ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦୀପ ଦାନ ସହ ଶ୍ରଦ୍ଧାଞ୍ଜଳି

କନ୍ଧମାଳ,03/06.(ମନିସ): ଲୌହଦାନବର ରକ୍ତଭୋଜିରେ ଦେଶ ସମେତ ସାରା ବିଶ୍ୱ ସ୍ତବ୍ଧ । ବାଲେଶ୍ୱର ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ସତରେ ଖୁବ୍‌ ହୃଦୟ ବିଦାରକ । ରାତିର ଛାତି ଚିରି ଦୁର୍ଘଟଣା ସ୍ଥଳରେ ବହିଲା ରକ୍ତର ନଦୀ . .କାହାର ଆର୍ତ୍ତଚିତ୍କାର ତ ପୁଣି କାହାର କାନ୍ଦ ବୋବାଳି … ଚାରିଆଡ଼େ ଶୁଭୁଥିଲା କରୁଣ ସ୍ୱର. . . ହେଲେ ସାହାଯ୍ୟର ହାତ ବଢ଼ିବା ଆଗରୁ ଛଟପଟ୍‌ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଗଲା . . ଏ ନେଇ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ଛକ ନିକଟରୁ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏକ ନୀରବ ଶୋଭାଯାତ୍ରା ରେ ବାହାରି ମା ‘ପାଟଖଣ୍ଡା ଙ୍କ ମନ୍ଦିର ନିକଟରେ ପହଞ୍ଚି ମୃତକଙ୍କ ପ୍ରତି ଗଭୀର ସମବେଦନା ସହ ଦୁଃଖ ପ୍ରକାଶ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଆହତଙ୍କ ଆରୋଗ୍ୟ ମଧ୍ୟ କାମନା କରି ମା ‘ପାଟଖଣ୍ଡା ଙ୍କ ନିକଟରେ ଦୀପ ପ୍ରଜ୍ଜଳନ ସହ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଏଥିରେ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପ୍ରତ୍ୟେକ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ତରଫରୁ ମଧ୍ୟ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ତତ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ଲଗିଥିବା ସମସ୍ତଙ୍କୁ ସଂଘ ତରଫରୁ ପ୍ରସଂଶା ମଧ୍ୟ କରାଯାଇଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ତେରେସିଂହା ସଂପୂର୍ଣ୍ଣ ମହାଭାରତ: ଚନ୍ଦନ ଯାତ୍ରା ନାଟକ ମଞ୍ଚସ୍ଥ 

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!