ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

‘ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଦ୍ୱିତୀୟ ସଂଧ୍ୟାରେ ନାଟକ ‘ବାଲ୍ମୀକି’ ମଂଚସ୍ଥ

‘ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଦ୍ୱିତୀୟ ସଂଧ୍ୟାରେ ନାଟକ ‘ବାଲ୍ମୀକି’ ମଂଚସ୍ଥ

ରାଉରକେଲା : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ ରାଉରକେଲା ଦ୍ୱାରା ଆୟୋଜିତ ୧୮ତମ ରାଜ୍ୟସ୍ତରୀୟ ଓଡିଆ ନାଟକ ମହୋତ୍ସବ ଆଜି ଦ୍ୱିତୀୟ ସଂଧ୍ୟାରେ ସ୍ଥାନୀୟ ସିଭିକ୍ ସେଂଟରଠାରେ ଯାଜପୁର ଟାଉନ୍‌ର ଅନ୍ୱେଷଣ ଥିଏଟର ଗ୍ରୁପ୍ ପକ୍ଷରୁ ନାଟକ ‘ବାଲ୍ମୀକି’ ମଂଚସ୍ଥ ହୋଇଯାଇଛି। ନାଟକଟିକୁ ଡ. ସୁବୋଧ ପଟ୍ଟନାୟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଅଭିମନ୍ୟୁ ମିଶ୍ର। ସଂଗୀତରେ ସାଇ ଶୁଭମ। ବିଭିନ୍ନ ଭୂମିକାରେ ମୂରଲୀଧର ଦାଶ, ଟୁନି ବେହେରା, ରାଜୀବ ଦାସ, ରାନୁ ମହାପାତ୍ର, ସନ୍ତୋଷ କୁମାର ବେହୁରିଆ, ଦିଜେନ୍ଦ୍ର ନାଥ ରାଉତ, ଡ. ସୂର୍ଯ୍ୟକାନ୍ତ ସେଠୀ, କାର୍ତିକେଶ୍ୱର ମହାନ୍ତି, ରଂଜନ କୁମାର ବେହେରା, ଜିତେନ୍ଦ୍ର କୁମାରା ସାହୁ, ବୃନ୍ଦାବନ ମିଶ୍ର, ରବି ନାରାୟଣ ରାଉତ ଅଭିନୟ କରିଥିଲେ। ଜନ୍ମରୁ କେହି ଖରାପ ହୋଇ ଜନ୍ମ ନେଇନଥାନ୍ତି। ସଂଗ, ପରିବେଶ ଓ ପରିସ୍ଥିତି ପ୍ରଭାବରେ ସେ ଖରାପ ହୋଇଯାଇଥାଏ। ଜଣେ ଭଲ ମଣିଷ ଖରାପ ହୋଇଯିବା ପାଇଁ କେବଳ ସେ ନିଜେ ଦାୟୀ ନୁହଁନ୍ତି ବରଂ ସମାଜର ଅନ୍ୟାୟ, ଅନ୍ଧ ଆଇନ ବ୍ୟବସ୍ଥା ତାକୁ ଅପରାଧ ଦୁନିଆକୁ ଠେଲି ଦେଇଥାଏ। ପୂରାଣରେ ଦସ୍ୟୁ ରତ୍ନାକରର ହୃଦୟ ପରିବର୍ତନ ହୋଇ ବିବେକ ଜ୍ଞାନ ଉଦ୍ରେକ ହେବା ଫଳରେ ସେ ମହର୍ଷି ବାଲ୍ମୀକି ସାଜିଥିଲେ। କିନ୍ତୁ ଏ ବାଲ୍ମୀକି ନାଟକର କାହାଣୀ ସଂପୂର୍ଣ୍ଣ ବିପରୀତ। ଜଣେ ଅବସରପ୍ରାପ୍ତ ଆଦର୍ଶ ଓ ନୀତିବାନ ଶିକ୍ଷକ ପରିବାରର ବିଭିନ୍ନ ସଦସ୍ୟ ସମାଜର ଅନ୍ୟାୟ, ଦୁର୍ନୀତି ଓ କ୍ରୁରତାର ଶୀକାର ହୋଇ ପାଲଟି ଯାଇଛି ଜଣେ ଭୟଙ୍କର ପ୍ରତିଶୋଧ ପରାୟଣ ବ୍ୟକ୍ତି। ଏହି ଭଳି କାହାଣୀକୁ ନେଇ ବାଲ୍ମୀକି ନାଟକ ଗତିଶୀଳ ହୋଇଛି । ଆଜିର ନାଟକ ମଂଚସ୍ଥ ପୂର୍ବରୁ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ ସଂସ୍କୃତିପ୍ରେମୀ ମହେନ୍ଦ୍ର କୁମାର ନଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସଂବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ରାଜ୍ୟର ଜଣେ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ଡ. ସମର ମୁଦାଲି ଓ ଭାରତୀୟ ଜନତା ପାର୍ଟିର ଓଡିଶା ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ନାଟକର ସଫଳତା ଦର୍ଶକ ଙ୍କ ଉପରେ ନିର୍ଭର କରେ । ବର୍ତ୍ତମାନକୁ ନାଟକ ଦର୍ଶକଙ୍କୁ ବାନ୍ଧି ରଖିପାରୁ ନାହିଁ, ଏଥିପାଇଁ ମୈ।