ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ

ପାପଡାହାଣ୍ଡି 28/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ପ୍ରଧାନୀଗୁଡା ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥର ଦୁଲପୁର ନିକଟରେ ବୁଧବାର ଏକ ବାଇକ ଦୁର୍ଘଟଣାଗସ୍ତ ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି | ତାଙ୍କ ନାମ ଗୁପ୍ତ ପ୍ରଧାନ | ଘର ବ୍ଲକର ପଣ୍ଡିକୋଟ ପଂଚାୟତ ପେଟୁଗୁଡା | ସେ ଏକ ବାଇକ OD 24G 7136ରେ ପାପଡାହାଣ୍ଡି ରୁ ନିଜ ଘରକୁ ଯିବା ସମୟରେ ଦୁଲପୁର ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା | ଏଥିରେ ସେ ଗୁରୁତର ହୋଇ ପଡ଼ିଥିଲେ, ଖବର ପାଇ ପାପଡାହାଣ୍ଡି ପୋଲିସ ତାଙ୍କୁ ଉଦ୍ଧାର କରି ଗୋଷ୍ଠି ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତି କରିଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପାପଡାହାଣ୍ଡି ପୋଲିସ ଏ ନେଇ କେସ ନମ୍ବର 224/22ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ବାଇକକୁ ଜବତ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରୂପସାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ,  ଯଜ୍ଞ, ଭଜନ, ବୃକ୍ଷରୋପଣ ଓ ଦୀପ ଦାନରେ ନବବର୍ଷକୁ ସ୍ବାଗତ

masiha

ସରକାରୀ ପ୍ରୟୋଗଶାଳାକୁ ଅସାଧୁ କମ୍ପାନୀ ନାମରେ ମାଲିକାନା କରିଦିଆଯାଉ-ଡ଼ିଡ଼ିସିଏ

masiha

୮ବର୍ଷ ର ଅସମ୍ପୂର୍ଣ ପ୍ରକଳ୍ପ,ରେକର୍ଡ ୩ଦିନ ରେ ସମ୍ପୂର୍ଣ କଲେ ବିଡିଓ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!