ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫୫ କିଲୋ ଗଞ୍ଜେଇ ଜବତ କଲା ପୋଲିସ , ଗାଡି ଛାଡି ଜଙ୍ଗଲ ଭିତରକୁ ଅଭିଯୁକ୍ତ ଫେରାର 

ଗୋଛାପଡା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସାର୍କୀ ନେଡ଼ିପଙ୍ଗା ରାସ୍ତା ଠାରେ ଚଢ଼ାଉ କରି ଓଡ଼ି ୦୫ଏଜି ୩୨୮୨ ଏକ ବୁଲେର ଗାଡି ଏବଂ ଓଡ଼ି ୧୫ ଡି ୮୯୦୫ ନମ୍ବର ଗୋଟିଏ ମଟର ସାଇକେଲ ରେ ବାହାର ଜିଲ୍ଲା କୁ ଚାଲାଣ ହେଉଥିବା ୫୫ କିଲୋ ଗଞ୍ଜେଇ ଜବତ କରିବା ସହ ଗାଡି ଜବତ କରିଥିଲେ। ଘଟଣା ସ୍ଥଳରୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନେ ପୋଲିସ ଗାଡି କୁ ଦେଖି ଗାଡି ଦୂରରେ ରଖି ଗାଡି ଛାଡି ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ଜଣାପଡିଛି। ଗୋଛାପଡା ଥାନା ପୋଲିସ ଗଞ୍ଜେଇ ଜବତ କରିବା ସହ କେସ ନଂ ୧୪/୨୩ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ଧରିବା ନିମନ୍ତେ ତଦନ୍ତ ଜାରି ରଖିଥିବା ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

କୋଇଲା ଟ୍ରକ ଜବତ, ଡ୍ରାଇଭର ଫେରାର 

ରେଲତ୍ତ୍ବେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଠକେଇ ଗିରଫ

Sunil Chandra Nayak

ପଞ୍ଚାୟତ କାର୍ଯ୍ୟାଳୟ ରେ ପଶି ମହିଳା କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଘଟଣାରେ ଯୁବକ ଗିରଫ

masiha

Leave a Comment

error: Content is protected !!