ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ମହାବିଦ୍ୟାଳୟରେ ବିଜ୍ଞାନରେ ରାଜଶ୍ରୀ,କଳାରେ ଦୀପିକା ଓ ବାଣିଜ୍ୟରେ ବିଶ୍ୱଜିତ୍ ଟପ୍ପର

ଦୀନକୃଷ୍ଣ ମହାବିଦ୍ୟାଳୟରେ ବିଜ୍ଞାନରେ ରାଜଶ୍ରୀ,କଳାରେ ଦୀପିକା ଓ ବାଣିଜ୍ୟରେ ବିଶ୍ୱଜିତ୍ ଟପ୍ପର

ଜଳେଶ୍ଵର,୨୦/୫(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଧାନସିମୁଳିଆ ଠାରେ ଅବସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟରେ ଯୁକ୍ତ-୨ ବିଜ୍ଞାନରେ ରାଜଶ୍ରୀ, ଯୁକ୍ତ-୨ କଳାରେ ଦୀପିକା ଓ ଯୁକ୍ତ-୨ ବାଣିଜ୍ୟରେ ବିଶ୍ୱଜିତ୍ ଟପ୍ପର ହୋଇଛନ୍ତି।ଯୁକ୍ତ-୨ କଳାରେ ୨୦୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୩ ଜଣ ପ୍ରଥମ ଶ୍ରେଣୀ,୪୯ ଜଣ ଦ୍ୱିତୀୟ ଶ୍ରେଣୀ,୮୪ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।୧୬ ଜଣ ଫେଲ ହୋଇଥିବା ବେଳେ ୬ ଜଣ ଅନୁପସ୍ଥିତ ଥିଲେ।ସେଥିମଧ୍ୟରୁ ଦୀପିକା ରାଉଳ(୫୪୬) ପ୍ରଥମ, ଜୟଶ୍ରୀ ଦେ(୫୪୦) ଦ୍ୱିତୀୟ ଓ ତନୁଶ୍ରୀ ମହାନ୍ତି(୫୧୩) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସେହିପରି ଯୁକ୍ତ-୨ ବିଜ୍ଞାନରେ ୮୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୨ ଜଣ ପ୍ରଥମ ଶ୍ରେଣୀ,୧୮ ଜଣ ଦ୍ୱିତୀୟ ଶ୍ରେଣୀ,୫ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।୫ ଜଣ ଫେଲ ହୋଇଥିବା ଜଣାପଡ଼ିଛି।

ରାଜଶ୍ରୀ ପ୍ରମାଣିକ (୫୫୦) ପ୍ରଥମ,ଦେବୀ ରାଣୀ ଦାସ(୫୩୯) ଦ୍ୱିତୀୟ ଓ ଅଙ୍କିତ୍ କୁମାର ପ୍ରଧାନ(୫୩୦) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଅପରପକ୍ଷେ ଯୁକ୍ତ-୨ ବାଣିଜ୍ୟରେ ମାତ୍ର ୧୨ ଜଣ ପରୀକ୍ଷା ଦେଇଥିବା ବେଳେ ୯ ଜଣ ପ୍ରଥମ ଶ୍ରେଣୀ,୧ ଜଣ ଦ୍ୱିତୀୟ ଶ୍ରେଣୀ,୨ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।ବିଶ୍ୱଜିତ୍ ନନ୍ଦୀ(୪୯୩) ପ୍ରଥମ, ଦିବ୍ୟମ୍ ଯୋଶୀ (୪୬୪) ଦ୍ୱିତୀୟ ଓ ବିଭୁ ରଞ୍ଜନ ଦତ୍ତ(୪୫୭) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଅଧକ୍ଷ ହିମାଂଶୁ ସାମଲ ଅଭିନନ୍ଦନ ଜଣାଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

 

Related posts

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର 

Sunil Chandra Nayak

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

masiha

ଦିବଂଗତ ବାନମ୍ୱର ଜେନା ଙ୍କୁ ଝୁରିଛି କୋରୋ ଗାଁ ମାଟି ଓ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!