ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତରୀ ପିଜି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ  ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସହ ସିସି କ୍ୟାମେରା ସଂଯୋଗ କରଯାଉ

ଡାକ୍ତରୀ ପିଜି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ 

ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସହ ସିସି କ୍ୟାମେରା ସଂଯୋଗ କରଯାଉ 

ବ୍ରହ୍ମପୁର,୦୩/୦୮ ଅଲ୍ ଓଡ଼ିଶା ପିଜି ଡାକ୍ତରୀ ପରୀକ୍ଷାରେ କଥିତ ପ୍ରଶ୍ନ ପତ୍ର ଲିକ୍ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଆଦି ଛଅ ଦଫା ଦାବି ନେଇ ଆଜି ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରଯାଇଛି l ପ୍ରକାଶ ଯୋଗ୍ୟ ଯେ, ଅଲ୍ ଓଡ଼ିଶା ପିଜି ଡାକ୍ତରୀ ପରୀକ୍ଷାରେ କଥିତ ପ୍ରଶ୍ନ ପତ୍ର ଲିକ୍ ଘଟଣା ସମଗ୍ର ରାଜ୍ୟରେ ଗଭୀର ଚିନ୍ତା ଓ ଆଶଙ୍କା ସୃଷ୍ଟି କରିଛି। ପିଜି ଡାକ୍ତରୀ ପରୀକ୍ଷା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ସିଧାସଳଖ ସମ୍ପର୍କିତ। ଏହି ପରୀକ୍ଷାରେ ସଫଳ ହେଉଥିବା ଡାକ୍ତରମାନେ ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ବିଭାଗରେ ସେବା ପ୍ରଦାନ କରିବେ। ଏହି ପରୀକ୍ଷାର ସ୍ୱଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା କୌଣସି ପରିସ୍ଥିତିରେ କ୍ଷୁଣ୍ଣ ହେବା ଉଚିତ ନୁହେଁ ବୋଲି ମଞ୍ଚ ଆବାହକ ଅବନୀ ଗୟା ଯୁକ୍ତି ବାଢ଼ିଛନ୍ତି l ଯଦି ହ୍ୱାଟସ୍‌ଆପ୍ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଗେଜେଟ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସାରିତ ହୋଇଥିବା ଜଣାପଡିଛି, ତେବେ ଏହା ଏକ ଅତ୍ୟନ୍ତ ଗୁରୁତର ବିଷୟ। ଏପରି ଘଟଣା ପରିଶ୍ରମୀ ପରୀକ୍ଷାର୍ଥୀଙ୍କ ପ୍ରତି ଅନ୍ୟାୟ ହେବା ସହ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ମଧ୍ୟ ଦୀର୍ଘମିଆଦୀ ପ୍ରଭାବ ପକାଇବାର ଆଶଙ୍କା ରହିଛି l ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଛଅ ଗୋଟି ଦାବି ଉଲ୍ଲେଖ ଥିବା ସ୍ମାରକ ପତ୍ରରେ କଥିତ ପେପର ଲିକ୍ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଦ୍ୱାରା କରାଯିବା, ପ୍ରଶ୍ନପତ୍ରର ସୁରକ୍ଷା ଓ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ, ପରୀକ୍ଷା ପରିଦର୍ଶକ, ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷାର୍ଥୀମାନେ ମୋବାଇଲ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ପରୀକ୍ଷା କେନ୍ଦ୍ରକୁ ନେଇଥିଲେ କି ନାହିଁ ତାହାର ସମ୍ପୂର୍ଣ୍ଣ ତଦନ୍ତ କରାଯିବା, ତଦନ୍ତରେ ଯେଉଁମାନଙ୍କ ସମ୍ପୃକ୍ତତା ରହିଛି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଫୌଜଦାରୀ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା, ଆସନ୍ତା ବର୍ଷଠାରୁ ଏମ୍‌କେସିଜି ମେଡିକାଲ କଲେଜର ପିଜି ପରୀକ୍ଷା କେନ୍ଦ୍ରକୁ ବ୍ରହ୍ମପୁରର ଅନ୍ୟ କୌଣସି ଉପଯୁକ୍ତ କଲେଜରେ ସ୍ଥାନାନ୍ତର କରାଯିବା ଯାହାଦ୍ୱାରା ପରୀକ୍ଷାର ସ୍ୱଚ୍ଛତା ଓ ନିରପେକ୍ଷତା ଅଧିକ ସୁନିଶ୍ଚିତ ହୋଇପାରିବ l ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବା ସହ ମୋବାଇଲ ଫୋନ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ ଗେଜେଟ ପରୀକ୍ଷା କେନ୍ଦ୍ରକୁ ନେବା ଉପରେ କଡ଼ାକଡ଼ି କଟକଣା ଲାଗୁ କରାଯିବା ଓ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପରୀକ୍ଷା ପରିଚାଳନା ଓ ପ୍ରଶ୍ନପତ୍ର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ପ୍ରଯୁକ୍ତି ନିର୍ଭର କରାଯିବାକୁ ମଞ୍ଚ ଦୃଢ଼ ଦାବୀ କରିଛି l ମଞ୍ଚ ଆବାହକ ଶ୍ରୀ ଗୟାଙ୍କ ସମେତ ବରିଷ୍ଠ ସାମ୍ବାଦିକ ତଥା କଂଗ୍ରେସ ର ରବି ରଥ, ମଞ୍ଚ ସମ୍ପାଦକ ଆର୍.ସତ୍ୟ ନାରାୟଣ ରାଓ,ଯୁବ ନେତା ମନୋଜ କୁମାର ତରାଇ, ମହିମା ର ସମ୍ପାଦକ ଶିବ ସୁନ୍ଦର ରଥ, ଅବସରପ୍ରାପ୍ତ ଅଧ୍ୟାପକ ମନୋରଞ୍ଜନ ସାହୁ,ଆପ୍ ର ନେତା ଆଦିତ୍ୟ ନାରାୟଣ ରଥ, ମହେଶ୍ୱର ବାଡତ୍ୟା, ଜୟକୃଷ୍ଣ ନାୟକ,ଯୁବ ନେତା କାହ୍ନୁ ଚରଣ ପାତ୍ର, ଶିକ୍ଷକ ସଙ୍ଗଠନର ଶ୍ୟାମ ସୁନ୍ଦର ଖାଡଙ୍ଗା,ସମାଜସେବୀ ଅମିତ୍ ମହାରଣା,ଓମ୍ ପ୍ରକାଶ ଜେନା, ନିହାର ରଞ୍ଜନ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Related posts

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

ରାଇରଙ୍ଗପୁର ! ପାତେପାଣି ଗ୍ରାମରେ ପ୍ରଦୂଷଣ ମୁକ୍ତ ଭାରବାହୀ ବ୍ୟାଗ ଶିଳ୍ପାନୁଷ୍ଠାନ ସାଂସଦଙ୍କ ଦ୍ଵାରା ଉଦଘାଟିତ 

masiha

ଘରପଟ୍ଟା ନ ମିଳିବାରୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!