ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଜୀସାର୍ଥକ ରେ ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ “ବାହାଘର ଡଟ୍ କମ୍ ”  

ଜୀ ସାର୍ଥକ ଫିଲ୍ମସ୍ ସର୍ବଦା ତାର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ସବୁ ଦେଇ ଆସିଛି | ପୁଣି ଥରେ ଜୀ ସାର୍ଥକ ଫିଲ୍ମସ୍ ନେଇ ଆସୁଛି ବାହାଘର ଡଟ୍ କମ । ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ ଓ ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ, କେବଳ ଜୀ ସାର୍ଥକରେ ଦର୍ଶକ ମାନେ ଏହି ମନୋରଂଜନ ପୂରଣ ଫିଲ୍ମଟିକୁ ଦେଖି ପାରିବେ ।  

ଅନିଛା ସ୍ୱତେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ବିବାହ କରିବାକୁ ପଡିବ ହେଲେ ଜମା ମନ ନାହି ବାହାଘରରେ କିନ୍ତୁ ବାହା ହେବାକୁ ତ ପଡିବ ତେଣୁ ଭିନ୍ନ ଏକ ଉପାୟରେ ବାହାଘର ହେଉଛି କିନ୍ତୁ କାହାଣୀ ଏଠି ଆସୁଛି ନୂଆ ମୋଡ । ଆଉ ତା ପରେ ଯାହା ଘଟୁଛି, ତାହା ଅବର୍ଣନନିୟ । ନିହାତି ଏମିତି କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ତେବେ ଏମିତି ମନୋରଂଜନ ଭିତ୍ତିକ କାହାଣୀ ଆପଣଙ୍କୁ ନିଶ୍ଚିତ ଏକ ନୂଆ ଅନୁଭୂତି ଦେବ । ଓମ ସାଇ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ ହୋଇଛି ଫିଲ୍ମ । ସୁଧାଶୁଂ ସାହୁ ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜନା ଭାର ତୁଲାଇଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା । ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ଭାର ନେଇଛନ୍ତି ଜଣାଶୁଣା ସଙ୍ଗୀତକାର ଗୁଡଲୀ ରଥ । ମାର୍ଚ୍ଚ ୧୯ ତାରିଖରେ ଦର୍ଶକ ଦେଖିବାକୁ ପାଇବେ ବହୁ ପ୍ରତିକ୍ଷୀତ “ବାହାଘର ଡଟ୍ କମ୍” । ଏକ ଫୁଲ ଏଣ୍ଟରଟେନମେଟିଂ, ଡ୍ରାମା, ଏବଂ ପାରିବାରିକ କାହାଣୀକୁ ନେଇ ଆସୁଛି ଏହି ଫିଲ୍ମ । ଫିଲ୍ମରେ ଲୋକପ୍ରିୟ ଅଭିନେତା ଋଷି, ସାୟଲ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ନିଖୁଣ ଅଭିନୟ କରିଛନ୍ତି । ସେପଟେ ଏଭଳି ଏକ ଚମତ୍କାର କାହାଣୀ ଦର୍ଶକଙ୍କୁ ଫୁଲ ମନୋରଞ୍ଜନ କରିବ ବୋଲି ଆଶାବାଦୀ ପ୍ରଯୋଜନା ସଂସ୍ଥା ଜୀ ସାର୍ଥକର ଚ୍ୟାନେଲ ,ବିଜିନେସ୍ ହେଡ୍  ପ୍ରତୀକ ସିଲ  ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସ୍ବସ୍ତି ଝଙ୍କାର, ରାଉରକେଲା  ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ  “ନାଟ୍ୟମ” ଅନୁଗୁଳର ନାଟକ  “ତ୍ରିଶଙ୍କୁ “ମଞ୍ଚସ୍ଥ 

masiha

ଏପ୍ରିଲ ୭ ରେ ରୂପେଲି ପରଦାରେ  “ଡେଲିଭରୀ ବୟ”

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ରେ ଭରତ ବାକ୍ୟ ମଞ୍ଚସ୍ଥ

masiha

Leave a Comment

error: Content is protected !!