ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଖିତ ପ୍ରତିଶ୍ରୁତି ପରେ ଚାଷୀ ଙ୍କ ରାସ୍ତା ରୋକ ହଟିଲା

ଲିଖିତ ପ୍ରତିଶ୍ରୁତି ପରେ ଚାଷୀ ଙ୍କ ରାସ୍ତା ରୋକ ହଟିଲା

ରାଇଘର ୩୧/୩( କିରଣ ପଟ୍ଟନାୟକ )ନବରଙ୍ଗପୁର ଜିଲା ରାଇଘର ବ୍ଲକ ସରଗୁଲି ଛକ ନିକଟରେ ଚାଷୀ ରାସ୍ତା ଅବରୋଧ କରିଥିବା ଘଟଣା ରେ ଜିଲା ପ୍ରଶାସନ ଙ୍କ ଲିଖିତ ପ୍ରତିଶ୍ରୁତି ରେ ମଧ୍ୟ ହୋଇ ପାରିଲାନି ସମସ୍ୟାର ସମାଧାନ । ପୁଣି ଥରେ ଚାଷୀ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଲୋଭଲ୍ଟେଜ ଏବଂ ଅଘୋଷିତ ବିଜୁଳି କାଟ ସମସ୍ୟା କୁ ନେଇ ରାଇଘର ଉମରକୋଟ ମୁଖ୍ୟ କୁ ସରଗୁଲି ଛକ ରେ ପୁଣି ରାସ୍ତା ଅବରୋଧ କରିଥିଲେ ଚାଷୀ। ସୂଚନା ଥାଉକି ସମାନ ସମସ୍ୟା କୁ ନେଇ ଗତ କୋଡିଏ ତାରିଖରେ ଦୁଇ ଦିନ ରାସ୍ତା ଅବରୋଧ କରିଥିଲେ , ପ୍ରଶାସନ ଲୋଭଲ୍ଟେଜ ଏବଂ ଅଘୋଷିତ ବିଜୁଳି କାଟସମସ୍ୟା ର ସାମଧାନ ସକାଶେ ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତାରୁ ହଟିଥିଲେ କିନ୍ତୁ କୌଣସି ପ୍ରକାର ସମାଧାନ ହୋଇ ନ ଥିଲା । ଚାଷ କରି ଦୁଇ ପଇସା ରୋଜଗାର କରିବାର ଲକ୍ଷ ଥିବାବେଳେ ଲୋଭଲଟେଜ ଯୋଗୁଁ ଚାଷୀ ଙ୍କୁ କ୍ଷତି ସହିବାକୁ ପଡୁଛି । ତେଣୁ ପୁଣି ଥରେ ରାସ୍ତା ଅବରୋଧ କରିଥିଲେ ଚାଷୀ। ବିଭାଗୀୟ ଅଧିକାରୀ ମାନେ ଏହି ସମସ୍ୟା ନେଇ ଅବଗତ ଥାଇ ମଧ୍ୟ ସମାଧାନ କରୁନଥିଲେ । ରାଇଘର ବ୍ଲକର ୫ ଗୋଟି ପଞ୍ଚାୟତ ର ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଥିବା ବୋଲି ଚାଷୀ ମାନେ କହିଛନ୍ତି । ଏହି ରାସ୍ତା ଅବରୋଧ ଯୋଗୁଁ ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ଥିବାବେଳେ ଯାତାୟତ ରେ ବାଧାପ୍ରାପ୍ତ ହୋଇଛି ।ପ୍ରାୟ ୩୦ ଘଣ୍ଟା ରାଜ ରାସ୍ତା ଠପ୍ ହୋଇଥିଲା ।ପରେ ଅତିରିକ୍ତ ଜିଲ୍ଲାପାଳ,ରାଇଘର ଅତିରିକ୍ତ ତହସିଲ, ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଉମରକୋଟ ଏସ୍. ଡି.ପି.ଓ ଏବଂ ବିଦ୍ୟୁତ୍ ବିଭାଗ ଏସ. ଡି. ଓ ,ଘଟଣା ସ୍ଥଳରେ ପହଞ୍ଚି ବୁଝାମଣା ପରେ ୬ ତାରିଖ ଭିତରେ ବିଦ୍ୟୁତ୍ ସମସ୍ୟା ଦୂର କରିବୁ ବୋଲି ଲିଖିତ ଆନ୍ଦୋଳନ କାରି ଙ୍କୁ ଦେଇ ରାଜ ରାସ୍ତା ରୁ ହଟିବା କୁ ଅନୁରୋଧ କରିଥିଲେ । ଚାଷୀ ଙ୍କ ଫସଲ ନଷ୍ଟ ଆକଳନ କ୍ଷୟ କ୍ଷତି ସହାୟତା ପାଇବେ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ଲିଖିତ ପାଇବା ପରେ ରାଜ ରାସ୍ତା ରୁ ଆନ୍ଦୋଳନ ରୁ ଓହରି ଥିଲେ ଚାଷୀ ।

 

Related posts

5 T ସଚିବଙ୍କ ନାରାୟଣପାଟଣା ଗସ୍ତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ଶିଆଳି ଖଲି ହାଇଦ୍ରାବାଦ ରେ ଚାହିଦା 

masiha

Local Employment Crisis: Bissamcuttack MLA Slams Vedanta

masiha

Leave a Comment

error: Content is protected !!