ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଟକ “ସ୍ବର୍ଗ ” ଦେଖି ବିଭୋର ହେଲେ ଦର୍ଶକ 

ନାଟକ “ସ୍ବର୍ଗ ” ଦେଖି ବିଭୋର ହେଲେ ଦର୍ଶକ 

 ରାଉରକେଲା:ରାଉରକେଲାର ଅଗ୍ରଣୀନାଟ୍ଯାନୁଷ୍ଠାନ ସଂପର୍କ କୁମାର ପୂର୍ଣ୍ଣିମୀ ଅବସରରେ ମ୍ୟୁଜିକ ସର୍କଲର ଗଂଗାଧର ମେହର ମଞ୍ଚରେ ମଂଚନ କରିଛି ନାଟକ “ସ୍ବର୍ଗ ” । ଏହି ନାଟକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ରାଉରକେଲାର ମାନ୍ଯବର ବିଧାୟକ ସାରଦା ପ୍ରସାଦ ନାୟକ । ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ ସମର ମୁଦାଲି ଓ ଡ ପ୍ରଭାତ ମଲ୍ଲିକ ଯୋଗଦାନ କରି ସଂପର୍କର ଏହି ସ୍ବତନ୍ତ୍ର ପ୍ରୟାସର ଭୂୟସି ପ୍ରଶଂସା କରିଛନ୍ତି । ଅନୁଷ୍ଠାନର ସାଂସ୍କୃତିକ ସଂପାଦିକା ସୁଦେଷ୍ଣା ରାଣୀ ରାଉତ ମଂଚ ପରିଚଳନା କରିଥିବାବେଳେ ବରିଷ୍ଠ ସଦସ୍ଯ ସଂଜୀବ ଚାନ୍ଦ ଧନ୍ୟବାଦ ଅର୍ପଣ କରିଛନ୍ତି।

      ଟିକିଏ ସୁଖ ଓ ଶାନ୍ତି ପାଇଁ ମଣିଷ ଜୀବନ ସାରା ଅକ୍ଳାନ୍ତ ପରିଶ୍ରମ କରୁଛି । ହେଲେ ଅନେକ ଅଶାନ୍ତି ଅପ୍ରାପ୍ତି ଓ ଅତୃପ୍ତିରେ ଛନ୍ଦି ହୋଇ ସେ ଶେଷ ନିଶ୍ବାସ ତ୍ଯାଗ କରିବାକୁ ବାଧ୍ଯ ହେଉଛି। କେତେକ କହନ୍ତି, ମଣିଷ ନିଜ କୃତ ସତକର୍ମର ଫଳ ପର ଜନ୍ମ ରେ ଲାଭ କରିବ ନହେଲେ ସ୍ବର୍ଗରେ ସୁଖରେ ବସ ବାସ କରିବ । ହେଲେ ମୃତ୍ଯୁ ପରେ ମଣିଷ ସ୍ବର୍ଗକୁ ଯାଉଛି କି ନର୍କକୁ ଯାଉଛି ତାହା କେହି ଜାଣି ନାହାଁନ୍ତି । ଏମିତି ତର୍କ ବିତର୍କ ଭିତରେ କିଛି ଲୋକ ଦି ଢୋକ ମଦ୍ୟପାନ କରି ସ୍ବର୍ଗ ସୁଖ ପାଉଛନ୍ତି ବୋଲି ଦାବି କରୁଛନ୍ତି । ତାହେଲେ ପ୍ରକୃତ ସ୍ୱର୍ଗ କେଉଁଠି ? ମଦ ନିଶାରେ ନା ତ୍ଯାଗ ଓ ସତକର୍ମରେ ? ମୃତ୍ଯୁ ପରେ ନା ମଣିଷର ଜୀବଦ୍ଦଶାରେ ? ଏମିତି ଅସମାହିତ ପ୍ରଶ୍ନକୁ ହାସ୍ୟ ଓ ବ୍ଯଙ୍ଗ ମାଧ୍ୟମରେ ସମାଧାନ କରିଛନ୍ତି ନାଟ୍ଯକାର ଭାସ୍କର ଚନ୍ଦ୍ର ମହାପାତ୍ର ନାଟକ ସ୍ବର୍ଗ ରେ । ତାଙ୍କର ଉଚ୍ଚକୋଟୀର ନିର୍ଦ୍ଦେଶନା ସହିତ କଳାକାର ମାନଙ୍କର ନିଖୁଣ ଅଭିନୟ , ଶକ୍ତି ପ୍ରସାଦ ମିଶ୍ରଙ୍କ ସୁମଧୁର ସଂଗୀତ ପରିବେଷଣ, ସାଗର ସ୍ବରୂପ ସ୍ବାଇଁଙ୍କ ଆଲୋକ ସଂପାତ , ବିଧାନ ପାଣିଗ୍ରାହୀଙ୍କ ସୁନ୍ଦର ରୂପସଜ୍ଜା ,ଦୀପମାଲା ଲାକ୍ରାଙ୍କ ନୃତ୍ଯ ସଂଯୋଜନା ବିଶେଷ କରି ପ୍ରଳୟ ଶତପଥୀଙ୍କ ମନୋରମ ମଂଚସଜ୍ଜା ନାଟକଟିକୁ ବେଶ ଆକର୍ଷଣୀୟ କରିପାରିଥିଲା ।

ମଂଚରେ ଭାସ୍କର ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ପାଢୀ, ବିବେକାନନ୍ଦ ଦାଶ, ପ୍ରଳୟ ଶତପଥୀ, ଜନ୍ମେଜୟ ମହାନ୍ତି, ସୌମ୍ୟରଞ୍ଜନ ଭାରତୀ, ପୁଷ୍ପ ଲତା ବିଷୋଇ, ସସ୍ମିତା ବେକ୍ ,ନିକିତା ଜେନା ମନଜିତ କଉର ଓ ରିସିକା ସାହୁଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦିବ୍ୟାଙ୍ଗ(ଦୃଷ୍ଟି ହୀନ) ବିଦ୍ୟାଳୟରେ ବିଧାୟକ ଦୁର୍ଗାଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ପାଳନ

Sunil Chandra Nayak

ବିଧାୟକଙ୍କ ଦ୍ଵାରା ଶ୍ରେଣୀଗୃହ ନବୀକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ

Sunil Chandra Nayak

ଚାରବାହାଲ ହାଇସ୍କୁଲ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାସହାର ୯୭,୭ % 

Leave a Comment

error: Content is protected !!