ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗର ମାରାଥନ ଚଢାଉ : ଜୟପାଟଣା ଥାନା ଅଞ୍ଚଳରେ 96 ଲିଟର ମୃତ ସଞ୍ଜିବନୀ ବୋତଲ ଜବତ , 4 ଜଣ ଗିରଫ 

ଅବକାରୀ ବିଭାଗର ମାରାଥନ ଚଢାଉ : ଜୟପାଟଣା ଥାନା ଅଞ୍ଚଳରେ 96 ଲିଟର ମୃତ ସଞ୍ଜିବନୀ ବୋତଲ ଜବତ , 4 ଜଣ ଗିରଫ 

ଭବାନୀପାଟଣା : ତା: ୦୮.୦୯.୨୦୨୩ :- ଗତକାଲି ୦୭.୦୯.୨୦୨୩ ଋଖ ଦିନ ଜୟପାଟଣା ଥାନା ଅନ୍ତର୍ଗତ ଏକତାଗୁଡା , ଜୟପାଟଣା, ଚିଚେଗୁଡା , ଜୁନାପାଣି ଅଞ୍ଚଳରେ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ ଦ୍ଵାରା ଅଚାନକ ଚଢାଉ କରାଯାଇ ୨୫୭ ଟି ମୃତ ସଞ୍ଜିବନୀ ବୋତଲ ଜବତ କରାଯାଇଛି । ୯ ଟି କାର୍ଟୁନରେ ଭର୍ତ୍ତି ହୋଇଥିବା ୯୬ ଲିଟର ମୃତ ସଞ୍ଜିବନୀ ବୋତଲ କୁ ଜବତ କରାଯାଇଛି । ଏ ବାବଦରେ ୪ ଜଣଙ୍କୁ ଗିରଫ କରାଯାଇଛି । ଔଷଧ କାର୍ଯ୍ୟରେ ବ୍ୟବହୃତ ମୃତ ସଞ୍ଜିବନୀକୁ ଚୋରାରେ ଆଣି ନିଶା ଦ୍ରବ୍ୟ ଭାବେ ବିକ୍ରି କରୁଥିବାରୁ ଏହି ମଦ ବେପାରୀଙ୍କୁ ଗିରଫ କରାଗଲା । 

 ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଭାରପ୍ରାପ୍ତ ଏସ.ଆଇ. ପି.ଭି. ରାଓଙ୍କ ତତ୍ତ୍ବାବଧାନରେ ହୋଇଥିବା ଚଢାଉରେ ଅବକାରୀ ଏ.ଏସ.ଆଇ. ଯୋଗେଶ୍ଵରୀ ନାୟକ , କନଷ୍ଟେବଲ ମହାଦେବ ମାଝୀ , ଭାନୁ ମାଝୀ , ଦୀପ୍ତି ରଞ୍ଜନ ସାହୁ ସାମିଲ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନିଖୋଜ ନାବାଳକର ମୃତଦେହ ବଡବନ୍ଧରୁ ମିଳିଲା; ଵଡବନ୍ଧ ଲୋକାରଣ୍ଯ

ଦେଶୀ ମଦ ଜବତ, ଜଣେ ଗିରଫ 

masiha

୭ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ,ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ହୋଇଥିଲା ମୃତ୍ୟୁ,ସ୍ୱୀକାର କଲେ ଅଭିଯୁକ୍ତ ୨ ଶିକାରୀ

Sunil Chandra Nayak

Leave a Comment

error: Content is protected !!