ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖବର ପ୍ରଶାରଣ ପରେ ମଧ୍ୟ ଛତିଶଗଡ଼ କୁ ଓଡ଼ିଶା ର ବାଲି ଚୋରା ଚାଲାଣ ବନ୍ଦ କରୁନି ରାଜସ୍ୱ ବିଭାଗ

ଖବର ପ୍ରଶାରଣ ପରେ ମଧ୍ୟ ଛତିଶଗଡ଼ କୁ ଓଡ଼ିଶା ର ବାଲି ଚୋରା ଚାଲାଣ ବନ୍ଦ କରୁନି ରାଜସ୍ୱ ବିଭାଗ

ନବରଙ୍ଗପୁର (୩|୪)(ରବି ନାରାୟଣ ମହାନ୍ତି )ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତରେ ଛତିଶଗଡ଼ ଅଂଚଳରୁ ବେଧଡ଼କ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ରାଜସ୍ୱ ବିଭାଗ ଚେଇଁ ଶୋଇଥିବା ଅଭିଯୋଗ ହୋଇଛି | ଫଳରେ ସରକାର ମାସିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ଜଣାପଡିଛି | ସୂଚନା ଅନୁଯାୟୀ ଗତ କିଛି ମାସ ଧରି ଛତିଶଗଡ଼ର ମାକଡି, ଉଡିଦ୍‌ଗାଓଁ, ଓଟେଣ୍ଡା, ଯୋରଣ୍ଡୀ ଓ ଧାରଲି ଅଂଚଳରୁ ପ୍ରତିଦିନ ବେନିୟମ ଭାବେ ଓଡିଶାର ରାଇଘର ଅଂଚଳ ରୁ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି l ମୂଖ୍ୟତଃ ରାଇଘର ସୀମାନ୍ତରେ ରହିଥିବା ଗୁରୁସିଙ୍ଗା, ବୁଡ଼ରାପାରା, ମହଣ୍ଡ, କଲରାପାରା, କ୍ରିଷ୍ଣନଗର, ଡୁମୁରିମୁଣ୍ଡା ଆଦି ଗ୍ରାମକୁ ଟ୍ରାକ୍ଟର ଓ ଟିପର ଗୁଡ଼ିକରେ ବାଲି ବୋଝେଇ ହୋଇ ଆସୁଛି l ଏହି ବାଲି ଚାଲାଣ ସ୍ଥାନୀୟ ରାଜସ୍ୱ ବିଭାଗର ଅଧିକାରୀଙ୍କ ଜାଣତରେ ହେଉଥିବା ଅଭିଯୋଗ ହୋଇଛି | ଛତିଶଗଡ଼ ରୁ ଆସୁଥିବା ଗୋଟାଏ ଟ୍ରାକ୍ଟର ବାଲିର ମୂଲ୍ୟ ୨ ହଜାର ଟଙ୍କା ହୋଇଥିବା ବେଳେ ଗୋଟାଏ ଟିପର ବାଲିର ମୂଲ୍ୟ ୧୧ ହଜାର ଟଙ୍କା ରହିଛି | କିଛି ରାଜସ୍ୱ ଅଧିକାରୀଙ୍କୁ ହାତ କରି ଛତିଶଗଡ଼ରୁ ଆସି ନେଉଥିବା ଏହି ବାଲି ଗାଡ଼ି ଗୁଡ଼ିକ ଉପରେ ଆନ୍ତଃରାଜ୍ୟ ଟିକସ କିମ୍ବା ରାଜସ୍ୱ ବିଭାଗର ଖଜଣା(ରଆଲିଟ୍) ମଧ୍ୟ ସଠିକ ଭାବେ ଆଦାୟ କରାଯାଉ ନଥିବା ଅଭିଯୋଗ ହୋଇଛି, ଏହି ବିଷୟରେ ଖବର ପ୍ରସାରଣ ପରେ ରାଜସ୍ବ ବିଭାଗ ତରଫରୁ ଦିନେ ଯାଇ ବାଲି ଗାଡି ନ ଥିବା ସମୟରେ ପେଟ୍ରୋଲିଂ କରି କାମ ସରେଇଦେଲେ ରାଜସ୍ବ ବିଭାଗ ଅଧିକାରୀମାନେ, ବର୍ତମାନ ପୁଣି ଆଗଭଳି ଖୋଲମ ଖୋଲା ଚାଲିଛି ବାଲି ଚୋରା ଚଲାଣ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଲୁଟ୍ ଉଦ୍ୟମ: ୫ ଲୁଟେରାଙ୍କୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ

Sunil Chandra Nayak

ଚୋରି ମାମଲାରେ ଦୁଇ ଯୁବକ ଗିରିଫ 

masiha

ଶାଗୁଆନ କାଠ ଗଣ୍ଡି ଜବତ, ୬ ଗିରଫ 

masiha

Leave a Comment

error: Content is protected !!