ସତ୍ୟ ସାଇ ସେବା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ
ପାପଡାହାଣ୍ଡି 10/9, ମନିସ — -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ କୁ ରବିବାର ନବରଙ୍ଗପୁର ଜିଲ୍ଲା ସତ୍ୟସାଇ ସେବା ସଂଘ ର ସଦସ୍ୟ ମାନେ ସଫେଇ କରିଛନ୍ତି | ମନ୍ଦିର ପରିସରରେ ଥିବା ଅଳିଆ ଆବର୍ଜନା କୁ ସଦସ୍ୟ ମାନେ ସଫା କରିଥିଲେ | ଜିଲ୍ଲାର ପାଞ୍ଚ ଗୋଟି ସତ୍ୟ ସାଇ ସମିତି ଯଥା ଡାବୁଗାଁ , ଉମରକୋଟ , ନବରଙ୍ଗପୁର , ଝରୀଗାଁ ଏବଂ ରାଇଘର ସେବା ସମିତି ଏଥିରେ ସାମିଲ ଥିଲେ | ଆସନ୍ତା 17 ତାରିଖ ରବିବାର ଦିନ ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମହା ରୁଦ୍ରମ ଅନୁଷ୍ଠିତ ହେବ ବୋଲି ସତ୍ୟ ସାଇ ସେବା ସଂଘର ସକ୍ରିୟ ସଦସ୍ୟ ଲିଙ୍ଗ ମୂର୍ତ୍ତି ସୂଚନା ଦେଇଛନ୍ତି | ଏହି ସଫେଇ କାର୍ଯ୍ୟକ୍ରମ ରେ ଜିଲାରୁ ପ୍ରାୟ 60 ସତ୍ୟ ସାଇ ସେବା ସଂଘର ସଦସ୍ୟ ସାମିଲ ଥିଲେ | ଏହି ସଫେଇ କାର୍ଯ୍ୟକ୍ରମ ଟିକୁ ଜିଲ୍ଲା ସତ୍ୟ ସାଇ ସେବା ସଂଘର ସଭାପତି ଏ. ବାଲ ରାଜୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଶ୍ରୀନିବାସ ପଟନାୟକ , ଲଳିତ ଭାଇ , ପାର୍ଥ ଭାଇ , ରବୀନ୍ଦ୍ର ମହନ ପାତ୍ର, ଗୁରୁମୂର୍ତ୍ତି ଭାଇ , ପବିତ୍ର ଭାଇ , ଚନ୍ଦନ ଭାଇ ପ୍ରମୁଖ ଉପସ୍ଥିତ ରହି ସଫେଇ ଅଭିଯାନ କୁ ଆଗେଇ ନେଇଥିଲେ |