ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳଖୁଣ୍ଟି ବ୍ଲକ ର ବିଜ୍ରାଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଣା କର ନାୟକଙ୍କ ସଭାପିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ତେନ୍ତୁଳଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ଯୋଗ ଦେଇ ଜୀବନରେ କିଛି ଗୋଟିଏ ଲକ୍ଷ ରଖିବା ଉଚିତ୍ ବୋଲି କହିଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଧାଂଶୁ ପାତ୍ର ଯୋଗ ଦେଇ ଥିଲେ।ଏହି ଉତ୍ସବରେ ରେକର୍ଡ ସଂଖ୍ୟକ ଅଭିଭାବକ ଯୋଗ ଦେଇଥିଲେ। ସମସ୍ତ କାର୍ଯୟକ୍ରମକୁ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ କାହ୍ନୁ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମନ୍ତ ଭତରା, ଉପସଭାପତି ଡାଲବନ୍ଧୁ ମାଝୀ, ଉପଦେଷ୍ଟା ନିର୍ମଳ ଖଣ୍ଡପାନ, ସରପଞ୍ଚ ରତନା ଜାନି,ପୂର୍ବତନ ଉପାଧ୍ୟକ୍ଷ ଜଗନ୍ନାଥ ମାଝୀ, ପୂର୍ବତନ ସମିତି ସଭ୍ୟ ରଣଜିତ୍ ଖଣ୍ଡପାନ୍, ସମିତି ସଭ୍ୟ ଜିତେନ୍ଦ୍ର ହରିଜନ, ଅଭିଭାବକ ମଧୁ ଜାନି, ଭୋଳା ହରିଜନ, ଗୋବିନ୍ଦ ଜାନି, ଦୋଷା ମାଝୀ, ଗଜେନ୍ଦ୍ର ମାଝୀ, ଶ୍ୟାମ ସୁନ୍ଦର ମାଝୀ ଏବଂ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ର ଲାଇଫ ସ୍କିଲ ର ପରିଚାଳକ ସନ୍ତୋଷ ଦାଶ ଏବଂ ବରିଷ୍ଟ କିରାଣୀ ଶିଶିର ପଣ୍ଡା ଏବଂ ଆଇ.ସି.ଡି.ଏସ ସୁପର ଭାଇଜର ସବିତା ମଲିକ ପ୍ରମୁଖ ମଞ୍ଚାସିନ ଥିଲେ। ସଭା ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। ଉକ୍ତ କାର୍ଯକ୍ରମରେ ଜିଲ୍ଲା ଆଇ. ଟି.ଡି.ଏ, ମିଶନ ଶକ୍ତି ଏବଂ ବିଦ୍ୟାଳୟ ତରଫରୁ ନିଜ ଉପଲବ୍ଧି ଏବଂ ଯୋଜନା ଗୁଡ଼ିକ ପ୍ରଦର୍ଶିତ କରାଯାଇ ଥିଲା। ଅଭିଭାବକ ଉପସ୍ଥିତିରେ ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ଅଟିଥି ମାନେ ପୁରସ୍କୃତ କରିଥିଲେ। ଏ ସମସ୍ତ କାର୍ଯୟକ୍ରମକୁ ବିଦ୍ୟାଳୟ ର ଶିକ୍ଷକ ପି.ଧରଣୀଧର, ସୌରଭ ସାହୁ, ଶିକ୍ଷୟତ୍ରୀ ଶୁଭଶ୍ରୀ ବରାଡ, ଡାଇନା ଥ୍ୟାଚର୍, ସୁନୀତା ତ୍ରିପାଠୀ, ପଦ୍ମା ଖୋରା ଏବଂ ମେଟ୍ରନ ଏ .ସରିତା ନାଇଡୁ, ସସ୍ମିତା ଦାସ,ରଜନୀ ବେହେରା ଏବଂ ଅନ୍ୟ ସମସ୍ତ କର୍ମଚାରୀ ଏବଂ ଛାତ୍ରୀ ମାନେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଜଳେଶ୍ବର ବ୍ଲକରେ ପାରମ୍ପରିକ ପୋଷାକ ପରିଧାନ ଦିଵସ ପାଳନ ଅବସରରେ ଦକ୍ଷ କାର୍ଯ୍ୟରତ ପାଇଁ ପାଞ୍ଚ ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଓଡିଶା ଡ୍ରାଇଭର୍ ମହାସଂଘ ତରଫରୁ ସହାୟତା ରାଶି ଓ ରେସନ ସମାଗ୍ରୀ ମୃତକ ଡ୍ରାଇଭରଙ୍କ ପରିବାରକୁ ପ୍ରଦାନ 

Sunil Chandra Nayak

ଗଦାଗଦା ପ୍ରତିଶ୍ରୁତି, ଦାବି ପୂରଣ ଶୂନ୍‌ , ଆଉ କେତେ ଦିନ ଅପେକ୍ଷା କରିବେ ଲାଞ୍ଜିଗଡ଼ବାସୀ

masiha

Leave a Comment

error: Content is protected !!