ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ

ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

ନୂଆପଡା,୨୧.୦୮(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବନ ବିଭାଗ ପକ୍ଷରୁ ଚଢାଉ କରି ୭.୦୯୮ କେଜି ବଜ୍ରକପ୍ତା ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ବଜ୍ରକପ୍ତାକୁ ଖଡ଼ିଆଳ ରେଞ୍ଜ ପଲମା-ଝରନାଲା ସରକାରୀ ପମ୍ପ ହାଉସରେ ରଖାଯାଇଥିବା ବେଳେ ବନ ବିଭାଗ ଚଢାଉ କରି ଉଦ୍ଧାର କରିଛି। ବାଲକୃଷ୍ଣ ହାତୀ ୩୦ ରାଣୀମୁଣ୍ଡା, ଖଡ଼ିଆଳ,ସୋନୁ ହାତୀ ୪୦ ବର୍ଷ ରାଣୀମୁଣ୍ଡା ଖଡ଼ିଆଳ, ରୋଶନ ଠାକୁର ୩୧ ବର୍ଷ ପିଠାପଡ଼ା ଜିଲ୍ଲା – ଗରିଆବନ୍ଦ, ଛତିଶଗଡ଼ ର ଅଟନ୍ତି। ସୂଚନା ଅନୁସାରେ ଏହି ତିନି ଜଣ ମିଳିମିଶି ଛତିଶଗଡ଼ ଓ ଓଡ଼ିଶା ସୀମାରେ ବଜ୍ରକପ୍ତାର ଚୋରା ଚାଲାଣ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଫରେଷ୍ଟର ରାଜେଶ ହରିଜନଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଉଦ୍ଧାର ହୋଇଥିବା ବଜ୍ରକପ୍ତାର ଓଜନ ୭.୦୯୮ କେଜି ରହିଛି, ଯାହାର ଆନ୍ତର୍ଜାତୀୟ ବଜାରରେ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗିରଫ ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଆହୁରି କିଏ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତ ଜାରି ରହିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ବିଷ ପିଇ ଯୁବକ ର ଆତ୍ମହତ୍ୟା 

Sunil Chandra Nayak

ଗ୍ରାହକ ସେବାକେନ୍ଦ୍ରରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

masiha

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

masiha

Leave a Comment

error: Content is protected !!