋଜ ମହାନ୍ତଙ୍କ ଘରକୁ ଯାଇ ସେ କିଭଳି ଚାଷ କରିଛନ୍ତି ତାହା ବୁଲାଇ ଦେଖା ଯାଇଥିଲା । ତଦସହ ପରବର୍ତ୍ତୀ ପର୍ଯ୍ୟାୟରେ ଚାଷୀ ମାନଙ୍କ ପାଇଁ ଯାହାକିଛି ଯୋଜନା ଆସିବ ତାହା ପଂଜିକୃତ ଚାଷୀ ମାନଙ୍କୁ ସୂଚନା ଦିଆଯିବ ।ତାହା ଚାଷୀମାନେ କାର୍ଯ୍ୟକାରୀ କଲେ ଲାଭାନ୍ଵିତ ହେବେ ବୋଲି ବିଜାତଳା ଉଦ୍ୟାନ କୃଷି ଅଧିକାରୀ ଇତିଶ୍ରୀ ପ୍ରିୟଦର୍ଶିନୀ ଗଣମାଧ୍ୟମକୁ କହିଥିଲେ ।ଚାଷୀମାନେ ଛତୁ ସମ୍ବନ୍ଧୀୟ ଆବଶ୍ୟକୀୟ ପ୍ରଶିକ୍ଷିତ ହୋଇ ଛତୁ ଚାଷ କରି ନିଜେ ଆର୍ଥିକ ସଶକ୍ତ ହେବେ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା 

Sunil Chandra Nayak

ସତୁରି ଟିକିଆ ହାତୀପଲ ଉପଦ୍ରଵ, ଭୟଭୀତ ଅଂଚଳବାସୀ 

masiha

ପୁନର୍ବାର ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

masiha

Leave a Comment

error: Content is protected !!