ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫ

 ନବରଙ୍ଗପୁର24/3 – (ମସିହା)ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ, ଅବକାରୀ ଉପ ନିରୀକ୍ଷକ ଦେଶରାଜ ସୁନା ଓ ଅବକାରୀ ସହ ନିରୀକ୍ଷକ ଅମୀୟ ଖଞ୍ଜା ପ୍ରମୁଖ ମୈଦଲପୁର ଅଞ୍ଚଳର ମାଝୀଗୁଡା, କାଳିଆଗୁଡା,ଖଜୁରୀ,ସାନ ବାର୍ଲି ଆଦି ଗ୍ରାମରେ ଚଢ଼ାଉ କରିଥିଲେ । ଏହି ସମୟରେ ଖଜୁରୀ ଗ୍ରାମ ରାସ୍ତା ଦେଇ ଯାଉଥିବା ଏକ ଟାଟା 407 ଗାଡି ଓଆର୨୪ ବି ୬୨୮୧ କୁ ମହୁଲ ଯାଉଥିବା ଜାଣିବାକୁ ପାଇଥିଲେ ।ଗାଡିକୁ ଅଟକାଇ ଜାଣିବାକୁ ପାଇଲେ ଯେ ଗାଡ଼ିରେ ୪୦ କୁଇଣ୍ଟାଲ ମହୁଲ ରହିଛି ।ମହୁଲ ଓ ଗାଡିକୁ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି ।ଗିରଫ ବ୍ୟକ୍ତି ଆନନ୍ଦ ବାଘ ,ଚନ୍ଦାହାଣ୍ଡି ବ୍ଲକ ହଳଦୀ ଗ୍ରାମର ବୋଲି ଅବକାରୀ ବିଭାଗ ସୂଚନା ଦେବା ସହ ଗିରଫ ହୋଇଥିବା ଆନନ୍ଦକୁ କୋର୍ଟ ଚାଲାଣ କରାଯାଇଛି ।ଏହି ଚଢ଼ାଉ ସମୟରେ ବାଳକୃଷ୍ଣ ନାୟକ,ସନୁ ସେଠିଆ,ଗତୁଲ ନାୟକ,ଆକବର ଖାଁ ଓ ଉତ୍ତମ ମହାକୁଡ଼ ପ୍ରମୁଖ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଜପଥର ସୁଯୋଗ ନେଇ,ଲୁଟ’ପାଟରେ ଆତଙ୍କ

masiha

ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ କୋର୍ଟ ଦ୍ଵାରା କଳାହାଣ୍ଡି ପୂର୍ବତନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ହିସାବ ରକ୍ଷକ ଦଣ୍ଡିତ

ଚାକିରି ଦେବା ନାଁରେ ୧୬ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!