ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫୫ କିଲୋ ଗଞ୍ଜେଇ ଜବତ କଲା ପୋଲିସ , ଗାଡି ଛାଡି ଜଙ୍ଗଲ ଭିତରକୁ ଅଭିଯୁକ୍ତ ଫେରାର 

ଗୋଛାପଡା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସାର୍କୀ ନେଡ଼ିପଙ୍ଗା ରାସ୍ତା ଠାରେ ଚଢ଼ାଉ କରି ଓଡ଼ି ୦୫ଏଜି ୩୨୮୨ ଏକ ବୁଲେର ଗାଡି ଏବଂ ଓଡ଼ି ୧୫ ଡି ୮୯୦୫ ନମ୍ବର ଗୋଟିଏ ମଟର ସାଇକେଲ ରେ ବାହାର ଜିଲ୍ଲା କୁ ଚାଲାଣ ହେଉଥିବା ୫୫ କିଲୋ ଗଞ୍ଜେଇ ଜବତ କରିବା ସହ ଗାଡି ଜବତ କରିଥିଲେ। ଘଟଣା ସ୍ଥଳରୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନେ ପୋଲିସ ଗାଡି କୁ ଦେଖି ଗାଡି ଦୂରରେ ରଖି ଗାଡି ଛାଡି ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ଜଣାପଡିଛି। ଗୋଛାପଡା ଥାନା ପୋଲିସ ଗଞ୍ଜେଇ ଜବତ କରିବା ସହ କେସ ନଂ ୧୪/୨୩ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ଧରିବା ନିମନ୍ତେ ତଦନ୍ତ ଜାରି ରଖିଥିବା ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ମହିଳାଙ୍କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ 

Sunil Chandra Nayak

ଲୁଟ ଅଭିଯୋଗରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

masiha

Theft at Urban PHC Solved Within 24 Hours; Stolen Construction Equipment Recovered, One Arrested

Sunil Chandra Nayak

Leave a Comment

error: Content is protected !!