ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ନାମ୍ପୋ ଶୀତଳା ଠାକୁରାଣୀ ଟ୍ୟୁଟୋରିଅଲର ଶତପ୍ରତିଶତ ସଫଳତା

ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ନାମ୍ପୋ ଶୀତଳା ଠାକୁରାଣୀ ଟ୍ୟୁଟୋରିଅଲର ଶତପ୍ରତିଶତ ସଫଳତା 

ଜଳେଶ୍ଵର,୨୦/୫(ମନିସ)-ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଅଛି। ଉକ୍ତ ପରୀକ୍ଷାରେ ଜଳେଶ୍ବର ବ୍ଲକ ଅନ୍ତର୍ଗତ ନାମ୍ପୋସ୍ଥିତ ଶୀତଳା ଠାକୁରାଣୀ ଟ୍ୟୁଟୋରିଅଲର ବିଜ୍ଞାନରେ ସର୍ବାଧିକ ୬୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୪୬ ଜଣ ପ୍ରଥମ ଶ୍ରେଣୀରେ ଓ ୧୪ଜଣ ଦ୍ୱିତୀୟ ଶ୍ରେଣୀରେ ଓ ଜଣେ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।ସର୍ବାଧିକ ୫୩୦ ମାର୍କରଖି ୮୮.୩୪% ହିସାବରେ ଜସ୍ମିନ୍ ପାତ୍ର ଓ ୫୨୯ ମାର୍କରଖି ୮୮.୧ % ହିସାବରେ ମୁକେଶ କୁମାର ଦାସଙ୍କୁ ଆଜି ଅନୁଷ୍ଠାନର ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ପଦାର୍ଥ ବିଜ୍ଞାନର ଅଧ୍ୟାପକ ଦୁର୍ଗେଶ କୁମାର ନାୟକ ମୋମେଣ୍ଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ନାମ୍ପୋ ପରି ଏକ ଗ୍ରାମାଞ୍ଚଳରେ ଗଢିଉଠିଥିବା ଏହି ଶିକ୍ଷାନୁଷ୍ଠାନରେ ବହୁ ଗରିବ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଳ୍ପ ଖର୍ଚରେ ଯୁକ୍ତ ୨ ବିଜ୍ଞାନ ପାଠ ପଢି ପ୍ରତ୍ୟକ ବର୍ଷ ଭଲ ଫଳା ଫଳ ଆଣୁ ଥିବାରୁ ଗ୍ରାମବାସୀ ଓ ଅଭିଭାବକ ମାନେ ଅନୁଷ୍ଠାନର କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି। ଉକ୍ତ ସଫଳତା ପାଇଁ ଶୀତଳା ଠାକୁରାଣୀ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ଅଞ୍ଜନ କୁମାର ପାଳ, ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଅଧ୍ୟାପକ ଦୁର୍ଗେଶ କୁମାର ନାୟକ, ନାରାୟଣ ଚନ୍ଦ୍ର ପରିଡା,ସମୀର କୁମାର ପରିଡା, ଅନୁଷ୍ଠାନର ଉପଦେଷ୍ଟା ଆଇନଜୀବୀ ସୁକୁମାର ରଣା,ସମାଜସେବୀ ତଥା ସାମ୍ବାଦିକା ଆରତୀ ଦାସ,ଡ଼ଃ ଦୀନକୃଷ୍ଣ ଜେନା,ଡ଼ଃ ସମ୍ବିତ ପ୍ରକାଶ ପରିଡା, ଅଧ୍ୟାପକ ଯତୀନ କୁମାର ମିଶ୍ର,ଖଗେନ୍ଦ୍ର ନାଥ ପ୍ରାମାଣିକ, ଅକ୍ଷୟ କୁମାର ଜେନା, ଶୁଭେନ୍ଦୁ ପାତ୍ର, ଦେବବ୍ରତ ପ୍ରଧାନ, ଗଣେଶ ଚନ୍ଦ୍ର ସାହୁ, ଚିନ୍ମୟ କୁମାର ଗିରି,ଚନ୍ଦନ କୁମାର କର, ଅଧ୍ୟାପିକା ରାଧାରାଣୀ ମହାନ୍ତି, ବନ୍ଦନା ଦାସ ତଥା ସମାଜସେବୀ ମୃଗାଙ୍କ ବସୁ,ଯାମିନୀ ନାୟକ, ମୋନାଲିସା ଆଚାର୍ଯ୍ୟ, ଅମିତା ପରିଡା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପୋଡ଼ାଗଡ ଚୌରିଆ ମନ୍ଦିର ଉପରେ ବିରାଟ ବରଗଛ ଭାଙ୍ଗି ପଡିବା ଫଳରେ ମନ୍ଦିରର ଚୁଡ଼ା ଭାଙ୍ଗିଗଲା:ପ୍ରଶାସନ ର ଦୃଷ୍ଟି ପଡୁ 

masiha

ଡୁମେରମୁଣ୍ଡା ଗସ୍ତରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର

masiha

Leave a Comment

error: Content is protected !!