ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁର ମହୋତ୍ସବରେ ଚମକିଲେ ସୁନ୍ଦରଗଡ଼ର ଯୁବ କବି ଟୋନିସ ରୋହିଦାସ, ସମ୍ବଲପୁରୀ କବିତା ମହୋତ୍ସବରେ ହେଲେ ସମ୍ମାନିତ

ସମ୍ବଲପୁର ମହୋତ୍ସବରେ ଚମକିଲେ ସୁନ୍ଦରଗଡ଼ର ଯୁବ କବି ଟୋନିସ ରୋହିଦାସ, ସମ୍ବଲପୁରୀ କବିତା ମହୋତ୍ସବରେ ହେଲେ ସମ୍ମାନିତ

ସମ୍ବଲପୁର: ସମ୍ବଲପୁର ମହୋତ୍ସବ ୨୦୨୬ରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁବ କବି ଟୋନିସ ରୋହିଦାସ। ମହୋତ୍ସବ ଅବସରରେ ଆୟୋଜିତ ସମ୍ବଲପୁରୀ କବିତା ମହୋତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି।

ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ନେଇ ଆୟୋଜିତ ଏହି ସାହିତ୍ୟିକ ମଞ୍ଚରେ ପଶ୍ଚିମ ଓଡ଼ିଶାର ବହୁ କବି, କବୟିତ୍ରୀ, ଲେଖକ ଓ ଲେଖିକା ଯୋଗଦେଇ ନିଜ ନିଜର ସାହିତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ମହୋତ୍ସବ ସମ୍ବଲପୁରୀ ଭାଷା ଓ କବିତାର ମହତ୍ତ୍ୱକୁ ଆହୁରି ଲୋକଲୋଚନକୁ ଆଣିବା ସହିତ ନୂତନ ପିଢ଼ିର ସାହିତ୍ୟିକମାନଙ୍କୁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିଛି।

ଯୁବାବସ୍ଥାରୁ ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ ରଖିଥିବା ଟୋନିସ ରୋହିଦାସ ସମ୍ବଲପୁରୀ ଭାଷା ଓ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଏହି ସମ୍ମାନ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସୁନ୍ଦରଗଡ଼ ଜିଲ୍ଲାର ସାହିତ୍ୟ ଓ ସଂସ୍କୃତି ଜଗତ ପାଇଁ ମଧ୍ୟ ଏକ ଗୌରବର ବିଷୟ।

ଏହି ସଫଳତା ପରେ ଟୋନିସ ରୋହିଦାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କର ଏହି ସମ୍ମାନ ଆଗାମୀ ଦିନରେ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଆହୁରି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

Related posts

ହଷ୍ଟେଲ ରେ ନିଯୁକ୍ତି ଦାବୀ ରେ ପରିବାର ର ଧାରଣା

Sunil Chandra Nayak

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

masiha

ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ 

Leave a Comment

error: Content is protected !!