ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ.ପି.ସି.ବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ 

ଏସ.ପି.ସି.ବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ 

ରାଉରକେଲା : ଏସ.ପି.ସି.ବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ସେକ୍ଟର – ୨୧ ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଞ୍ଚଳିକ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ଼ ଅନୁପ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଲେ ଯେ, ମଣ୍ଟ୍ରିଆଲ୍ ପ୍ରୋଟୋକଲ୍ ଆମକୁ ଦର୍ଶାଇଛି ଯେ ସାମୂହିକ କାର୍ଯ୍ୟ ଦ୍ୱାରା ସକରାତ୍ମକ ପରିବର୍ତ୍ତନ ଆସିପାରେ। ଓଜୋନ୍ ସ୍ତରର ସୁରକ୍ଷା ତଥା ଜଳବାୟୁର ପ୍ରଭାବକୁ ହ୍ରାସ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ସେ ଆହ୍ୱାନ କରିଥିଲେ l ଏହି ବିଶ୍ୱ ଓଜୋନ ଦିବସରେ ପରିବେଶ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନରାୟ ପ୍ରମାଣିତ କରୁଛୁ। ସ୍ଥାୟୀ ପ୍ରଥାକୁ ପ୍ରୋତ୍ସାହନ ଦେବା ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଏସପିସିବି ସମର୍ପିତ ବୋଲି ସେ କହିଥିଲେ । ଜଳବାୟୁ ସଙ୍କଟକୁ ଦୂର କରିବା ପାଇଁ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ଆଗାମୀ ବର୍ଷଗୁଡ଼ିକ ପାଇଁ ଏକ ସୁସ୍ଥ ପୃଥିବୀ ନିଶ୍ଚିତ କରିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l 

ଏସ.ପି.ସି.ବି ର ଉପ ପରିବେଶ ଯନ୍ତ୍ରୀ ଇଂ ବିଜୟ କୁମାର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, “ଯୁବବର୍ଗ ଆମ ପୃଥିବୀର ଭବିଷ୍ୟତ। ଜଳବାୟୁ ପରିବର୍ତ୍ତନକୁ ସମାଧାନ କରିବା ପାଇଁ ଆମକୁ ବର୍ତ୍ତମାନ ପଦକ୍ଷେପ ନେବାକୁ ପଡିବ। ଆସନ୍ତୁ ଆମର କାର୍ବନ ଫୁଟ୍ ପ୍ରିଣ୍ଟକୁ ହ୍ରାସ କରିବା ଏବଂ ଓଜୋନ୍ ସ୍ତରକୁ ସୁରକ୍ଷା ଦେବା ପାଇଁ ଆମର ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଓ ସଚେତନ ହୋଇ ନିଷ୍ପତ୍ତି ନେବା। ଏକତ୍ର ଉଦ୍ୟମ ଦ୍ୱାରା ଆମେ ଏକ ପରିବର୍ତ୍ତନ କରିପାରିବା ବୋଲି ସେ କହିଥିଲେ l ଏସପିସିବି ସହ ‘ଗୁରୁ ନାନକ ପବ୍ଲିକ ସ୍କୁଲ’ ଓ ୱା.ଇ.ଏମ.ଏଫ.ଆଇ ର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ଉପ ସଭାପତି ସୁରିନ୍ଦର ସିଂହ, ସମ୍ପାଦକ ହରଦୀପ ସିଂହ, ଉପାଧ୍ୟକ୍ଷ ଡ଼ ପାପ୍ରି ରାୟଚୌଧୁରୀ ଅନ୍ୟତମ ଅତିଥି ଭାବେ ମଂଚାସୀନ ରହିବା ସହ ସେମାନଙ୍କ ବକ୍ତବ୍ୟରେ କହିଲେଯେ “ଶିଳ୍ପ ଏବଂ ପରିବେଶ ପାରସ୍ପରିକ ସ୍ୱତନ୍ତ୍ର ନୁହେଁ। ଆମେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ବେଳେ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିପାରିବା ଏବଂ ପରିବେଶ ଉପରେ ଆମର ପ୍ରଭାବକୁ ହ୍ରାସ କରିପାରିବା। ଜଳବାୟୁ ସଙ୍କଟର ଅଭିନବ ସମାଧାନ ଖୋଜିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ଦେଇଥିଲେ l ସ୍କୁଲର ଅଧ୍ୟକ୍ଷା ଡ଼. ମନଭିନ କୌର କହିଲେ ଯେ “ଜଳବାୟୁ କାର୍ଯ୍ୟକୁ ଅଗ୍ରଗତି କରିବା ପାଇଁ ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମ ଛାତ୍ରଛାତ୍ରୀ ମାନଙ୍କୁ ଜ୍ଞାନ ପ୍ରଦାନ ସହିତ ସଶକ୍ତ କରିବା ଏବଂ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣା ଦେବାର ଆବଶ୍ୟକତା ରହିଛି । ସ୍କୁଲ ପରିବେଶ ଶିକ୍ଷା ଏବଂ ସ୍ଥିରତା ପାଇଁ ପ୍ରତିବଦ୍ଧ। ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପିଲାଙ୍କୁ ଆହ୍ୱାନ କରିଥିଲେ l ସ୍କୁଲର ଏକାଡେମୀ ବିଭାଗ ଆବାହକ ସମନ୍ବୟକାରୀ ମୀନକେତନ ମହାପାତ୍ରଙ୍କ ସମେତ ୧୬ ଜଣ ଛାତ୍ର ଛାତ୍ରୀ ଆଲୋଚନାରେ ଭାଗ ନେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଓଏସଡି ବି.ବି. ମହନ୍ତ, ୱା.ଇ.ଏମ.ଏଫ.ଆଇ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସମେତ ବିଭାଗୀୟ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ l

କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ପରିବେଶ ସୁରକ୍ଷା ନେଇ ମିଶନ ଲାଇଫ ଶପଥ ପାଠ କରିଥିଲେ l ଅତିଥି ମାନଙ୍କ ସହ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ, ଇଂ ରଜତ କୁମାର ସେଠି ପ୍ରମୁଖ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l   ଅନୁରୂପ ଭାବେ ସେକ୍ଟର- ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଥିଲା l ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁସ୍ମିତା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନ୍ଧାରି ମୂଳକରେ ଅନ୍ଧାର ଭିତରେ ସୀମାନ୍ତ ଗ୍ରାମ ବନୁଜୋର ଓ ଶିକାଜୋର ବିଦ୍ୟୁତ, ପାଣି, ରାସ୍ତା ଓ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ପରିବାରଙ୍କ ଦୁଃଖଦ ଚିତ୍ର

ଵହଳଦାରେ ମର୍ମନ୍ତୁଦ ଦୁର୍ଘଟଣା କାର ଧକ୍କାରେ,ଜଣେ ମୃତ,ଦୁଇ କଲେଜ ଛାତ୍ରୀ ଗୁରୁତର

Sunil Chandra Nayak

ଏନ୍ ଇ ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ବିଶ୍ଵରଞ୍ଜନ ଅଘରିଆଙ୍କୁ ଅଘରିଆ ସମାଜରୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!