ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଷ୍ଟେଲ ରେ ନିଯୁକ୍ତି ଦାବୀ ରେ ପରିବାର ର ଧାରଣା

ନୂଆପଡା, // ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ଗ୍ରାମ ପଞ୍ଚାୟତ ର ବଙ୍କାପୁର ଗ୍ରାମରେ ଥିବା ଓଁ ଖାସବାହାଲ ହାଇସ୍କୁଲ ବଙ୍କାପୁରରେ ଅନୁସୂଚିତ ଜନଜାତି ଛାତ୍ରଙ୍କ ପାଇଁ ଖୋଲିବାକୁ ଥିବା ଆବାସିକ ଛାତ୍ରାବାସରେ ନିଯୁକ୍ତି ଦାବି କରି ଆଜି ଗୋଟିଏ ପରିବାରର ସମସ୍ତେ ଧାରଣାରେ ବସିଛନ୍ତି।ସେମାନଙ୍କ ସହିତ ଖଡ଼ିଆଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଙ୍କ ସମେତ କିଛି ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି।ଧାରଣାକାରୀଙ୍କ କହିବାନୁଯାୟୀ ୧୯୮୯ ମସିହାରେ ଏହି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବେସରକାରୀ ଭାବରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା, ଯାହାକି ପରବର୍ତ୍ତୀ କାଳରେ ସରକାରୀ ଅନୁଦାନପ୍ରାପ୍ତ ହୋଇଥିଲା।ହାଇସ୍କୁଲ ପ୍ରତିଷ୍ଠା ସମୟରେ ଏହି ପରିବାର ଚାରି ଏକର ଜମି ଦାନ କରିଥିଲେ ଯାହାକି ବର୍ତ୍ତମାନର ବଜାର ଦରରେ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ।ସେ ସମୟରେ ତାଙ୍କ ପରିବାରକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଭବିଷ୍ୟତରେ କୌଣସି ପଦବୀ ପାଇଁ ନିଯୁକ୍ତି ଦେବାର ଥିଲେ ତାଙ୍କ ପରିବାରର ସଦସ୍ୟଙ୍କୁ ପ୍ରଥମ ସୁଯୋଗ ଦିଆଯିବ।ବର୍ତ୍ତମାନ ଉକ୍ତ ବିଦ୍ୟାଳୟ ରେ ଏକ ଶହେ ସିଟ ର ଆବାସିକ ଛାତ୍ରାବାସ ଖୋଲା ଯାଉଥିବା ବେଳେ ଦୁଇ ଜଣ ରୋଷେଇଆ ନିଯୁକ୍ତି ଦିଆଯିବ।ଏହି ପରିବାରର ଅରବିନ୍ଦ ବେହେରା ଏହି ପଦବୀ ପାଇଁ ଆଶାୟୀ ଥିଲେ କିନ୍ତୁ ଏହି ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ବୋଲି ବିଜ୍ଞାପନ ପ୍ରକାଶ ପାଇଲା ଓ ତିନିଜଣ ଆବେଦନ କରିଥିଲେ।ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ବିଚାର କରି ଦୁଇ ଜଣଙ୍କ ନାମ ବିଦ୍ୟାଳୟ ତରଫରୁ ଜିଲ୍ଲା ପ୍ରଶାସନକୁ ସୁପାରିଶ କରାଯାଇଛି।ଏହାକୁ ବିରୋଧ କରି ଏହି ପରିବାରର ସବୁ ସଦସ୍ୟ ସଦସ୍ୟା ଧାରଣା ଦେବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।ସ୍କୁଲ ପ୍ରତିଷ୍ଠା ସମୟରେ କମିଟି ସଦସ୍ୟ ଥିବା ପୂର୍ବତନ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ କେଶବ ବେହେରା ମଧ୍ୟ ତାଙ୍କୁ ସମର୍ଥନ କରିବା ସହ ପ୍ରଶାସନ ମାନବିକତା ପ୍ରଦର୍ଶନ କରି ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।ଏନେଇ ଖଡ଼ିଆଳ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କ୍ଷୀଣପ୍ରଭା ପାଣିଗ୍ରାହୀଙ୍କୁ ପଚାରିବାରୁ ନିୟମ ଅନୁଯାୟୀ ଏଥିରେ ଅଗ୍ରାଧିକାର ଭିତ୍ତିରେ ଏସ ଟି ଲୋକଙ୍କୁ ସୁଯୋଗ ଦେବାର ବ୍ୟବସ୍ଥା ଥିବାରୁ ସେ କିଛି କରି ପାରିବେନି ବୋଲି କହିଥିଲେ।ଅନ୍ୟ ପକ୍ଷରେ ଏହି ପରିବାର ବର୍ତ୍ତମାନ ଅଭାଵ ଅସୁବିଧାରେ ଚଳୁଥିବାରୁ ପ୍ରଶାସନ ଏନେଇ ମାନବିକତାର ସହ ବିଚାର କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କମନିଙ୍ଗ୍ ଗ୍ରାମବାସୀଙ୍କ ଜାଗାକୁ ଉଦ୍ୟାନ ବିଭାଗର ଜୋରଜବରଦସ୍ତି ନିଲାମ 

Sunil Chandra Nayak

ସ୍ଵୀ କୁ ହତ୍ୟା କରିଥିବା ଅଭିଯୋଗ କଲେ ଭଉଣୀ ଜ୍ୱାଇଁ: ଥାନାରେ ଦେଲେ ଏତଲା 

masiha

ଡ୍ରେନ ଉପରୁ ପଡି ଜଣେ ମୃତ 

Sunil Chandra Nayak

Leave a Comment

error: Content is protected !!