ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଦେବକୁମାର ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଆଜି ସରିଲା ଏକାଦଶାହ କାର୍ଯ୍ୟକ୍ରମ,ସନ୍ଧ୍ୟାରେ ସରିଲା ମହମବତୀ ଶୋଭାଯାତ୍ରା , ୨- ନାବାଳିକାକୁ ଅପହରଣ, ଗଣଦୁଷ୍କର୍ମ, ଓ ହତ୍ୟା ବିରୋଧରେ ଜଳେଶ୍ୱର ଥାନାରେ ଅଖିଳ ଭାରତ ମହିଳା ସମିତିର ବିକ୍ଷୋଭ

ଦେବକୁମାର ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଆଜି ସରିଲା ଏକାଦଶାହ କାର୍ଯ୍ୟକ୍ରମ,ସନ୍ଧ୍ୟାରେ ସରିଲା ମହମବତୀ ଶୋଭାଯାତ୍ରା

ଜଳେଶ୍ଵର,୨୬/୧୦(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ଫାଣ୍ଡି ଅଧୀନ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଆନନ୍ଦମୟୀ ହାଇସ୍କୁଲର ଦଶମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ଶବ ବର୍ତ୍ତନା ପଞ୍ଚାୟତର ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେବା ଘଟଣା ଆଜକୁ ୫ ଦିନ ହୋଇ ଥିଲେ ମଧ୍ୟ ବିଧି ଅନୁଯାୟୀ ଗତ ଅକ୍ଟୋବର ୧୬ ତାରିଖରୁ ନିଖୋଜ ଥିବା ଛାତ୍ରୀଙ୍କ ଏହି ଦୁଃଖଦ ପରିଣତି ଉପଲକ୍ଷେ ଆଜି ତାର ଏକାଦଶାହ କାର୍ଯ୍ୟକ୍ରମକୁ ପରିବାର ପକ୍ଷରୁ ଅତ୍ୟନ୍ତ ନିରାଡମ୍ୱର ସହିତ ପରିବାର ଓ ଆତ୍ମୀୟ ସ୍ଵଜନ ସହିତ ପାଳିତ ହୋଇଯାଇଛି। କୁଆଁର ପୂର୍ଣ୍ଣମୀକୁ ଅନ୍ୟ ଝିଅମାନେ ଆଡମ୍ୱର ସହ ପାଳନ କରୁଥିବା ବେଳେ ତାର ଏକାଦଶାହ ପାଳନ କରାଯିବା ଅଞ୍ଚଳବାସୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।ନିୟମ ଅନୁଯାୟୀ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପରିବାର ସଦସ୍ୟ ମାନଙ୍କୁ ମାଛଭାତ ଖାଇବାକୁ ଦିଆଯାଇଥିଲା।୨୬/୧୨/୨୦୧୧ ରେ ଜନ୍ମିତ ଏହି ନାବାଳିକା ଦେବକୁମାର ଗ୍ରାମରେ ସମସ୍ତଙ୍କର ପ୍ରିୟ ଥିଲେ।ଏପରିକି ସେ ପଢୁଥିବା ଆନନ୍ଦମୟୀ ହାଇସ୍କୁଲର ପ୍ରଧାନ ଶିକ୍ଷକ,ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ତାଙ୍କ ମୃତ୍ୟୁ ଯୋଗୁଁ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ଏବେ ଦୂର୍ଗାପୂଜା ପାଇଁ ସ୍କୁଲ ବନ୍ଦ ଥିବାରୁ ଆସନ୍ତା କାଲି ସ୍କୁଲ ଖୋଲିବା ପରେ ଏକ ଶୋକ ସଭା ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଜଳେଶ୍ଵର ଓଷ୍ଟା ସଭାପତି ସୁକୁମାର ମିଶ୍ର ସୂଚନା ଦେଇଛନ୍ତି।ଆଜି ସନ୍ଧ୍ୟାରେ ପଶ୍ଚିମବାଡ଼ ପଞ୍ଚାୟତ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା।ଦିବଂଗତ ଆତ୍ମାର ସଦଗତି ନିମନ୍ତେ ବିଭିନ୍ନ ସ୍ଥାନରେ ପ୍ରାର୍ଥନା ମଧ୍ଯ କରାଯାଇଥିଲା।

