ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର( ୟୁଏଫ୍ ଵିୟୁ) ଡାକରାରେ ଦିନିକିଆ ଵ୍ଯାଙ୍କ ଧର୍ମଘଟ; ରାଇରଙ୍ଗପୁର ସମସ୍ତ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ

ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର( ୟୁଏଫ୍ ଵିୟୁ) ଡାକରାରେ ଦିନିକିଆ ଵ୍ଯାଙ୍କ ଧର୍ମଘଟ; ରାଇରଙ୍ଗପୁର ସମସ୍ତ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ

ରାଇରଙ୍ଗପୁର – ୧୧/୦୮ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନର( ୟୁଏଫ୍ ବିୟୁ) ପକ୍ଷରୁ ଆଜି ଶୁକ୍ରବାର ଦିନିକିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରାରେ ଵାମନଘାଟୀ ଉପଖଣ୍ଡର ସମସ୍ତ ସରକାରୀ ବ୍ଯାଙ୍କ କର୍ମଚାରୀ ଓ ଅଧିକାରୀ ଧର୍ମଘଟରେ ସାମିଲ ହୋଇଛନ୍ତି । ବ୍ୟାଙ୍କ ସେବା ସଂପୁର୍ଣ ଠପ୍ ।ତଦସହ ବ୍ୟାଙ୍କିଙ୍ଗ୍ ସେବା ଶୁକ୍ରବାର ଦିନ ଧର୍ମଘଟ,ମାସର ଦ୍ଵିତୀୟ ଶନିବାର, ରବିବାର, ସୋମବାର ଗଣେଶ ପୂଜା, ଏବଂ ମଙ୍ଗଳବାର ନୂଆଖାଇ ଛୁଟି ଯୋଗୁଂ ବନ୍ଦ ରହିବ । ବ୍ୟାଙ୍କ ଛୁଟି ଫଳରେ ଚେକ୍ କ୍ଲିୟରାନ୍ସ,ଟଙ୍କା ଜମା,ଏବଂ ଉଠାଣ ସହ ଅନ୍ୟାନ୍ୟ ସେବା ପ୍ରଭାବିତ ହେବାକୁ ଯାଉଛି ।ଗ୍ରାହକ ମାନେ ଆସି ଫେରିବାକୁ ପଡ଼ୁଛି । ବ୍ୟାଙ୍କ ସଂଘର ଦାବି ସରକାର ଦିର୍ଘଵର୍ଷ ହେଲା ସେମାନଙ୍କର ନ୍ଯାୟୋଚିତ ଦାବିକୁ ପୂରଣ ନ କରି ଗଡ଼େଇ ଗଡ଼େଇ ଚାହୁଁଛନ୍ତି । ୨୦୨୪ ର ଉଭୟ ପକ୍ଷ ନିଷ୍ପତିକୁ କାର୍ଯ୍ୟକାରୀ କରୁନାହାନ୍ତି । ସେମାନଙ୍କର ମୁଖ୍ୟ ଦାବି ସପ୍ତାହରେ ପାଞ୍ଚ ଦିନିଆ କାର୍ଯ୍ୟ ନିୟମ ପାଳିତ କରିବା, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ( ପିଏଲ୍ ଆଇ)ସ୍କିମକୁ ମତଭେଦ, ବ୍ୟାଙ୍କ ରେ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ସମେତ ଅନ୍ୟାନ୍ୟ ଦାବି । ଓଡ଼ିଶାରେ ୭୦ ହଜାରରୁ ଉର୍ଦ୍ଧ୍ବ ବ୍ୟାଙ୍କ୍ କର୍ମଚାରୀ ଓ ଅଧିକାରୀ ସମେତ ସାରା ଭାରତରେ ୯୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି ।ଯଦି ସରକାର ଦାବି ନ ଶୁଣନ୍ତି ଆସନ୍ତା ସେପ୍ଟେମ୍ବର ୨୮ ରୁ ୩୦ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଧର୍ମଘଟ ହେବ । ସରକାର ଯଦି ନ ଶୁଣନ୍ତି ଆନ୍ଦୋଳନକୁ ତିବ୍ରତର କରାଯାଇ ଅକ୍ଟୋବର ୨୬ ପରଠାରୁ କର୍ମଚାରୀ ମାନେ ଅନିର୍ଦିଷ୍ଟ ଧାରଣାରେ ବସିବେ ବୋଲି ନିଷ୍ପତ୍ତି ନିଆଯାଇଛି।ଆଜି ରାଇରଙ୍ଗପୁରର ଏସବିଆଇ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ,କାନାରା ବ୍ୟାଙ୍କ,ପିଏନବି ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, ବ୍ୟାଙ୍କ୍ ଅଫ୍ ବରୋଦା,ଏଚଡିଏଫସି,ଏକ୍ସିସ ବ୍ୟାଙ୍କ,ଆସି ସି ଆଇ ବ୍ୟାଙ୍କ ସମେତ ସମସ୍ତ ସରକାରୀ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।ଅଲ୍ ଓଡିଶା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏମ୍ଲୟଜ୍ ୟୁନିଅନର ସହ ସାଧାରଣ ସଂପାଦକ ସୁରାଇ ମୁର୍ମୁ , ଏସବିଆଇ ୟୁନିଟ ସଂପାଦକ ପ୍ରଭାସ ଦାସ ପ୍ରମୁଖ ସରକାରଙ୍କ ବ୍ୟାଙ୍କ କର୍ମଚାରୀ ମାରଣନୀତିକୁ ଭର୍ତ୍ସନା କରିଛନ୍ତି ।ଏହି ଆନ୍ଦୋଳନରେ ବିଭିନ୍ନ ବ୍ୟାଙ୍କର ନେତୃବୃନ୍ଦ ତଥା ଏସବିଆଇ ର ବିଦ୍ୟାଧର ହେମ୍ବ୍ରମ,ବ୍ୟାଙ୍କ ଅଫ ଇଣ୍ଡିଆ ୟୁନିଟ୍ ସେକ୍ରେଟାରୀ ଲକ୍ଷ୍ମଣ ଟୁଡୁ,ଶଙ୍କର ବେହେରା, ୟୁନିଅନର ବ୍ୟାଙ୍କର ମିକୁ ସିଂ ଏବଂ ଗୋପିନାଥ ମାଝୀ, କାନାରା ବ୍ୟାଙ୍କ ର କେ ସି ହେମ୍ବ୍ରମ୍, ପିଏନବି ବ୍ୟାଙ୍କର ସୌମ୍ୟ ରଞ୍ଜନ,, ୟୁନିଅନ ଵ୍ଯାଙ୍କର ଅନୁପମା ସାମଲ,ଲାଦୁରା ପୁର୍ତ୍ତି ସମେତ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ଧର୍ମଘଟରେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ଵାଳ

Related posts

ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ 

masiha

ଆଲମଣ୍ଡା ଠାରେ ୪ ଟି ଅଭିଯୋଗ ଶୁଣାନୀ 

masiha

ବିଡମ୍ବନା !!  କୁମ୍ଭାରୀ ଗ୍ରାମର ସର୍ଵ ସାଧାରଣ ରାସ୍ତାରେ ଖେଳୁଛି ହଂସ 

Sunil Chandra Nayak

Leave a Comment

error: Content is protected !!