ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ରେ ଜାତୀୟ ସେବା ଶିବିର

ଚନ୍ଦାହାଣ୍ଡି (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସ୍ଥିତ ପାନା ବେଡା +3 ମହାବିଦ୍ୟାଳୟ ଅନୁକୂଲ୍ୟା ରେ ଜାତୀୟ ସେବା ଯୋଜନା (ଏନ.ଏନ.ଏସ) ର 7 ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ +3ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦ୍ୱାରିକା ନାଥ ବାଘ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା l ପରବର୍ତୀ ଦିନ ଗୁଡିକ ରେ NSS ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ବଡମୁଣ୍ଡା ଗ୍ରାମ କୁ ଉକ୍ତ ଯୋଜନା ରେ ସାମିଲ କରାଇ ଛାତ୍ରଛାତ୍ରୀ ମାନେ ଘରକୁ ଘର ଯାଇ କାର୍ଯ୍ୟକ୍ରମ          ଉଦେଶ୍ୟ ଓ ବିଭିନ୍ନ ସ୍ଵାସ୍ତ୍ୟ, ଶିକ୍ଷା, ପରିବେଶ ପରିଷ୍କାର ଆଦି ବିଷୟ ରେ ବୁଝାଇ ଥିଲେ,ଗତ 27 ତାରିକ୍ଷ ଦିନ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ଏକ ସ୍ଵାସ୍ଥ୍ୟ ଭିର୍ତ୍ତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା, ଏଥିରେ ଏନ. ଏନ. ଏସ,କାର୍ଯ୍ୟକ୍ରମ ର ମୁଖ୍ୟ ବିଶ୍ୱ ରଞ୍ଜନ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବେ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଧିପ୍ତ ଶତପଥୀ ଯୋଗଦେଇ ,ଡେଙ୍ଗୁ,ମ୍ୟାଲେରିଆ ଜ୍ୱର, କୋଭିଡ -19,ର କାରଣ ଓ ପ୍ରତିରୋଧ ବିଷୟ, ଓ ନିଜର ଦୈନ ଦିନ କାର୍ଯ୍ୟକ୍ରମ ରେ ପରିଷ୍କାର ପରିଛନ୍ନତା ରହି, ସମସ୍ତ ପ୍ରକାର ରୋଗ ଠାରୁ କିପରି ଦୁରେଇ ରହିପାରିବା ସେ ବିଷୟରେ ବୁଝାଇଥିଲେ,କାର୍ଯ୍ୟକ୍ରମ ରେ, ଡାକ୍ତର ନାୟକ,ସ୍ଵାସ୍ତ୍ୟ ସମ୍ପ୍ରସାରଣ ଅଧିକାରୀ ବାହାମଣୀ ହେମ୍ବ୍ରମ,ବ୍ଲକ ପୋଗ୍ରାମ ମ୍ୟାନେଜର ସୁଦୀପ୍ତ ରାଉତ, ଅଧ୍ୟାପକ ମକର ନାୟକ, ଫାର୍ମାସିଷ୍ଟ ଅମରେଶ ଖମାରି, ମହିଳା ସ୍ୱାସ୍ଥ୍ୟକର୍ମୀ କୁନି ଜଗତ, ଅଞ୍ଜଳି ନାୟକ, ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ, ଜାତୀୟ ସେବା ଯୋଜନା ର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ସମସ୍ତ କର୍ମକର୍ତା ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ,28.12.22, ଦିନ କାର୍ଯ୍ୟକ୍ରମ ଉଦଯାପନ ଦିବସ ରେ ଡାକ୍ତର ରାଜେନ୍ଦ୍ର ମେହେର ଓ ଡାକ୍ତର ଶ୍ରୀନିବାସ ନାୟକ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ବିଭିର୍ନ ସ୍ୱାସ୍ଥ୍ୟ ସେବା ବିଷୟ ରେ ବୁଝାଇଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

masiha

ଶ୍ରୀ ଚୈତନ୍ୟ ଦେବ ମନ୍ଦିର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

ଗୋପାଳ ଙ୍କୁ ଆଣ୍ଠେଇବା ଘଟଣା :ବିଜେଡି ପ୍ରତିନିଧି ଦଳଙ୍କ ପୀଡିତଙ୍କ ଗାଁ ଓ ଚନ୍ଦାହାଣ୍ଡି ଥାନା ଗସ୍ତ 

Leave a Comment

error: Content is protected !!