ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହଯୋଗ ର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

ସହଯୋଗ ର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

ଜୁନାଗଡ଼,୧୧/୬(ମନୀସ)ଜଙ୍ଗଲ ପାହାଡ ଘେରା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ଟିମନଭାଡି ଗାଁ ର ଦିନ ମଜୁରିଆ ପରିବାରର ପୁଅ ସୁରଜ ନାଗ ମାଟ୍ରିକ ପରୀକ୍ଷାରେ ଲାଞ୍ଜିଗଡ଼ ବ୍ଳକ ଟପର ହୋଇଛି,,କିନ୍ତୁ ଦୁଃଖର କଥା ପରିବାରର ଆର୍ଥିକ ସ୍ଥିତି ଅତି ଦୟନୀୟ ଥିବା ହେତୁ ମାଟ୍ରିକ ପରୀକ୍ଷା ସାରିଲା ପରେ ସୁରଜ ନାଗ କେରଳକୁ ଦାଦନ ଖଟି ବାକୁ ଯାଇଥିଲା ।ମିଡିଆରୁ ଏହି ଖବର ଆମ ହସ୍ତଗତ ହେଲା ପରେ ପୁଅର ପରିବାର ସହ ଯୋଗାଯୋଗ କରି ପୁଅକୁ କେରଳରୁ ଡାକିବାକୁ କୁହାଯାଇଥିଲା ,,ପୁଅ ସୋମବାର ଘରକୁ ଆସିଲା ପରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଏକ ଟିମ ସଭାପତି ଧନଞ୍ଜୟ ଦୀପ୍ , କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,,କେସିଙ୍ଗା ସଭାପତି ବିଷ୍ନୁ ମଙ୍ଗରାଜ ପୁଅ ଘରକୁ ଯାଇଥିଲେ ,ଅତ୍ୟନ୍ତ ଗୌରବର କଥା ଜଙ୍ଗଲ ପାହାଡ ଘେରା ଗାଁ ବାପା ମାଆ ଦିନ ମଜୁରିଆ ପାଞ୍ଚଟି ପୁଅ ଝିଅ ସେହି ଭିତରୁ ଦୁଇଟି ଝିଅ ଗୋଟିଏ ପୁଅ ମେଧାବୀ ଛାତ୍ରଛାତ୍ରୀ ପଦ୍ମତୁଲା ନାଗ +2 ବିଜ୍ଞାନ ରେ ୭୦% ପାଇ +3 ରାୟଗଡା ମହାବିଦ୍ୟାଳୟରେ ପଢୁଛି, ସବିତା ନାଗ +2 ବିଜ୍ଞାନ ରେ ୬୦% ପାଇ ଆର୍ଥିକ ଅଭାବରୁ ପଢିପାରୁନାହିଁ,ଛୋଟ ପୁଅ ସୁରଜ ନାଗ ମାଟ୍ରିକରେ ଲାଞ୍ଜିଗଡ଼ ବ୍ଳକ ଟପର,ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ପୁଅ ଝିଅ ଦୁଇ ଜଣ ଙ୍କ ସମ୍ପୂର୍ଣ୍ଣ ପାଠପଢ଼ାଇବା ଖର୍ଚ୍ଚ ବୁଝିବା ନିଷ୍ପତ୍ତି ନେଇଛି,ଦିନ ମଜୁରିଆ ପରିବାର ରହିବାକୁ ଠିକ୍ ସେ ଘର ଗୋଟିଏ ନାହିଁ, ପଢିବା ପାଇଁ ବିଜୁଳି ନାହିଁ ,ଜମିବାଡି ନ ଥିବା ସଙ୍ଗେ ସରି,,ତଥାପି ଶିକ୍ଷା ର ମହତ୍ତ୍ୱ ବୁଝି ପାଠ ପଢୁଥିବା ଏହି ପରିବାର ମାନବ ସମାଜର ଉଦାହରଣ ହୋଇ ରହିବ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମାଛ ମାରିବାକୁ ଯାଇ ନଦୀରେ ୨୪ ବର୍ଷୀୟ ଯୁବକ ମୃତ 

masiha

ବନ୍ଧୁଗାଁରେ ଭତ୍ତା ପାଇଁ କରୁଣ ଦୃଶ୍ୟ… ଥଣ୍ଡା କାକର ଖାଇ ମୃତ୍ୟ ବରଣ କଲେ ବୃଦ୍ଧା 

masiha

ବହୁଜନ ସମାଜ ପାର୍ଟି ତରଫରୁ ଆମ୍ବେଦକର ଜନ୍ମଜୟନ୍ତୀ ଅନୁଷ୍ଠିତ

masiha

Leave a Comment

error: Content is protected !!