ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଣ୍ଡବିନ୍ଧା ଗ୍ରାମପଞ୍ଚାୟତ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଟିତ 

କାଣ୍ଡବିନ୍ଧା ଗ୍ରାମପଞ୍ଚାୟତ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଟିତ 

ଢେଙ୍କାନାଳ (ମନିସ )16/12/24 // ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର କାଣ୍ଡବିନ୍ଧା ଗ୍ରାମପଞ୍ଚାୟତ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଟିତ। କାଣ୍ଡବିନ୍ଧା ଗ୍ରାମପଞ୍ଚାୟତର ସରପଞ୍ଚ ରେବତୀ ମୁଦୁଲିଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବିଭିନ୍ନ ସରକାରୀ ବିଭାଗ ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡାପଡା ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଷଡଙ୍ଗୀ,ଚ୍ୟାରମ୍ୟାନ, ପୃର୍ବତନ ସରପଞ୍ଚ,ସମିତି ସଭ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକ ମାନଙ୍କର ସମସ୍ୟା ଶୁଣିବା ସହିତ କିଛି ସମସ୍ୟାର ସମାଧାନ ବିଭାଗୀୟ ଅଧିକାରୀ ମାନେ କରିବା ସହିତ ଆଉ କିଛି ସମସ୍ୟାର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରାୟ ୨୩ ଟି ବିଭାଗର ଅଧିକାରୀମାନେ ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।ଲୋକଙ୍କର ସହଜ ଭାବରେ ଆସୁ ସମାଧାନ କରିଥିଲେ । ଗ୍ରାମାଞ୍ଚଳରେ ସରକାରୀ ଅଧିକାରୀ ରହି ଲୋକଙ୍କର ସରକାରୀ କ୍ଷେତ୍ରର ଅସୁବିଧା ଦୂରକରି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସରକାରଙ୍କ ଲକ୍ଷ ବୋଲି ସମସ୍ତ ଅଧିକାରୀ କହିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସଂସଦୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍ଥାୟୀ ସମିତି ର ୬ ଦିନିଆଁ ବିଭିନ୍ନ ରାଜ୍ୟ ଗସ୍ତ, କମିଟି ରେ ଓଡିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ

masiha

ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗ୍ରାମପଞ୍ଚାୟତ ସିଲିଆରୀ ବାହାରା ଗ୍ରାମରେ ବାଘ କୁ ଆୟତ୍ତ କଲେ ବନ ବିଭାଗ 

Sunil Chandra Nayak

ହାତୀ – ମଣିଷ ଲଢେଇ; ଦନ୍ତା ନେଲା ବୃଦ୍ଧର ପ୍ରାଣ

Sunil Chandra Nayak

Leave a Comment

error: Content is protected !!