ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

ଜୁନାଗଡ଼,,ତା.୧୨|୬(ମନୀସ): ଆବାହମାନ କାଳରୁ ଜୁନାଗଡ ବ୍ଲକ ଦାସିଗାଁ ଠାରେ ପୂଜା ପାଇଆସୁଛନ୍ତି ଚତୁର୍ଦ୍ଧା ମୂରତି | ବାର ମାସରେ ତେର ଯାତ୍ରା ସହ ଅନେକ ପର୍ବପର୍ବାଣୀ ଅନୁଷ୍ଠିତ ହୁଏ,ଦାସିଗାଁ ଜଗନ୍ନାଥ ମନ୍ଦିର ଠାରେ | ଜଗନ୍ନାଥ ସଂସ୍କୃତି ଅନୁସାରେ ଜୈଷ୍ଠ ପୁର୍ଣିମା ଦିନ ବଡ ଠାକୁର ବଳଭଦ୍ର, ଜଗନ୍ନାଥ, ମାତା ସୁଭଦ୍ରା ସହ ପ୍ରଭୁ ସୁଦର୍ଶନ ସ୍ନାନ ମଣ୍ଡପରେ ବିଜେ କରି ୧୦୮ ଗରା ପବିତ୍ର ଜଳ ସ୍ନାନ କରନ୍ତି l ସେହିଭଳି ଦାସିଗାଁ ଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପରେ ମଧ୍ୟ ସ୍ନାନ କରିଛନ୍ତି ଚତୁର୍ଦ୍ଧା ମୂରତି l ମହାପ୍ରଭୁଙ୍କ ସ୍ନାନ ଯାତ୍ରା ରେ ସାମିଲ ହୋଇ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଅଶେଷ କୃପା ଲାଭ କରିଥିଲେ  l ସ୍ନାନ କର୍ତ୍ତା ବିକାଶଚନ୍ଦ୍ର ଖମାରି,ତାଙ୍କ ଧର୍ମ ପତ୍ନୀ ସ୍ମୁତିରେଖା ଖମାରି | ଏହି ଜଗନ୍ନାଥ ମନ୍ଦିର ପୂଜକ ବିରଞ୍ଚି ବେହେରା, ମନ୍ଦିର କମିଟିର ସଭାପତି ସୁରେଶଚନ୍ଦ୍ର ପଣ୍ଡା, ଉପ ସଭାପତି ଅକ୍ଷୟ ପଣ୍ଡା,ସତ୍ୟନାଥ ପ୍ରହରାଜ,ଚିତରଞ୍ଜନ ପଣ୍ଡା,ସୂର୍ଯ୍ୟ ପଣ୍ଡା,ବିଶ୍ୱନାଥ ମୁଣ୍ଡ,ନାରାୟଣ ପାଢ଼ୀ,ଭୁବନ ପ୍ରହରାଜ, ଅରୁନ ଖମାରି, ତା ସମେତ ଗ୍ରାମର ସମସ୍ତ ଲୋକେ ସହଯୋଗ କରିଥିଲେ | 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବାବା ସାହେବ ଆମ୍ବେଦକର ଜାଗୃତି ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

masiha

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଆସନ୍ତା ୨ତାରିଖ ରୁ ବହୁଚରା ମାତାଙ୍କ ଷୋହଳ ପୂଜା

masiha

Leave a Comment

error: Content is protected !!