ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

କୋକସରା,୯/୯ //ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ଶୁକ୍ରବାର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆମପାଣି ବନ ବିଭାଗ। ସୂଚନା ମତେ ଆମପାଣି ସେକ୍ସନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କନ୍ଦାଗଡ଼ ବିଟ କନ୍ଦାଗଡ଼ ଗ୍ରାମର ଟିକଚନ ମାଝୀ(୩୫), ଖଗେଶ୍ୱର ମାଝୀ (୫୨), ମାନସିଂ ମାଝୀ(୩୨), ଲମ୍ବୋଧର ମାଝୀ (୩୦), ନୃପ ମାଝୀ (୪୬), ହଳଧର ମାଝୀ(୩୮) ଅନାଧିକୃତ ଭାବେ ସଂରକ୍ଷିତ ଜଙ୍ଗଲର ଗଛକୁ ବେଆଇନ ଭାବେ କାଟି ଦେଇଥିଲେ। ଏନେଇ ଆମପାଣି ବନ ବିଭାଗ ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ସଦଲବଳେ ଚଢ଼ାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି।ଶୁକ୍ରବାର କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଆମପାଣି ବନ ବିଭାଗର ଫରେଷ୍ଟ ଗାର୍ଡ ଓ ପାରା ଫରେଷ୍ଟ କର୍ମଚାରୀ ମାନେ ସାମିଲ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ତିରିଂ ଥାନା! ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

masiha

ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଳର ସମେତ ଫେରାର ବୋଲେରୋ ଗାଡି ଜବତ

ଜମିବାଡ଼ିକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଦୁଇ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର; ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!