ଚନ୍ଦାହାଣ୍ଡି (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସ୍ଥିତ ପାନା ବେଡା +3 ମହାବିଦ୍ୟାଳୟ ଅନୁକୂଲ୍ୟା ରେ ଜାତୀୟ ସେବା ଯୋଜନା (ଏନ.ଏନ.ଏସ) ର 7 ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ +3ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦ୍ୱାରିକା ନାଥ ବାଘ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା l ପରବର୍ତୀ ଦିନ ଗୁଡିକ ରେ NSS ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ବଡମୁଣ୍ଡା ଗ୍ରାମ କୁ ଉକ୍ତ ଯୋଜନା ରେ ସାମିଲ କରାଇ ଛାତ୍ରଛାତ୍ରୀ ମାନେ ଘରକୁ ଘର ଯାଇ କାର୍ଯ୍ୟକ୍ରମ ଉଦେଶ୍ୟ ଓ ବିଭିନ୍ନ ସ୍ଵାସ୍ତ୍ୟ, ଶିକ୍ଷା, ପରିବେଶ ପରିଷ୍କାର ଆଦି ବିଷୟ ରେ ବୁଝାଇ ଥିଲେ,ଗତ 27 ତାରିକ୍ଷ ଦିନ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ଏକ ସ୍ଵାସ୍ଥ୍ୟ ଭିର୍ତ୍ତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା, ଏଥିରେ ଏନ. ଏନ. ଏସ,କାର୍ଯ୍ୟକ୍ରମ ର ମୁଖ୍ୟ ବିଶ୍ୱ ରଞ୍ଜନ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବେ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଧିପ୍ତ ଶତପଥୀ ଯୋଗଦେଇ ,ଡେଙ୍ଗୁ,ମ୍ୟାଲେରିଆ ଜ୍ୱର, କୋଭିଡ -19,ର କାରଣ ଓ ପ୍ରତିରୋଧ ବିଷୟ, ଓ ନିଜର ଦୈନ ଦିନ କାର୍ଯ୍ୟକ୍ରମ ରେ ପରିଷ୍କାର ପରିଛନ୍ନତା ରହି, ସମସ୍ତ ପ୍ରକାର ରୋଗ ଠାରୁ କିପରି ଦୁରେଇ ରହିପାରିବା ସେ ବିଷୟରେ ବୁଝାଇଥିଲେ,କାର୍ଯ୍ୟକ୍ରମ ରେ, ଡାକ୍ତର ନାୟକ,ସ୍ଵାସ୍ତ୍ୟ ସମ୍ପ୍ରସାରଣ ଅଧିକାରୀ ବାହାମଣୀ ହେମ୍ବ୍ରମ,ବ୍ଲକ ପୋଗ୍ରାମ ମ୍ୟାନେଜର ସୁଦୀପ୍ତ ରାଉତ, ଅଧ୍ୟାପକ ମକର ନାୟକ, ଫାର୍ମାସିଷ୍ଟ ଅମରେଶ ଖମାରି, ମହିଳା ସ୍ୱାସ୍ଥ୍ୟକର୍ମୀ କୁନି ଜଗତ, ଅଞ୍ଜଳି ନାୟକ, ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ, ଜାତୀୟ ସେବା ଯୋଜନା ର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ସମସ୍ତ କର୍ମକର୍ତା ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ,28.12.22, ଦିନ କାର୍ଯ୍ୟକ୍ରମ ଉଦଯାପନ ଦିବସ ରେ ଡାକ୍ତର ରାଜେନ୍ଦ୍ର ମେହେର ଓ ଡାକ୍ତର ଶ୍ରୀନିବାସ ନାୟକ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ବିଭିର୍ନ ସ୍ୱାସ୍ଥ୍ୟ ସେବା ବିଷୟ ରେ ବୁଝାଇଥିଲେ l
next post