ନାବାଳିକାକୁ ଅପହରଣ, ଗଣଦୁଷ୍କର୍ମ, ଓ ହତ୍ୟା ବିରୋଧରେ ଜଳେଶ୍ୱର ଥାନାରେ ଅଖିଳ ଭାରତ ମହିଳା ସମିତିର ବିକ୍ଷୋଭ

ଜଳେଶ୍ଵର,୨୬/୧୦(ମନିସ)-ପୀଡ଼ିତା ନାବାଳିକାକୁ ଉଚିତ୍ ନ୍ୟାୟ ପ୍ରଦାନ ସହିତ ୫ ଦଫା ଦାବୀ ପୂରଣ ନେଇ ଆଜି ଅଖିଳ ଭାରତ ମହିଳା ସମିତି,ଜଳେଶ୍ଵର ଶାଖା ତରଫରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସମିତି ପକ୍ଷରୁ ୫ ଦଫା ଦାବୀ ପୂରଣ ପାଇଁ ଏକ ଦାବୀ ପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳେଶ୍ଵର ଥାନା ଭାରପ୍ରାପ୍ତ ମହିଳା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।ଏହି ସମ୍ବେଦନଶୀଳ ଘଟଣା ପୋଲିସ ବିଭାଗ ଦ୍ୱାରା କରା ନ ଯାଇ ବିଚାର ବିଭାଗୀୟ ତଦନ୍ତ କରିବା,ତତ୍କାଳୀନ ନାମ୍ପୋ ଫାଣ୍ଡି ଅଧିକାରୀ କରନ୍ ମାରାଣ୍ଡିଙ୍କୁ ଗିରଫ କରିବା,ନାମ୍ପୋ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା,ପୀଡ଼ିତା ନାବାଳିକାକୁ ଉଚିତ୍ ନ୍ୟାୟ ଓ ତାର ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ,ସୀମାନ୍ତବର୍ତ୍ତୀ ଜଳେଶ୍ୱରରେ ଜଣେ ଆଇ.ପି.ଏସ ଅଧିକାରୀଙ୍କୁ ଏସ. ଡି.ପି.ଓ ରୂପେ ନିଯୁକ୍ତି ପାଇଁ ଏହି ଦାବୀ ପତ୍ରରେ ଉଲ୍ଲେଖ ରହିଛି।ଅଖିଳ ଭାରତ ମହିଳା ସମିତିର ଆବାହକ ତାପସୀ ପ୍ରହରାଜ,ବାଲେଶ୍ୱର ଜିଲ୍ଲା କମିଟି ସଂପାଦିକା ସ୍ନେହଲତା ପଣ୍ଡା,ଆଇନଜୀବୀ ସବିତା ସାହୁ,ଜଳେଶ୍ଵର ବ୍ଲକ ସଂପାଦିକା ମହୁଆ ବସୁ, ଅପର୍ଣ୍ଣା ନନ୍ଦୀ, ନିର୍ମଳା ମହାନ୍ତି,ଶକୁନ୍ତଳା ଜେନା,ମମତା ରାଜ,ସବିତା ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ। ପୋଲିସ ପ୍ରଶାସନର ଅବହେଳା ପାଇଁ ଏକ ନିରୀହ ନାବାଳିକାର ଜୀବନ ଗଲା ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।୫ ଦିନ ଭିତରେ ଏହି ସବୁ ଦାବୀ ପୂରଣ ନ ହେଲେ ପୁନର୍ବାର ଜଳେଶ୍ଵର ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ତାପସୀ ପ୍ରହରାଜ ପ୍ରକାଶ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗୀର ଜିଲ୍ଲା ବେଲପଡା ବୁଦେଲ ଡୁଙ୍ଗୁରି ରେ ଶବର ସମାଜ ରେ ଯୋଗଦେଲେ ଶ୍ରୀ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି 

masiha

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

Sunil Chandra Nayak

ଜିଲ୍ଲା ପରିଷଦ ସ୍ଥାୟୀ କମିଟିରେ ଡାବୁଗାଁ ର ଦୁଇ ଜିଲ୍ଲା ପରିଷଦ ସଭ୍ଯ 

masiha

Leave a Comment

error: Content is protected !!