ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବୋଲେରୋ ଗାଡି, ୬ ଆହତ 

ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବୋଲେରୋ ଗାଡି, ୬ ଆହତ 

ଡାବୁଗାଁ,୧୦/୯ (ମ.ନି.ସ.)- ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମାଝୀଗୁଡା ଗ୍ରାମ ନିକଟ ଏକ କଲଭର୍ଟ ରେ ଏକ ବୋଲେରୋ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି | ସୂଚନାଯୋଗ୍ୟ:- ଝରିଗାଁ ବ୍ଲକ ଅଧୀନ ଚଚା ଗ୍ରାମର ମହିଳା ମାନେ କୋଷାଗୁମୁଡା ବ୍ଲକ ଅଧୀନ କଟାଗାଁ ନିକଟସ୍ଥ ବେହେରାଗୁଡା ଗ୍ରାମକୁ ନିଜ ବନ୍ଧୁ ଘରକୁ ଯାଇଥିଲେ | ସେଠାରୁ ନିଜ ଘର ଚଚା ଗ୍ରାମକୁ ବୋଲେରୋ ଗାଡି ନଂ ଓଡି ୦୨ ବିକ୍ୟୁ ୪୫୧୮ ଯୋଗେ ଫେରୁଥିବା ବେଳେ ଡାବୁଗାଁ-ବୋରିଗାଁ ମୁଖ୍ୟ ରାସ୍ତା ର ମାଝୀଗୁଡା ଗ୍ରାମ ନିକଟ ଏକ କଲଭର୍ଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା | ଫଳରେ ଗାଡିରେ ଥିବା ୮ ଜଣ ମହିଳା ଓ ୨ ଜଣ ଛୋଟ ପିଲା ଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି | ସେମାନେ ହେଲେ ଚଚା ଗ୍ରାମର ରୀନା ପ୍ରଧାନୀ (୩୫), ଉଷା ପାଇକ (୩୬), କୁମାରୀ ପୂଜାରୀ (୩୩), ହେମୁନୀ ପୂଜାରୀ (୩୨), ସନ୍ତୋସୀ ପୂଜାରୀ (୩୦) ଓ ନୂତନ ପାଇକ (୧୪)ପ୍ରମୁଖ ଆହତ ହୋଇଛନ୍ତି | ଏଥିରୁ ରୀନା ପ୍ରଧାନୀଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଉଷା ପାଇକ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ଖବର ପାଇଁ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଡାବୁଗାଁ ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ 

masiha

ମଣ୍ତିରେ କାର୍ଯ୍ଯରତ ହେମାଲଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପତ୍ର ପଦାନ

Sunil Chandra Nayak

ବେଦାନ୍ତ ହସ୍ପିଟାଲରେ ମୋତିଆବିନ୍ଦୁ ଚିହ୍ନଟ ଶିବିର

masiha

Leave a Comment

error: Content is protected !!