ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଲଗାଁ ରୁ ଚୋରୀ ହୋଇଥିବା ଗାଡି ରାମସା ଗାଁ ରୁ ଉଦ୍ଧାର

ନବରଙ୍ଗପୁର (ମସିହା )ତା 11/08-ଗତ 9ତାରିଖ ରାତିରେ ଝରୀଗାଁ ବ୍ଲକ ଉମରକୋଟ ଥାନା ଅନ୍ତର୍ଗତ ଗୋବରୀ ନୁଆଁଗୁଡା ଗ୍ରାମରେ ତିନି ଜଣ ମେଣ୍ଢା ଚୋର(ରାମ ହରିଜନ, ଦୁଃର୍ଜନ ହରିଜନ ଓ ଖଗପତି ହରିଜନ )ଙ୍କୁ କାବୁ କରି ଗ୍ରାମବାସୀ ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ଆଉ ଦୁଇ ଚୋର ଘଟଣା ସ୍ଥଳରୁ କୌଣସି ସୂତ୍ରେ ଖସି ପଳେଇଥିଲେ |ସେହି ରାତିରେ ହିଁ ବେଲଗାଁ ଗ୍ରାମର ରବି ଭତରା ଙ୍କ ପୁଅ ଭାଗିରଥି ଭତରା ନିଜ ମଟର ସାଇକେଲ (OD 24 F 0858)ଘର ବାରଣ୍ଡାରେ ରଖି ଶୋଇପଡ଼ିଥିଲେ ଓ ଏହି ରାତିରେ ଘର ମୁହଁରେ ଥିବା ମଟରସାଇକେଲ ମଧ୍ୟ ଚୋରୀ ହୋଇଥିବା ସେ ଝରୀଗାଁ ଥାନାରେ ଗୁରୁବାର ଦିନ ଅପରାହ୍ନ ସମୟରେ ଅଭିଯୋଗ କରିଥିଲେ |ଭାଗିରଥି ଙ୍କ ଅଭିଯୋଗ କୁ ଭତ୍ତିକରି ପୋଲିସ ତଦନ୍ତ କରି ପାଲିଆ ପଂଚାୟତ ର ରାମସା ଗ୍ରାମରୁ ବାଇକ ଟିକୁ ଉଦ୍ଧାର କରିଛି |ବାଇକ ଟିକୁ ଚୋରି କରିଥିବା ତିନିଚୋର ଦେବରାଜ ହରିଜନ, ଉଲଧର କୁମ୍ଭାର ଏବଂ ଭଲଟୁ ହରିଜନ ବୋଲି ଜଣାପଡିଛି |ରାତି ଅଧିଆ ରେ ତିନି ଚୋର ବାଇକ କୁ ଆଣି ଦେବରାଜ ହରିଜନ ଙ୍କ ଘରେ ପୁରେଇ ଦେଇ କୁଆଡେ ଫେରାର ହୋଇଥିବା ସୂଚନା ମିଳିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ; ହିରୋ ହୋଣ୍ଡା ବାଇକ ସହ ୨୦ ଲି ଦେଶୀ ଚୋରା ମଦ ଜବତ ଓ ଜଣେ କୋର୍ଟ ଚାଲାଣ

masiha

ବିଷ ଖାଇ ବୃଦ୍ଧ ଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!