ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଭସା ବୌଦ୍ଧ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବୌଦ୍ଧ,୧୧।୦୮ : ଓଡ଼ିଶା ଭେଟିରିନାରୀ ସର୍ଭିସେସ ଆସୋସିଏସନ୍ ବୌଦ୍ଧ ଶାଖା ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ,ବୌଦ୍ଧ ଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଉନ୍ନୟନ ଅଧିକାରୀ ଡାକ୍ତର ସତ୍ୟ ସ୍ବରୂପ ବେଦାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରୋଦ କହଁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ୍ତ କୁମାର ରଥ ଙ୍କୁ ପ୍ରାଣୀ ପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ କଟକ କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିବା ରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହା ସହିତ ବୌଦ୍ଧ ଜିଲ୍ଲା କୁ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଉପଖଣ୍ଡ ର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାମା ରାଓ ପାଳ ଙ୍କୁ ନୂତନ ଭାବରେ ବୌଦ୍ଧ ଜିଲ୍ଲା ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଭାବରେ ଯୋଗଦାନ କରିଥିବାରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରାରମ୍ଭରେ ପ୍ରାଣୀ ଚିକିତ୍ସକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା,ଏହି ବୈଠକରେ ବିଭିନ୍ନ ପ୍ରକାରର ପ୍ରାଣୀ ଚିକିତ୍ସା ତଥା ପ୍ରାଣୀ ସମ୍ପଦର ବିକାଶ ପାଇଁ ବିଭାଗ ଦ୍ଵାରା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏହା ପରେ କିପରି ଜିଲ୍ଲାକୁ ପ୍ରାଣୀ ପାଳନ କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ପ୍ରତିଷ୍ଠା କରାଯାଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ଏକ କବିତା ରଚନା ମାଧ୍ୟମରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର କହଁର ଜିଲ୍ଲାର ବିଭିନ୍ନ ଯୋଜନା ଗୁଡିକ ତଥା ଏହାର ଉପାଦେୟତା କୁ ବର୍ଣ୍ଣନା କରିବା ସହ ଏହାକୁ ଅଗ୍ରସର କରାଇନେବାକୁ ମତ ରଖିଥିଲେ। ବୌଦ୍ଧ ଜିଲ୍ଲା ର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ତଥା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ (ଡି.ସି) ଡାକ୍ତର ପ୍ରଭାସ କୁମାର ବେହେରା ଅତିଥି ପରିଚୟ ଏବଂ ସ୍ବାଗତ ସମ୍ଭାଷଣ କରିଥିଲେ। ପରିଶେଷରେ କଣ୍ଟାମାଳ ବି.ଭି.ଓ ତଥା ଓଭସା ବୌଦ୍ଧ ଶାଖାର ସମ୍ପାଦକ ଡାକ୍ତର ବିମଳ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକମାନେ ଅଂଶଗ୍ରହଣ କରିଥିଲେ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ

Sunil Chandra Nayak

ବଡ଼ଦିନ ପାଇଁ ଟିକାବାଲି ପୋଲିସର ପକ୍ଷରୁ ଫ୍ଲାଗ ମାର୍ଚ୍ଚ

Sunil Chandra Nayak

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ 

masiha

Leave a Comment

error: Content is protected !!