ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

St. Xavier’s Public School ର ନୂତନ ଶିଶୁ ଛାତ୍ରଛାତ୍ରୀ ଙ୍କ ସହ କର୍ମକର୍ତ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ St. Xavier’s Public School ପରିସରରେ ନୂତନ ଶ୍ରେଣୀରେ ପ୍ରବେଶ କରୁଥିବା ସମସ୍ତ ଛାତ୍ରଛାତ୍ରୀ ମାନ ଙ୍କୁ ବିଦ୍ୟାଳୟ ର କର୍ମକର୍ତ୍ତା ମାନେ ଫୁଲ, ଚନ୍ଦନ, ସିନ୍ଦୂର ଲଗେଇ ସ୍ବାଗତ ଜଣାଇଥିଲେ । ବିଦ୍ୟାଳୟ ଟ୍ରଷ୍ଟ ର ସଦସ୍ୟ ମଧ୍ୟ ପରିବର୍ତ୍ତନ ହେଇଥିବାରୁ, ନୂତନ ନିର୍ଦ୍ଦେଶକ ପ୍ରବୀଣ ରଞ୍ଜନ ଠାକୁର୍ , ନୂତନ ସଦସ୍ୟ ଜିତେନ୍ଦ୍ର ରାଉତରାୟ, ପ୍ରିୟଦର୍ଶିନୀ ଠାକୁର୍, ପ୍ରଭଞ୍ଜନ ଠାକୁର, ପ୍ରିନ୍ସିପାଲ ମୀନାକ୍ଷୀ ଦଣ୍ଡସେନା ଙ୍କୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ବିଦ୍ୟାଳୟ ର ନୂତନ ନିର୍ଦେଶକ, ସଦସ୍ୟ ଓ କର୍ମକର୍ତ୍ତା ମାନେ ବିଦ୍ୟାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟ ର କର୍ମକର୍ତ୍ତା ବିଶ୍ବମ୍ବର ହଂସ ଓ ମମତା ପଣ୍ଡା ସ୍ବାଗତ ଭାଷଣ ଦେଇ ଥିଲେ ଏବଂ ସାନ୍ତିମୟୀ ଚଲାନ୍, ମୁନି ପରୁଆ ଓ ଆଭା ଠାକୁର୍ କାର୍ଯକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ରଞ୍ଜିତା ପଟ୍ଟନାୟକ, ବିଦ୍ୟାମନି ଯାନି, ନନ୍ଦିତା ବାଗ, ଚୟନିକା ପଟ୍ଟନାୟକ, ଯୋଗଧ୍ୟାନ ମାଝୀ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗଡ ଠାରେ ଭବ୍ୟ ସ୍ଵାଗତ

masiha

ଜନସୁରକ୍ଷା ଯୋଜନା ଉପରେ ସଚେତନତା ଶିବିର

ଘୋଟିଆ ଛକ ନିକଟରେ ପିକଅପ ଧକ୍କା ରେ ବାଇକ ଆରୋହୀ ଗୁରୁତର 

Sunil Chandra Nayak

Leave a Comment

error: Content is protected !!