ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ସ୍ଥାୟୀ କମିଟିରେ ଡାବୁଗାଁ ର ଦୁଇ ଜିଲ୍ଲା ପରିଷଦ ସଭ୍ଯ 

ଜିଲ୍ଲା ପରିଷଦ ସ୍ଥାୟୀ କମିଟିରେ ଡାବୁଗାଁ ର ଦୁଇ ଜିଲ୍ଲା ପରିଷଦ ସଭ୍ଯ 

ନବରଙ୍ଗପୁର:(୧୬|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଦୁଇଟି ଜୋନ୍ ରହିଥିବା ବେଳେ ଦୁଇଟି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଜିଲ୍ଲା ପରିଷଦ ସ୍ଥାୟୀ କମିଟିର ସଭାପତି ଭାବେ ମନୋନୀତ ହୋଇଛନ୍ତି l ସେମାନେ ହେଲେ ଜୋନ୍-୧ର ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତ୍ରl ଓ ଜୋନ୍- ୨ର ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ l ପ୍ରତି ଦୁଇ ବର୍ଷରେ ଥରେ ଜିଲ୍ଲା ପରିଷଦ ସ୍ଥାୟୀ କମିଟିର ପୁନର୍ଗଠନ ହେଉଥିବା ବେଳେ ଜିଲ୍ଲାର ୭ ଜଣ ଜିଲ୍ଲା ପରିଷଦ ସଭ୍ୟ ଉକ୍ତ କମିଟି ନିମନ୍ତେ ମନୋନୀତ ହୋଇଥାନ୍ତି lଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିପିକା ବାରୋଇ ଙ୍କ ସହିତ ସଭ୍ଯ ଗୁପ୍ତ ବିଶୋୟୀ, ଧନ ସିଂ ଭତ୍ରl, ଅରୁଣ କୁମାର ମିଶ୍ର, ରତିକାନ୍ତ ପଣ୍ଡା ଓ ସଭ୍ୟା କୃଷ୍ଣା ମଞ୍ଜରୀ ବିଶୋୟୀ ସ୍ଥାୟୀ କମିଟି ସଭାପତି ଭାବେ ମନୋନୀତ ହୋଇଛନ୍ତି l ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ ଙ୍କୁ କୃଷି, ପଶୁପାଳନ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ, ଜଳଛାୟା ଉନ୍ନୟନ ଓ ମତ୍ସ ବିଭାଗ ଦାୟିତ୍ଵ ଦିଆଯାଇ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ଯ ଧନ ସିଂ ଭତ୍ରl ଙ୍କୁ ହସ୍ତକର୍ମ,କୁଟୀର ଶିଳ୍ପ, ଖଦି ଓ ଗ୍ରାମ୍ୟ ଉଦ୍ୟୋଗ, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗ ଦାୟିତ୍ଵ ଦିଆଯାଇଛି l ଡାବୁଗାଁ ବ୍ଳକ ବିଜେଡିର ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟ ଜିଲ୍ଲା ପରିଷଦ ସ୍ଥାୟୀ କମିଟିର ସଭାପତି ଭାବେ ମନୋନୀତ ହୋଇଥିବାରୁ ବିଜେଡି କର୍ମୀ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜାଡ଼ରେ ଥରୁଛି ସମଗ୍ର କନ୍ଧମାଳ। ଫୁଲବାଣୀ ସହର ନିକଟ ରୁଜାଙ୍ଗି ଲେଙ୍ଗେରୀ ସାହିରେ ପାଳଗଦା ରେ ତୁଷାର ପାତ

Sunil Chandra Nayak

୧୨୭ତମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

Leave a Comment

error: Content is protected !!