ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ବ୍ଳକ ସ୍ତରୀୟ ସୁଭଦ୍ରା ଯୋଜନା ଶୁଭ ଉଦଘାଟିତ 

ରାୟଗଡା ବ୍ଳକ ସ୍ତରୀୟ ସୁଭଦ୍ରା ଯୋଜନା ଶୁଭ ଉଦଘାଟିତ 

ରାୟଗଡା ତା: ୧୭.୫.୨୦୨୪ //     ରାୟଗଡା ବ୍ଳକ ସ୍ତରୀୟ ସୁଭଦ୍ରା ଯୋଜନାର ଶୁଭ ଉଦଘାଟନ ସ୍ଥାନୀୟ ଜି ସି ଡି ଉଚ୍ଚବିଦ୍ୟାଳୟ ପଡିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।    

ଜିଲ୍ଲା ପରିଷଦ, ରାୟଗଡ଼ା ର ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହ୍ନର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ରାୟଗଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ସମେତ ସମ୍ମାନିତ ଅତିଥି ରୂପେ ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ରାୟଗଡା ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ, ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ ଓ ରାୟଗଡା ଶିଶୁ ବିକାଶ ଯୋଜନା ଅଧିକାରୀ ମୀନାକ୍ଷୀ ଦାଶ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଅନ୍ୟତମ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ବିଜୟ କୁମାର ନାୟକ ଓ ଅନ୍ୟ ସହକାରୀ ନିର୍ବାହୀ ଅଧିକାରୀ ବୃନ୍ଦ, ଓଡିଶା ଜୀବିକା ମିଶନ, ଆବାସ ଯୋଜନା, ମିଶନ ଶକ୍ତି ବିଭାଗର ବ୍ଳକ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଯୋଗଦେଇଥିଲେ। 

         ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ପୁଷ୍ପମାଲ୍ଯ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ରାୟଗଡା ବିଡିଓ ଅମୂଲ୍ୟ କୁମାର ସାହୁ ଅତିଥି ପରିଚୟ ସହ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ସିଡିପିଓ ମୀନାକ୍ଷୀ ଦାଶ ସୁଭଦ୍ରା ଯୋଜନାର ସହାୟତା ନିମନ୍ତେ ଯୋଗ୍ୟତା , ସହାୟତା ରାଶି ପ୍ରାପ୍ତିର ଅନଲାଇନ ଓ ଡିବିଟି ମାଧ୍ୟମରେ ପ୍ରଦାନ ପ୍ରକ୍ରିୟା ଆଲୋଚନା କରିଥିଲେ । ମହିଳା ସଶକ୍ତିକରଣ ଓ ସ୍ଵଚ୍ଛତା ନିମନ୍ତେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଭୂମିକା ଏବଂ ସରକାରଙ୍କ ଅଭିନବ ପ୍ରୟାସ ବିଷୟରେ ମୁଖ୍ୟ ଅତିଥି ଶ୍ରୀ କହ୍ନର ଅଭିଭାଷଣ ରଖିଥିଲେ। ସୁଭଦ୍ରା ଯୋଜନା ସମ୍ପର୍କିତ ଭିଡିଓ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ଵଚ୍ଛ ଭାରତ୍ ମିଶନ ସମ୍ପର୍କିତ ଭିଡିଓ ପ୍ରଦର୍ଶିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଳିତ ବର୍ଷ ର ମୋଟ ୧୪୬ ଗୋଟି ମଧ୍ୟରୁ ୩୨ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ୨୦ ଜଣ ହିତାଧିକାରୀଙ୍କୁ ଗୃହ ପ୍ରବେଶ ନିମନ୍ତେ ଆଦେଶ ପ୍ରଦାନ କରାଯାଇଥିଲା । ଉତ୍ତମ ସେବା ନିମନ୍ତେ ପାଞ୍ଚ ଜଣ ସ୍ଵାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା । 

 ଭୁବନେଶ୍ବରର ଜନତା ମଇଦାନରେ ରାଜ୍ୟ ସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନରେ କରିଥିବା କାର୍ଯ୍ୟକ୍ରମର ସିଧାପ୍ରସାରଣ ଆଭାସୀ ମାଧ୍ୟମରେ କରାଯାଇଥିଲା। ଦୁଇ ହଜାରରରୁ ଉର୍ଦ୍ଧ ମହିଳା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଏବିଡିଓ କାଳୁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉକ୍ତଦିନ ସକାଳେ ରାୟଗଡା ବସ ରହଣି ସ୍ଥଳ କୁ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ କହ୍ନର, ବିଡିଓ ଅମୂଲ୍ୟ କୁମାର ସାହୁ , ତାଙ୍କ କାର୍ଯ୍ୟାଳୟ ଓ ମୁନିସିପାଲିଟି କର୍ମକର୍ତ୍ତା ମିଶି ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହାର ସୁପରିଚାଳନାରେ ରାୟଗଡା ବ୍ଳକ, ମୁନିସିପାଲିଟି ଓ ମିଶନ ଶକ୍ତି ତଥା ସମନ୍ଵିତ ଶିଶୁ ବିକାଶ ଯୋଜନା ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

48 Adivasi Students Felicitated for Academic Excellence in Sundargarh

masiha

ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ପାଇଁ ସବୁ ପରିବା ଦର ୮0 ରୁ ୧00 ମଧ୍ୟବିତ୍ତ ଓ ଗରିବ ଙ୍କ ଉପରେ ମହଙ୍ଗା ମାଡ଼

Sunil Chandra Nayak

କାଜୁ ଆମ୍ବ ଗୋଟାଉଥିବା ବେଳେ ଅଘଟଣ , ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!