ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ.

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ.

ରାଉରକେଲା: ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସୋମବାରରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ କରାଯାଏ। ଏହା ବିଶ୍ୱର ପରସ୍ପର ସଂଯୁକ୍ତତା ଏବଂ ଆର୍ଥିକ ଅଭିବୃଦ୍ଧି, ସାଂସ୍କୃତିକ ବିନିମୟ ଏବଂ ବିଶ୍ୱ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଅନ୍ତର୍ଜାତୀୟ ବାଣିଜ୍ୟର ଗୁରୁତ୍ୱକୁ ସ୍ମରଣ କରାଇଥାଏ। ଏହି ଦିବସ ସମାଜ ଉପରେ ବାଣିଜ୍ୟର ପ୍ରଭାବ ଏବଂ ଏକ ଅଧିକ ସମାନ ଏବଂ ସ୍ଥାୟୀ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ପାଇଁ ସୁଯୋଗ ଉପରେ ପ୍ରତିଫଳନକୁ ଉତ୍ସାହିତ କରିଥାଏ। ଏହି ଉପଲକ୍ଷେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ଆୟୋଜିତ କାର୍ଯ୍ୟକ୍ରମ ଓ ସଭାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ସାମଲ ଉଦ୍‌ଘାଟନ କରି ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବାଣିଜ୍ୟ ବିଷୟରେ ଅଧ୍ୟୟନ ସମ୍ପର୍କରେ ବାର୍ତ୍ତା ଦେଇଥିଲେ। ବିଭାଗୀୟ ମୁଖ୍ୟ ମାୟାଧର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଦିବସ ପାଳନ ସମ୍ପର୍କରେ ଶ୍ରୀ ବାରିକ ସୂଚନା ଦେଇଥିଲେ। ଏହି ଅବସରରେ ଆୟୋଜିତ ୧୬ଟି ଷ୍ଟଲ୍‌ ମାଧ୍ୟମରେ କ୍ଷୁଦ୍ର ବାଣିଜ୍ୟ ବଜାରରେ ବିଭିନ୍ନ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୋଟ ୪୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଉତ୍କର୍ଷ ପ୍ରଦର୍ଶନ କରିଥିବା ତିନୋଟି ଷ୍ଟଲ୍‌ର ପ୍ରତିଭାଗୀଙ୍କୁ ପୁରସ୍କୃତ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯିବା ସହ ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ମୋଟ ୫ ଘଣ୍ଟାର ସମୟ ମଧ୍ୟରେ ଷ୍ଟଲ୍‌ ଲଗାଇଥିବା ଛାତ୍ରଛାତ୍ରୀମାନେ ପ୍ରାୟ ୩୪ହଜାର ଟଙ୍କାର ବ୍ୟାପାର କରି ଦିବସ ପାଳନକୁ ସାର୍ଥକ କରିଥିଲେ। ଏହି ସମସ୍ତ ଆୟୋଜନରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଡ. ଅଭିଜିତ ଲେଙ୍କା, ବିନୟ ସାହୁ, ଗଗନ ମାହାତୋ ଏବଂ ଅଧ୍ୟାପିକା ଡ. ରାଜଲକ୍ଷ୍ମୀ ବାରିକ, ରିୟା ସାହୁ, ସୁରଭି ଦାସ ଏବଂ ସୁଶ୍ରୀ ହର୍ଷିତାଙ୍କ ସମେତ ଉଭୟେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦର୍ଶନ ଆକାଡେମୀର ଗ୍ରୀଷ୍ମ କାଳୀନ ଶିବିରରେ ଶିକ୍ଷା, ଶୃଙ୍ଖଳା ଓ ସୃଜନଶୀଳତାର ଅନନ୍ୟ ସମନ୍ୱୟ

ଉଠା ଜଳସେଚନ ରବି ଧାନ ବିକ୍ରି ପଞ୍ଜିକରଣ ରୁ ବଞ୍ଚିତ ଚାଷୀ ଙ୍କ ପାଇଁ ସଚେତନ ମଞ୍ଚ ର ଦାବିପତ୍ର

Sunil Chandra Nayak

ମେଦନା ରେ ବିକାଶ ବାହନ ଯାତ୍ରା 

masiha

Leave a Comment

error: Content is protected !!