ନବରଙ୍ଗପୁର (ମସିହା )ତା 11/08-ଗତ 9ତାରିଖ ରାତିରେ ଝରୀଗାଁ ବ୍ଲକ ଉମରକୋଟ ଥାନା ଅନ୍ତର୍ଗତ ଗୋବରୀ ନୁଆଁଗୁଡା ଗ୍ରାମରେ ତିନି ଜଣ ମେଣ୍ଢା ଚୋର(ରାମ ହରିଜନ, ଦୁଃର୍ଜନ ହରିଜନ ଓ ଖଗପତି ହରିଜନ )ଙ୍କୁ କାବୁ କରି ଗ୍ରାମବାସୀ ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ଆଉ ଦୁଇ ଚୋର ଘଟଣା ସ୍ଥଳରୁ କୌଣସି ସୂତ୍ରେ ଖସି ପଳେଇଥିଲେ |ସେହି ରାତିରେ ହିଁ ବେଲଗାଁ ଗ୍ରାମର ରବି ଭତରା ଙ୍କ ପୁଅ ଭାଗିରଥି ଭତରା ନିଜ ମଟର ସାଇକେଲ (OD 24 F 0858)ଘର ବାରଣ୍ଡାରେ ରଖି ଶୋଇପଡ଼ିଥିଲେ ଓ ଏହି ରାତିରେ ଘର ମୁହଁରେ ଥିବା ମଟରସାଇକେଲ ମଧ୍ୟ ଚୋରୀ ହୋଇଥିବା ସେ ଝରୀଗାଁ ଥାନାରେ ଗୁରୁବାର ଦିନ ଅପରାହ୍ନ ସମୟରେ ଅଭିଯୋଗ କରିଥିଲେ |ଭାଗିରଥି ଙ୍କ ଅଭିଯୋଗ କୁ ଭତ୍ତିକରି ପୋଲିସ ତଦନ୍ତ କରି ପାଲିଆ ପଂଚାୟତ ର ରାମସା ଗ୍ରାମରୁ ବାଇକ ଟିକୁ ଉଦ୍ଧାର କରିଛି |ବାଇକ ଟିକୁ ଚୋରି କରିଥିବା ତିନିଚୋର ଦେବରାଜ ହରିଜନ, ଉଲଧର କୁମ୍ଭାର ଏବଂ ଭଲଟୁ ହରିଜନ ବୋଲି ଜଣାପଡିଛି |ରାତି ଅଧିଆ ରେ ତିନି ଚୋର ବାଇକ କୁ ଆଣି ଦେବରାଜ ହରିଜନ ଙ୍କ ଘରେ ପୁରେଇ ଦେଇ କୁଆଡେ ଫେରାର ହୋଇଥିବା ସୂଚନା ମିଳିଛି |
previous post