ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

ଡାବୁଗାଁ, ୩୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମରେ ସୋମବାର ଡାବୁଗାଁ ଅବକାରୀ ବିଭାଗ ଚଢାଉ କରି ୬୦୦ କି.ଗ୍ରା. ମହୁଲ ଜବତ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଗ୍ରାମରେ ଜଣ ଙ୍କ ଘରେ ମହୁଲ ରହିଥିବା ଖବର ପାଇ ଡାବୁଗାଁ ଅବକାରୀ ବିଭାଗ ଚଢାଉ କରିଥିଲା | ଉକ୍ତ ଘରେ ବସ୍ତାରେ ମହୁଲ ରଖାଯାଇଥିଲା | ଉକ୍ତ ମହୁଲ ଜବତ କରି ଓଜନ କରିବାରୁ ୬୦୦ କିଗ୍ରା ବୋଲି ଜଣା ପଡିଥିଲା | ଜବତ ହୋଇଥିବା ମହୁଲ ସେହି ଗ୍ରାମର ଅରୁଣ କୁମାର ଗୁପ୍ତା ଙ୍କର ବୋଲି ଜଣାପଡିଥିଲା | ପରେ ଅବକାରୀ ବିଭାଗ ଜବତ ମହୁଲ ସହ ଅରୁଣ କୁମାର ଗୁପ୍ତା ଙ୍କୁ ଗିରଫ କରି ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କୁ ଆଣିଥିଲେ | ସେଠାରେ ତାଙ୍କୁ ନୋଟିସ ଏଇ ଛାଡି ଦିଆଯାଇଥିଲା | ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୨୩/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରତାପ ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଅବକାରୀ ଉପ ନିରିକ୍ଷକ ସମୀର କୁମାର ସ୍ଵାଇଁ ଙ୍କ ସମେତ ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ, ଗତୁଲ ନାୟକ, ବିବେକା ସାହୁ ଓ ସୁରେଖା ଭତ୍ରା ପ୍ରମୁଖ ଚଢାଉରେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ ।

Sunil Chandra Nayak

ଅନ୍ଧବିଶ୍ୱାସର କରାଳ ରୂପ ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ମମ ଆକ୍ରମଣ; ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ଯୋଡ଼ା ପୁଲିସ

Sunil Chandra Nayak

୫୫ କିଲୋ ଗଞ୍ଜେଇ ଜବତ କଲା ପୋଲିସ , ଗାଡି ଛାଡି ଜଙ୍ଗଲ ଭିତରକୁ ଅଭିଯୁକ୍ତ ଫେରାର 

Sunil Chandra Nayak

Leave a Comment

error: Content is protected !!