ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଷ୍ଟର୍ଣ ପ୍ରେସ ଏଜେନ୍ସି ର ରୌପ୍ୟ ଜୟନ୍ତୀ ସମାରୋହରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ସମ୍ବର୍ଦ୍ଧିତ

ଇଷ୍ଟର୍ଣ ପ୍ରେସ ଏଜେନ୍ସି ର ରୌପ୍ୟ ଜୟନ୍ତୀ ସମାରୋହରେ

ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ସମ୍ବର୍ଦ୍ଧିତ

ଇଷ୍ଟର୍ଣ ପ୍ରେସ ଏଜେନ୍ସି ର ସାପ୍ତାହିକ ଖବର କାଗଜ ଇପିଏ ଉଇକ୍ଲି ର ରୋପ୍ୟ ଜୟନ୍ତୀ ସମାରୋହ ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ଭୁବନେଶ୍ବର ଇଷ୍ଟର୍ଣ ପ୍ରେସ ଏଜେନ୍ସି ର କାର୍ଯ୍ୟାଳୟରେ ଆୟୋଜିତ ରଜତ ଜୟନ୍ତୀ ସମାରୋହ ରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥଲେ।

କଳାହାଣ୍ଡି ଜିଲ୍ଲାରେ ସାମ୍ୱାଦିକ କ୍ଷେତ୍ରରେ ସୁପରିଚିତ ଶ୍ରୀ ସାହୁ ୧୯୮୫ ମସିହାରୁ ଇଷ୍ଟର୍ଣ ପ୍ରେସ ଏଜେନ୍ସି ର ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି। ଅନେକ ସ୍ମରଣୀୟ ଓ ସଂସ୍କାର ମୂଳକ ଫଟୋ ଚିତ୍ର ଉତ୍ତୋଳନ କରି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନରୁ ପୂର୍ବରୁ ସମ୍ମାନୀତ ଓ ପ୍ରଶଂସିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲଖନୀୟ ଭୂମିକା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ୨୦୦୮ ମସିହାରେ ଶ୍ରୀ ସାହୁ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ କରିଥଲେ।

୧୯୯୮ ମସିହାରୁ ଇପିଏ ଉଇକ୍ଲି ରେ ଦୀର୍ଘ ୨୫ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ଉପଲବ୍ଧି ପାଇଁ ଇପିଏ ଉଇକ୍ଲି ଆଜି ଗର୍ବିତ ବୋଲି ସମାରୋହରେ ମୁଖ୍ୟ ସମ୍ପାଦକ ଅନୀଲ ମିଶ୍ର ପ୍ରକାଶ କରିଥଲେ। ଇପିଏ ଉଇକ୍ଲି ସହ ସମ୍ପାଦକ ଅଞ୍ଜଳୀ ମିଶ୍ର, ବରିଷ୍ଠ ସାମ୍ବାଦିକ ରବିପ୍ରିୟ ଦାସ ଓ କର୍ପୋରେଟର ଅସିହା ବେଗମ ସମେତ ଶତାଧିକ ସାମ୍ୱାଦିକ ଏହି ଅବସରରେ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍…..

Related posts

ରାୟଗଡା ସିଜିମାଳି ପାହାଡ଼ରେ ମଧ୍ୟରାତ୍ରୀ ପୋଲିସ ଆକ୍ରମଣ: ଆଦିବାସୀଙ୍କ ଘର ଭାଙ୍ଗି,ମହିଳାଙ୍କୁ ନିର୍ଯାତନା ଘଟଣା ରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

ରାଇରଙ୍ଗପୁର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ ପରିକ୍ରମା’ ତରଫରୁ ମେଧା ସମ୍ବର୍ଦ୍ଧନା

ବିଶ୍ୱନାଥପୁର ବନାଞ୍ଚଳରେ ସ୍ଥିତି ସଂଗୀନ ,  ହୁହୁ ହୋଇ ଜଳୁଛି ଜଙ୍ଗଲ, ବଢୁଛି ତାତି : ବନବିଭାଗ ନିରବଦ୍ରଷ୍ଟା 

masiha

Leave a Comment

error: Content is protected !!