ଳିକ ନାଟକ ସୃଷ୍ଟିର ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ପ୍ରଫେସର ସମର ମୁଦାଲି କହିଲେଯେ ନାଟକ ହେଉଛି ଜୀବନର ଅନୁକୃତି ଓ ଦର୍ପଣ । ଭଲ ନାଟକ ବ୍ୟକ୍ତି ତଥା ସମାଜ ଉପରେ ବଡ଼ ପ୍ରଭାବ ପକାଇଥାଏ । ଅନ୍ୟତମ ଅତିଥି ଧୀରେନ ସେନାପତି କହିଲେ ରାଉରକେଲା କଳା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆୟୋଜିତ କାର୍ଯ୍ୟକ୍ରମରେ ‘ସଂକଳ୍ପ’ର ସଭାନେତ୍ରୀ ଡଃ କିଶୋରୀ ଦାଶ ଅଧ୍ୟକ୍ଷତା କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ପ୍ରସଙ୍ଗରେ ବର୍ଣ୍ଣନା କରିଥିଲେ। ବିଶିଷ୍ଟ ଶ୍ରମିକ ନେତା ତଥା ସଂକଳ୍ପର କାର୍ଯ୍ୟ ନିର୍ବାହୀ ସଭ୍ୟ ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଉପଦେଷ୍ଟା ତଥା ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ପ୍ରସନ୍ନ କୁମାର ଦାଶ ମଂଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଉଦ୍‌ଘୋଷିକା ଶୁଭଶ୍ରୀ ଦାଶ ସଂଯୋଜନା କରିଥିଲେ। ନାଟକର ନିର୍ଦ୍ଦେଶିକାଙ୍କୁ ‘ସଂକଳ୍ପ’ସମ୍ମାନରେ ଓ ତାଙ୍କ ନାଟ୍ୟାନୁଷ୍ଠାନକୁ ଚିତ୍ତ ରଣା ସ୍ମୃତି ସମ୍ମାନରେ ସଂବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅଭିନେତା/ଅଭିନେତ୍ରୀ ଓ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନ ପକ୍ଷରୁ ପ୍ରବୀର ଜେନା, ପ୍ରିୟଦର୍ଶନ ରାଉତ, ପ୍ରବୀର ମିଶ୍ର, ଅଧ୍ୟାପକ ବସନ୍ତ କୁମାର ଦାସ, ରଶ୍ମୀ ରେଖା ଦାସ, ଶରତ ଚନ୍ଦ୍ର ଦାସ, ସରୋଜ କୁମାର କବି, ଅକ୍ଷୟ ଧଳ,ନାଟ୍ୟକାର ପ୍ରଭାକର ପାତ୍ର, ବଟକୃଷ୍ଣ ଶତପଥୀ, ସଂଜୟ ମହାନ୍ତି, କୁଞ୍ଜନଲାଲ ବୋଷ, ଗଣପତି ରଣା, ଓ ପ୍ରକାଶ ସାହାଣୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସଂକଳ୍ପର ପ୍ରତିଷ୍ଠା, ପରିଚାଳନା ଓ ପ୍ରଗତିରେ ବିଶେଷ ସହାୟକ ହୋଇ ଇହ ଲୋକ ତ୍ୟାଗ କରିଥିôବା ପାଂଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଅତିଥିମାନେ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

ବାଲୁଗାଁ ପାଟଣା ସାହି ଗ୍ରାମରେ ସାମାଜିକ ନାଟକ “ମିଛୁଆ ରାଧୁଆ ଗପ ସରିଲା” ନାଟକ ମଞ୍ଚସ୍ଥ !!!

Sunil Chandra Nayak

ନାଟକ ନୂଆ ଦିଗନ୍ତ ସମାଜକୁ ଦେଲା ନୂତନ ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!