ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ବାଲୁଗାଁ ପାଟଣା ସାହି ଗ୍ରାମରେ ସାମାଜିକ ନାଟକ “ମିଛୁଆ ରାଧୁଆ ଗପ ସରିଲା” ନାଟକ ମଞ୍ଚସ୍ଥ !!!

ବାଲୁଗାଁ:- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ୱାଡ ପାଟଣା ସାହି ଗ୍ରାମରେ କଣ୍ଢେଇ କ୍ଲବ ଆନୁକୁଲ୍ୟରେ ଶୁକ୍ରବାର ଦିନ ମା’ ଜାଗୁଳାଇ ଯାତ୍ରା ମହଲର ପ୍ରଥମ ଅବଦାନ ସାମାଜିକ ନାଟକ “ମିଛୁଆ ରାଧୁଆ ଗପ ସରିଲା” ନାଟକ ମଞ୍ଚସ୍ଥ ହୋଇ ଯାଇଛି। ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଚିଲିକା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ସାହୁ। ସମ୍ମାନିତ ଅତିଥି ଭାବରେ ୭ନମ୍ବର ୱାଡ କାଉନସିଲର ଙ୍କ ପ୍ରତିନିଧି ଶେଷଦେବ ବେହେରା, ସମାଜ ସେବୀ ଧୋବା ବିଶ୍ଵାଳ ଙ୍କ ସମେତ ଯାତ୍ରା ନିର୍ଦ୍ଦେଶକ ପର୍ଶୁରାମ ସ୍ୱାଇଁ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ କଣ୍ଢେଇ କ୍ଲବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ନାଟକରେ ଅଭିନୟ କରିଥିବା ସମସ୍ତ କଳାକାର ନିଖୁଣ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା ।।

ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ତୃତୀୟ ସନ୍ଧ୍ୟା

masiha

Leave a Comment

error: Content is protected !!