ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଓକିଲ ସଂଘ ଶପଥ ଗ୍ରହଣ

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଅଦାଲତ ପରିସରର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ୍ ବାବା ଯୁଗନ୍ଦର୍ ନୂତନ କର୍ମ କର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ରୂପେ ଆଇନଜିବୀ ନରସିଂହ ତ୍ରିପାଠୀ, ଉପ ସଭାପତି ରୂପେ ହରି ନାରାୟଣ ବେହେରା, ସମ୍ପାଦକ ରୂପେ ତପନ ସିଂ, ଯୁଗ୍ମ ସମ୍ପାଦକ ରୂପେ ସନ୍ଦୀପ ମିଶ୍ର, କୋଷାଧ୍ୟକ୍ଷ ରୂପେ ଅନୀଲ ଦୀନବନ୍ଧୁ, କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ପ୍ରଶାନ୍ତ କୁମାର ପଟ୍ଟନାୟକ, ସତୀଶ ନାୟକ, ତପନ ପାଣିଗ୍ରାହୀ ଓ ରାଜ କର୍କରା ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ସଂଘର ଅନେକ କାମ କରିବାର ବାକି ରହିଛି ସେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ କରାଯିବ। ଏହା ସହ ବହୁ ଦିନରୁ ଅଟକି ରହିଥିବା ବାର ରୁମର ନିର୍ମାଣ ସମ୍ପୂର୍ଣ ହେବ ବୋଲି ସଦସ୍ୟ ମାନଙ୍କୁ ସଭାପତି ନରସିଂହ ତ୍ରିପାଠୀ ପ୍ରତିଶୃତି ଦେଇଥିଲେ। ଉପ ସଭାପତି ହରି ନାରାୟଣ ବେହେରା ତାଙ୍କ ବକ୍ତବ୍ୟରେ ସଂଘର ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥଲେ। ସମ୍ପାଦକ ତପନ ସିଂ ସଂଘର ଏହି ପାଳି ନିଆରା ହେବ। ଭିନ୍ନ ଢ଼ଙ୍ଗରେ ସଂଘର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ଆଇନଜୀବି ସୁବଧ ବେନିଆ, ମିନାକ୍ଷୀ ପାଢ଼ୀ, ସନ୍ତୋଷ ମିଶ୍ର, କୁଞ୍ଜ ଦାଶ ନୂତନ କମିଟିକୁ ଶୁଭେଛା ଜଣେଇବା ସହ ଆଗମୀ ଦିନରେ ସଂଘ କିଭଳି କାର୍ଯ୍ୟ କରିବା ଉଚିତ୍ ସେ ସମ୍ପର୍କରେ ମତ ରଖିଥିଲେ। ଶେଷରେ ସଂଘର ପୁର୍ବତନ କର୍ମକର୍ତ୍ତା ମାନେ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହି ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ତାଜ୍ ଇମ୍ରାନ ସରିଫ ସହଯୋଗ କରିଥିଲେ। ଏଥିରେ ବହୁ ସଂଖ୍ୟକ ବାର୍ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଚିଲିଗୁଡା ଓ ବଣିଜରାରେ ଆମ୍ବେଦକର ଜୟନ୍ତୀ ପାଳନ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ତାଲିକାକୁ ନେଇ ଗ୍ରାମ ସଭାରେ ହାତାହାତି

Sunil Chandra Nayak

ଜଗା ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟିକ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!