ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

ଜୁନାଗଡ଼,,ତା.୧୨|୬(ମନୀସ): ଆବାହମାନ କାଳରୁ ଜୁନାଗଡ ବ୍ଲକ ଦାସିଗାଁ ଠାରେ ପୂଜା ପାଇଆସୁଛନ୍ତି ଚତୁର୍ଦ୍ଧା ମୂରତି | ବାର ମାସରେ ତେର ଯାତ୍ରା ସହ ଅନେକ ପର୍ବପର୍ବାଣୀ ଅନୁଷ୍ଠିତ ହୁଏ,ଦାସିଗାଁ ଜଗନ୍ନାଥ ମନ୍ଦିର ଠାରେ | ଜଗନ୍ନାଥ ସଂସ୍କୃତି ଅନୁସାରେ ଜୈଷ୍ଠ ପୁର୍ଣିମା ଦିନ ବଡ ଠାକୁର ବଳଭଦ୍ର, ଜଗନ୍ନାଥ, ମାତା ସୁଭଦ୍ରା ସହ ପ୍ରଭୁ ସୁଦର୍ଶନ ସ୍ନାନ ମଣ୍ଡପରେ ବିଜେ କରି ୧୦୮ ଗରା ପବିତ୍ର ଜଳ ସ୍ନାନ କରନ୍ତି l ସେହିଭଳି ଦାସିଗାଁ ଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପରେ ମଧ୍ୟ ସ୍ନାନ କରିଛନ୍ତି ଚତୁର୍ଦ୍ଧା ମୂରତି l ମହାପ୍ରଭୁଙ୍କ ସ୍ନାନ ଯାତ୍ରା ରେ ସାମିଲ ହୋଇ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଅଶେଷ କୃପା ଲାଭ କରିଥିଲେ  l ସ୍ନାନ କର୍ତ୍ତା ବିକାଶଚନ୍ଦ୍ର ଖମାରି,ତାଙ୍କ ଧର୍ମ ପତ୍ନୀ ସ୍ମୁତିରେଖା ଖମାରି | ଏହି ଜଗନ୍ନାଥ ମନ୍ଦିର ପୂଜକ ବିରଞ୍ଚି ବେହେରା, ମନ୍ଦିର କମିଟିର ସଭାପତି ସୁରେଶଚନ୍ଦ୍ର ପଣ୍ଡା, ଉପ ସଭାପତି ଅକ୍ଷୟ ପଣ୍ଡା,ସତ୍ୟନାଥ ପ୍ରହରାଜ,ଚିତରଞ୍ଜନ ପଣ୍ଡା,ସୂର୍ଯ୍ୟ ପଣ୍ଡା,ବିଶ୍ୱନାଥ ମୁଣ୍ଡ,ନାରାୟଣ ପାଢ଼ୀ,ଭୁବନ ପ୍ରହରାଜ, ଅରୁନ ଖମାରି, ତା ସମେତ ଗ୍ରାମର ସମସ୍ତ ଲୋକେ ସହଯୋଗ କରିଥିଲେ | 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନା ନିମ୍ନ ମାନର, ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଚଳୁ କରିବାକୁ ବସିଛି ଏକ ନିର୍ମାଣ କାରି ସଂସ୍ଥା 

masiha

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

Sunil Chandra Nayak

ରାତ୍ରି କାଳୀନ ବସ ମାଲିକଙ୍କ ମନମାନି; ପରମିଟ ଅନୁସାରେ ମୂଳ ସ୍ଥାନରୁ ଗଡୁନି ଘରୋଇ ରଘୁନାଥ ବସ୍ ; ସୁଲାଇପାଟ ଅଂଚଳଵାସୀ ଅସନ୍ତୁଷ୍ଟ

Sunil Chandra Nayak

Leave a Comment

error: Content is protected !!