ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭଵନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଶାନ୍ତି ଶକ୍ତି ଭଵନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

 ଆସିକା, ୯/୩/୨୫ ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛିl

 ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସହକାରୀ କୃଷି ଅଧିକାରୀ ସୁଭ୍ରତା ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗ ଚିନ୍ମୟୀ କୁମାରୀ ରାଉତ,ଝରପାରି ସରପଞ୍ଚ ମାଧୁରୀ ଭୂୟାଁ, ଓ ପଢାଳ ସରପଞ୍ଚ ଲକ୍ଷ୍ମୀ ବେହେରା l

ଏହି କାର୍ଯ୍ଯକ୍ରମକୁ ସମ୍ବୋଧିତ କରିବା ଅବସରରେ ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେଯେ ନାରୀ ସଶକ୍ତିକରଣ ଦ୍ଵାରା ହିଁ ସଶକ୍ତ ସମୃଦ୍ଧଶାଳୀ ବିଶ୍ଵ ପ୍ରତିଷ୍ଠା ହେବ ଏବଂ ପରମାତ୍ମା ପିତାଙ୍କ ସ୍ଵର୍ଣ୍ଣିମ ଭାରତ ସାକାର ରୂପ ନେବ କାର୍ଯ୍ୟକ୍ରମର ସମସ୍ତ ଅତିଥି ଏହି ଦିବସରେ ଆହ୍ଵାନ ଦେଇଥିଲେ କି ଆମ ପରିବାରରେ ଆମ ଶିଶୁଙ୍କୁ ଉତ୍ତମ ସଂସ୍କାର ଶିକ୍ଷା ଦେଲେ ଉତ୍ତମ ସମାଜ ଗଠନ ସମ୍ଭବ ହେବ ଏବଂ ପରମାତ୍ମା ପିତାଙ୍କ ସ୍ଥାପନାର କାର୍ଯ୍ୟ ସାକାର ହେବ l କାର୍ଯ୍ୟକ୍ରମ ପରିଚାଳନା ରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଅନ୍ବେଷା ର ସାମୁହିକ ଜନ୍ମ ଦିବସ ପାଳନ

Sunil Chandra Nayak

ଗାଁ କଲ୍ଯାଣର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

Sunil Chandra Nayak

ଅନ୍ତରା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝଲସିଲା ସ୍କୁଲ ପଡିଆ

masiha

Leave a Comment

error: Content is protected !!