ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ବୌଦ୍ଧ -12/08 – ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଠାରେ ପ୍ରସ୍ତାବିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର କ୍ଷେତ୍ର ପରିଦର୍ଶନ କରିଥିଲେ। ପ୍ରକାଶ ଯେ ବୀରନର ସିଂହପୁର ଠାରେ ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ୭ନଂ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ବିଭିନ୍ନ ସମୟରେ ଦାବୀ କରିଆସୁଥିଲେ। ଲୋକଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟସେବା ପଂହଚାଇବା ପାଇଁ ଏକ ଡାକ୍ତରଖାନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ସରକାରଙ୍କୁ ଏ ବାବଦରେ ଜଣାଇଥିଲେ। ବୀରନରସିଂପୁର ଆରଏମସି ମାର୍କେଟୟାର୍ଡ ନିକଟରେ ଥିବା ଏକ ଏକରରୁ ଉଦ୍ଧ୍ୱର୍ ସରକାରୀ ଜମିରେ ପ୍ରସ୍ତାବିତ ଡାକ୍ତରଖାନା ଖୋଲିବା ପାଇଁ ସିଡିଏମଓ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହାପରେ ବୀରନରସିଂହପୁର ଠାରେଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରିଥିଲେ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

Sunil Chandra Nayak

ସମାଜ ସେବୀ କୈଳାସ ମହାନ୍ତି ହେଲେ ରାଜନଗର ବ୍ଲକ ବିଜେଡି ମୁଖପାତ୍ର 

masiha

ପ୍ରେସ କ୍ଲବ ର ୨୭ ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!