ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ St. Xavier’s Public School ପରିସରରେ ନୂତନ ଶ୍ରେଣୀରେ ପ୍ରବେଶ କରୁଥିବା ସମସ୍ତ ଛାତ୍ରଛାତ୍ରୀ ମାନ ଙ୍କୁ ବିଦ୍ୟାଳୟ ର କର୍ମକର୍ତ୍ତା ମାନେ ଫୁଲ, ଚନ୍ଦନ, ସିନ୍ଦୂର ଲଗେଇ ସ୍ବାଗତ ଜଣାଇଥିଲେ । ବିଦ୍ୟାଳୟ ଟ୍ରଷ୍ଟ ର ସଦସ୍ୟ ମଧ୍ୟ ପରିବର୍ତ୍ତନ ହେଇଥିବାରୁ, ନୂତନ ନିର୍ଦ୍ଦେଶକ ପ୍ରବୀଣ ରଞ୍ଜନ ଠାକୁର୍ , ନୂତନ ସଦସ୍ୟ ଜିତେନ୍ଦ୍ର ରାଉତରାୟ, ପ୍ରିୟଦର୍ଶିନୀ ଠାକୁର୍, ପ୍ରଭଞ୍ଜନ ଠାକୁର, ପ୍ରିନ୍ସିପାଲ ମୀନାକ୍ଷୀ ଦଣ୍ଡସେନା ଙ୍କୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ବିଦ୍ୟାଳୟ ର ନୂତନ ନିର୍ଦେଶକ, ସଦସ୍ୟ ଓ କର୍ମକର୍ତ୍ତା ମାନେ ବିଦ୍ୟାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟ ର କର୍ମକର୍ତ୍ତା ବିଶ୍ବମ୍ବର ହଂସ ଓ ମମତା ପଣ୍ଡା ସ୍ବାଗତ ଭାଷଣ ଦେଇ ଥିଲେ ଏବଂ ସାନ୍ତିମୟୀ ଚଲାନ୍, ମୁନି ପରୁଆ ଓ ଆଭା ଠାକୁର୍ କାର୍ଯକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ରଞ୍ଜିତା ପଟ୍ଟନାୟକ, ବିଦ୍ୟାମନି ଯାନି, ନନ୍ଦିତା ବାଗ, ଚୟନିକା ପଟ୍ଟନାୟକ, ଯୋଗଧ୍ୟାନ ମାଝୀ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