ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା ରେ ଡି ଏଫ ଓ ଙ୍କ ଖବରଦାତା ସମ୍ମିଳନୀ

ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା ରେ ଡି ଏଫ ଓ ଙ୍କ ଖବରଦାତା ସମ୍ମିଳନୀ

କନ୍ଧମାଳ, ତା, ୨୫/୦୧:(ମନିସ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞଳରେ ହାତୀ ମୃତ୍ୟୁ ପରେ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ବ୍ରହ୍ମପୁର ଆରସିସିଏଫ ବିଶ୍ବନାଥ ନୀଳନବର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘଟଣାର ସମସ୍ତ ବିଷୟ ବସ୍ତୁ ପ୍ରକାଶ କରିଛନ୍ତି । ଗତ ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ଗୋଟିଏ ହାତୀର ମୃତ୍ୟୁ ପରେ ବେଲଘର ରେଞ୍ଜର ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ବନ ବିଭାଗରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ସହଯୋଗରେ ମୃତ ହାତୀର ଶବକୁ ୩୨ ଖଣ୍ଡ କରି ପ୍ରଥମେ ବେଲଘର କାଡାପାନା ନିକଟସ୍ଥ ନର୍ସରୀରେ ପୋତି ଦେଇଥିଲେ । ପରେ ସେଠାରୁ ବାହାର କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନିକଟସ୍ଥ ତହଁସିର ଡ୍ୟାମ୍ ନିକଟରେ ପୋତି ଦେଇଥିଲେ ବେଲଘର ରେଞ୍ଜର ବିନୟ କୁମାର ବିଶି । ଘଟଣାକୁ ନେଇ ତଦନ୍ତ ଯୋରଦାର୍ କରାଯିବା ପରେ ଏବେ ଘଟଣାର ଗୁମର ଖୋଲୁଛି । ତଦନ୍ତ ପରେ ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରିବା ପରଠାରୁ ସେ ଗିରଫ ଭୟରେ ଫେରର୍ ଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାରେ ବ୍ୟବହୃତ ଗୋଟିଏ ବୋଲେରୋ, ଗୋଟିଏ ବୋଲେରୋ ପିକ୍ଅପ୍ ଓ ଗୋଟିଏ ଜେସିବି ଜବତ କରାଯାଇଛି । ପିକ୍ଅପ୍ ଡ୍ରାଇଭର ହୃଷିକେଶ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବନ ବିଭାଗରେ କାର୍ଯ୍ୟରତ ଆଠ ଜଣ ସ୍କ୍ୱାର୍ଡ କର୍ମଚାରୀଙ୍କୁ ପଚରାଉଚରା ପରେ ନୋଟିସ୍ ରେ ଛଡ଼ା ଯାଇଥିବା କହିଛନ୍ତି RCCF । ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା ଏବଂ ମୃତ ହାତୀର ନମୁନା ଫୋରେନ୍ସିକ୍ ଲ୍ୟାବ୍ କୁ ପଠାଇଛି । ରିପୋର୍ଟ ଆସିବା ପରେ କେଉଁ ହାତୀ ତାହା ସ୍ପଷ୍ଟ ହେବ । ବର୍ତ୍ତମାନ ମଧ୍ୟ ତଦନ୍ତ ଜାରୀ ରହିଛି । ତଦନ୍ତ ପ୍ରକ୍ରିୟା ସରିବା ପରେ ଆହୁରି ଅନେକ ଘଟଣା ଉପରୁ ପରଦା ହଟିବ ଏବଂ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି RCCF ବିଶ୍ବନାଥ ନୀଳନବର କହିଛନ୍ତି ।

Related posts

ବିଜଲୀ ସାହୁଙ୍କ ପରଲୋକ

Sunil Chandra Nayak

ନର୍ଲା ପଞ୍ଚାୟତ ସମିତିର ୬ଷ୍ଠ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ 

masiha

ମମିତା ରଥ କରି ବିଜେପି ହୀନ ରାଜନୀତି କରୁଛି …ବିଜେଡି 

masiha

Leave a Comment

error: Content is protected !!