ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାବା ଅଲିଖାନ୍  ଜିଲ୍ଲା କଂଗ୍ରେସ କମିଟିର ନୂତନ ସମ୍ପାଦକ ଭାବେ ମନୋନୀତ

ବାବା ଅଲିଖାନ୍  ଜିଲ୍ଲା କଂଗ୍ରେସ କମିଟିର ନୂତନ ସମ୍ପାଦକ ଭାବେ ମନୋନୀତ

ଥୁଆମୂଳ ରାମପୁର:୧୦/୦୯ – (ମନିସ):- ଓଡିଶା ପ୍ରଦେଶ କଂଗ୍ରେସର ଅନୁମୋଦନ କ୍ରମେ କଳାହାଣ୍ଡି କଂଗ୍ରେସ କମିଟିର ନୂତନ ସମ୍ପାଦକ ଭାବେ ବାବା ଅଲିଖାନଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି। ଏନେଇ ଶ୍ରୀ ଖାନ୍ ବେଶ୍ ଖୁସି ଥିବା କହିଛନ୍ତି, ତାଙ୍କର ଜୀବନ କାଳ ଭିତରେ କଂଗ୍ରେସର ନୀତି ଓ ଆଦର୍ଶ କୁ ଅନୁସରଣ କରି ଦଳ ଯାହାବି ଦାୟିତ୍ୱ ଦେଇଛନ୍ତି ସେସବୁ କାମକୁ ସୁରୁଖୁରୁ ଭାବରେ ତୁଲାଇ ଆସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦଳପକ୍ଷରୁ ତାଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିବା ଜଣାପଡିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭକ୍ତ ଦାସ, ଓଡିଶା ପ୍ରଦେଶ କଂଗ୍ରେସ ର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭାରତ ଭୂଷଣ ବେମାଲଙ୍କୁ ଶ୍ରୀ ଖାନ୍ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଖାନ୍ କହିଛନ୍ତି ଯେ, ମୋତେ ଜିଲ୍ଲା ସମ୍ପାଦକ ଭାବରେ ଦାୟିତ୍ୱ ଦେଇଛନ୍ତି ତେବେ ଆଗକୁ ବଢ଼ିବାରେ ସହଯୋଗ କରିବି ଏହା ସହିତ ଜିଲ୍ଲାର କଂଗ୍ରେସ ଦଳର ସମସ୍ତ ବରିଷ୍ଠ ଆଉ ପୂରୁଣା କାର୍ଯ୍ଯକର୍ତ୍ତାଙ୍କୁ ନେଇ କାମ କରିବି ବୋଲି ସେ ପ୍ରକାଶ କରିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

ଖଡ଼ିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା

masiha

ପରିବହନ ବିଭାଗର ଫାଇନ ଆଦାୟ ପ୍ରସଙ୍ଗ ଫାଇନ ଆଦାୟ ନାଁରେ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର: ବିଜେଡି

Leave a Comment

error: Content is protected !!