ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ

ଅନୁଷ୍ଠିତ ହେଲା ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ

କୁପାରି,୦୩/୪/୨୪ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେଶ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଦାଧର ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଯୁଧିଷ୍ଠିର କୁଅଁର ଯୋଗଦେଇ ପିଲାମାନେ ପାଠ ପଢିବା ସହ ଖେଳକୁଦରେ ଅଂଶ ଗ୍ରହଣ ଲାଗି ପରାମର୍ଶ ଦେଇଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏବିଇଓ ଗୌରାଙ୍ଗ ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସ୍ବାଇଁ, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଅକ୍ଷୟ କୁମାର ବାରିକ, ପ୍ରାକ୍ତନ ଖେଳ ଶିକ୍ଷକ ସୁକାନ୍ତି ଲତା ଦାସ, ସିଆରସିସି ରଘୁନାଥ ଦଳେଇ, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ବିଜୟକୃଷ୍ଣ ମହାପାତ୍ର, ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଷେଣ୍ଢ, ପୁରାତନ ଛାତ୍ର ସଂସଦ ସଭାପତି ପରେଶ ଦକ୍ଷିଣ ରାୟ, ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ଜେନା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ତନୁଜାରାଣୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷକ ଅଭୟ କୁମାର ଦଳେଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ସନ୍ତୋଷ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ବର୍ଷ ସିନିୟର୍, ଜୁନିଅର, ସବ୍ ଜୁନିଅର ଉଭୟ ବାଳିକା ଓ ବାଳକ ବିଭାଗରେ ଚମ୍ପିୟାନ ହୋଇଥିବା ଶୁଭମ୍, ତୁଳସୀ ବିଶ୍ବାଳ, ଶୁଭମ୍ ମହାନ୍ତି, ଇତିଶ୍ରୀ ଦେଉରୀ, ସୁମନ ଜେନା, ଶିବାନୀ ସିଂ ଓ ପ୍ରଜ୍ଞା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ମଞ୍ଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

ଶିକ୍ଷକ ସଂଘର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ପ୍ରଗତି ଉତ୍କଳ ସଂଘରେ ବାର୍ଷିକ ସାଧାରଣ ସଭା ସହ ପଖାଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!