ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଆସୁଅଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

ଆସୁଅଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

ଭୁବନେଶ୍ୱର: ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷା ନିଯୁକ୍ତି ପାଇଁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରୁଛନ୍ତି ଓ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ରୂପାୟିତ ହୋଇଛି ଓ ବଡ଼ ପରଦାକୁ ନେଇକି ଆସୁଛନ୍ତି ଲଙ୍କାଗଡ ସିନେମାରେ ମୁଖ୍ୟ ଅଭିନେତା ଓ ସିନେମା ର ପ୍ରୋଯୋଜକ ରମେଶ ନାୟକ(ରାବଣ)। ରମେଶ ଆଗରୁ ଓଡ଼ିଆ ତିନୋଟି ବାଓଡ଼ିଆ ଚଳଚ୍ଚିତ୍ର ରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି ହେଲେ ଏହି ସିନେମା ତାଙ୍କ ନିଜ ବ୍ୟାନର୍ ଏସ୍.ଡି ପ୍ରଡକ୍ସନ ରେ ନିର୍ମାଣ ହୋଇଥିବା ଓ ନିଜେ ରମେଶ ପ୍ରଯୋଜକ ଓ ମୁଖ୍ୟ ଅଭିନେତା ଭାବେ ଦର୍ଶକଙ୍କ ସାମ୍ନାକୁ ବଡ ପରଦାକୁ ଆସିବେ ଏକ ନିଆରା ମାଓବାଦୀ ଚରିତ୍ର ଭୂମିକାରେ । ଏଥିରେ ନବାଗତ ନାୟକ ଶୁଭେନ୍ଦୁ ନାୟକ ପ୍ରଥମଥର ପାଇଁ ବଡ ପରଦାକୁ ଆସିବାକୁ ଯାଉଛନ୍ତି ଓ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ନେହା ପାଣିଗ୍ରାହୀ ଓ ଦିପାସା ମାୟେଟି । ଲଙ୍କାଗଡ ସିନେମାର ସମ୍ପୁର୍ଣ୍ଣ ଚଳଚ୍ଚିତ୍ରର ସୁଟିଂ ଭବାନୀପାଟଣା ରେ ଶେଷ ହୋଇଥିବାବେଳେ ଏବେ ଏହାର ଏଡିଟିଙ୍ଗ କାମ ବ ସମ୍ପୁର୍ଣ୍ଣ ହୋଇସରିଛି ଯାହା ସୂତ୍ରରୁ ଜଣା ପଡ଼ିଛି । ଏହି ଚଳଚ୍ଚିତ୍ରରେ ହରିହର ମହାପତ୍ର , ରମେଶ ନାୟକ ଓ ପ୍ରଦୀପ ଦେବତା ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଥିବେଳେ କିଛି ନୂଆ ପୁରୁଣା ପ୍ରମୁଖ ଚରିତ୍ର କୁ ମଧ୍ୟ ପ୍ରଥମଥର ଦେଖିବାକୁ ପାଇବେ ଦର୍ଶକ ବଡପରଦାରେ। ଏହାର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ରେ ଆନନ୍ଦ କୁମାର ଥିବାବେଳେ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ବିଷ୍ଣୁମୋହନ କବି ଓ ସର୍ବେଶ୍ଵର ଭୋଇ ଏହାର ସଙ୍ଗୀତକାର ଏବଂ ଗୀତ ରଚନା କରିଛନ୍ତି ସର୍ବେଶ୍ଵର ଭୋଇ, ଜିତେନ୍ଦ୍ର ଶେଠ୍ ଓ ଡକ୍ଟର ନିର୍ମଳ ନାୟକ। ସୂଚନାଯୋଗ୍ୟ ଅନୁଯାଇ ଆନନ୍ଦ କୁମାରଙ୍କ ନିର୍ଦ୍ଦେଶିତ ‘ ଅପେକ୍ଷା ‘ ଓ ‘ କେମିତି ପ୍ରେମ ‘ ଦୁଇଟି ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି। 

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଫିଲ୍ମ ନବୀନର ହେଲା ଶୁଭ ମହୁରତ

Sunil Chandra Nayak

ରାଜ୍ୟରୁ ଜାତୀୟ ସ୍ତରରେ ଖଡ଼ିଆଳ ଅଞ୍ଚଳର ଡ୍ୟାନ୍ସ ଶିକ୍ଷକ ଧର୍ମେଶଙ୍କ କମାଲ, ଡ୍ୟାନ୍ସରେ ଅନେକ ସଫଳତା

Sunil Chandra Nayak

ଜଣା ଅଜଣା…. ଭାରତର ସବୁଠାରୁ ସ୍ଲୋ ଚାଲୁଥିବା ନୀଳଗିରି ମାଉଣ୍ଟେନ୍ ଟ୍ରେନ , ଘଣ୍ଟାକୁ ମାତ୍ର ୯ କିଲୋମିଟର ହିଁ ଯାଇଥାଏ ଏହି ଟ୍ରେନ

Sunil Chandra Nayak

Leave a Comment

error: Content is protected !!